ଆମ୍ଫାନ ଅପଡେଟ : ପାରାଦୀପରେ କମୁଛି – ବାଲେଶ୍ବରେ ରେ ବଢୁଛି

Published: May 20, 2020, 1:51 pm IST

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ଆମ୍ଫାନ, ପାରାଦ୍ୱୀପଠାରୁ ଦୂରେଇ ଯାଉଥିବା ବେଳେ ବର୍ତ୍ତମାନ ପଶ୍ଚିମବଙ୍ଗ ଆଡକୁ ଗତି କରୁଥିବାବେଳେ ଓଡିଶାର ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳ ମାନଙ୍କରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଏହା ଏବେ  ଦକ୍ଷିଣରୁ ଉତ୍ତର ଆଡକୁ ଗତି କରୁଛି।  ଏହି ହିସାବରେ ଏବେ ପାରାଦୀପ ଧୀରେ ଧୀରେ  ପବନ କମୁଛି ।

ବାତ୍ୟା ଆମ୍ଫାନ ସ୍ଥିତି ନେଇ ଆଇ ଏମଡ଼ି ପକ୍ଷରୁ ତାଜା ସୂଚନା  ଅନୁସାରେ ଏବେ  ପାରାଦୀପରେ ପବନ କମି ଭଦ୍ରକ ଓ  ବାଲେଶ୍ଵରରେ କ୍ରମେ ବଢୁଛି। ପାରାଦୀପରେ ସର୍ବାଧିକ  106 କିମି ପବନ ରେକର୍ଡ କରାଯାଇଛି। ଏବେ ପାରାଦୀପରେ ପବନ ବେଗ କମି 81 କିମି ରହିଥିବା ସୂଚନା ରହିଛି। ବାଲେଶ୍ଵରରେ ପବନ ବେଗ 100ରୁ 125 ଯାଏ ଛୁଇଁବ।

ପାରାଦୀପରେ ପବନ କମି ଭଦ୍ରକ ଓ  ବାଲେଶ୍ଵରରେ କ୍ରମେ ବଢୁଛି। ପାରାଦୀପରେ ସର୍ବାଧିକ  106 କିମି ପବନ ରେକର୍ଡ କରାଯାଇଛି। ଏବେ ପାରାଦୀପରେ ପବନ ବେଗ କମି 81 କିମି ରହିଥିବା ସୂଚନା ରହିଛି। ସୁନ୍ଦରବନରେ 4ରୁ  ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା  ରହିଛି। ସେହିପରି ଦୀଘା ଆଞ୍ଚଳରେ ବି 2 ରୁ 3 ମିଟର ସାମୁଦ୍ରିକ ଜୁଆର ଉଠିବା ସମ୍ଭାବନା ରହିଛି।  ଆଜି ଅପରାହ୍ନରେ ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ସନ୍ଧ୍ୟାରେ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି କହିଛନ୍ତି ଆଇଏମଡ଼ି ଡ଼ିଜି।

ଏବେ ବାତ୍ୟା ପାରାଦୀପ ରୁ 120 କିମି ପୂର୍ବରେ ଗତି କରୁଛି। ପାରଦୀପରୁ ବାତ୍ୟା ତୀବ୍ରତା ଅପସରି ଯାଇଛି। ପବନ କମିଛି। ଏବେ ବାଲେଶ୍ଵର ଅଞ୍ଚଳରେ ତୀବ୍ରତା ବଢିବ, ପବନ ବଢିବ।  ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜରେ ଏବେ ଅଧିକ ପ୍ରଭାବ ପଡିବ। ସନ୍ଧ୍ୟା 5ଟାରୁ 6ଟା ମଧ୍ୟ ରେ ସୁନଦାରବନ ଲ୍ୟାଣ୍ଡଫଲ କରିବା ଏହା ଏବେ  ପଶ୍ଚିମବଙ୍ଗର ଦୀଘା ଉପକୂଳଠାରୁ 125 କିମି ଦୂରତାରେ ରହିଛି। ଏହାର ବର୍ତ୍ତମାନ ଘଣ୍ଟା ପ୍ରତି ବେଗ 29 କିମି ଥିବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି।

 

Related posts