କରୋନାରେ ସଂକ୍ରମିତ ହେଲେ ବଧୂ : କ୍ବାରେଣ୍ଟାଇନ୍‌ରେ ଗଲେ 35 ବରଯାତ୍ରୀ

Published: May 22, 2020, 12:39 pm IST

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ବାହାଘରରେ ଜଣେ ବଧୂଙ୍କଠାରେ କରୋନା ପଜିଟିଭ୍‌ ଆସିବା ପରେ 35 ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ସହରରେ ଜାଟଖେଡିଠାରେ ମେ 18 ତାରିଖରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା । ସତଲାପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ ଏହି ବାହାଘରରେ ଯୋଗ ଦେଇଥିଲେ । ବାହାଘରରେ ବଧୂଠାରେ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ସମ୍ପୃକ୍ତ 35 ଜଣ ବରଯାତ୍ରୀଙ୍କୁ କ୍ବାରେଣ୍ଟିନ୍‌ କରାଯିବାସହ ଜାଟଖେଡିକୁ କଣ୍ଟେନେମଣ୍ଟ ଜୋନ୍‌ କରାଯାଇଛି।

ଏହି ବାହାଘରରେ ଅନୁମତିଠାରୁ ଅଧିକ ଲୋକେ ସାମିଲ୍‌ ରହିଥିଲେ । ଏକ ବସ୍‌ରେ ଏହି ସମସ୍ତ ବରଯାତ୍ରୀମାନେ ରହିଥିଲେ । ତେବେ ଏବେ ବାହାଘର ପାଇଁ କେବଳ ନିଜ ଗାଡିର ବ୍ୟବହାର କରିହେବ ବୋଲଇ ସୂଚନା ଦିଆଯାଇଛି । ବାହାଘରରେ ଉଭୟ ପକ୍ଷର ମୋଟ୍‌ 50 ଜଣ ସଦସ୍ୟ ଉପସ୍ଥିତ ରହିପାରିବେ ବୋଲି ନିର୍ଦ୍ଦେଶ ରହିଛି ।

Related posts