ମା’କୁ ପିଟି ପିଟି ମାରିଦେଲେ ଦୁଇପୁଅ

Published: May 22, 2020, 11:18 am IST

ବାରିପଦା : ନିଜ ସନ୍ତାନ ପାଇଁ ମା’ଟିଏ ସାରା ସଂସାର ସହିତ ଲଢିଥାଏ । ମାତ୍ର ସନ୍ତାନ ମା’ର ସ୍ନେହ ମମତାକୁ ପାଦରେ ଦଳି ଦେଇ ନିଜ ସ୍ବାର୍ଥ ପାଇଁ ମୃତ୍ୟୁ ମୁଖରେ ପହଞ୍ଚାଇ ଦେଇଥାଏ । ଏପରି ଏକ ଘଟଣା ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀଠାରେ ଦେଖିବାକୁ ମିଳିଛି। ଦୁଇଜଣ ପୁଅ ମା’କୁ ପିଟି ପିଟି ମାରି ଦେଇଥିବାର ସୂଚନା ମିଳିଛି ।

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷୀ ଥାନା ଅନ୍ତର୍ଗତ ସାତଭାୟା ଗାଁ ତଳସାହିରୁ ଏଭଳି ଅଭିଯୋଗ ଆସିଛି।  ମୃତକ ହେଲେ ତୁଳସୀ ସିଂ। ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ନିଶାସକ୍ତ ଅବସ୍ଥାରେ ଦୁଇ ପୁଅ, ମା’ ତୁଳସୀଙ୍କ ସହ କୌଣସି କାରଣକୁ ନେଇ ଝଗଡ଼ା କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କାଠ ଫାଳିଆରେ ନିସ୍ତୁକ ମାଡ ମାରିଥିଲେ ଦୁଇ ପୁଅ। ପୁଅମାନଙ୍କଠୁ ମାଡ଼ ଖାଇବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ତୁଳସୀ ରାତିରେ ଶୋଇ ପଡ଼ିଥିଲେ। ହେଲେ ସକାଳୁ ତାଙ୍କର ମୃତ୍ୟୁ ଘଟିଥିବାର ଜଣାପଡିଛି । ପୋଲିସ୍‌ ଏହି ଘଟଣାରେ ଦୁଇ ପୁଅଙ୍କୁ ଅଟକ ରଖି ପଚରା ଉଚରା କରୁଛି।

Related posts