ଦୁଇ ମାସ ପରେ ରାଜ୍ୟରେ ବସ ସେବା ଆରମ୍ଭ, ବରମୁଣ୍ଡାରୁ 15 ଜଣ ଯାତ୍ରୀ ଗଲେ ବୌଦ୍ଧ

Published: May 28, 2020, 9:18 am IST

ଭୁବନେଶ୍ୱର : ରାଜ୍ୟ ସରକାର ଓ ଘରୋଇ ବସ ସଂଘର ସହମତି ପରେ ଆଜିଠାରୁ ବସ ସେବା ପୁଣି ଥରେ ଆରମ୍ଭ ହୋଇଯାଇଛି। କରୋନା ମୁକାବିଲା ପାଇଁ ଦେଶରେ ଗତ ମାର୍ଚ୍ଚ 25 ତାରିଖଠାରୁ ଲକଡାଉନ ହେବା ପରେ ସାଧାରଣ ବସ ପରିବହନ ସେବା ପ୍ରଭାବିତ ହୋଇଛି । ଗତକାଲି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ପରିଷଦ ବୈଠକରେ ବସ୍‌ ଚାଲିବା ନେଇ ନିଷ୍ପତ୍ତି ନେଇଛି। 14 ହଜାର ବସ୍‌ରୁ ପ୍ରଥମ ଦଫାରେ 50 ପ୍ରତିଶତ ବସ୍‌ ଚାଲିବା ନେଇ ସୂଚନା ଦେଇଛନ୍ତି। ଆଜି ସକାଳୁ ସ୍ଥାନୀୟ ବରମୁଣ୍ଡାସ୍ଥିତ ବସଷ୍ଟାଣ୍ଡରୁ ଏକ ବସ ବୌଦ୍ଧ ଅଭିମୁଖେ ବାହାରିଛନ୍ତି। ବସଟି ଛାଡ଼ିବା ପୂର୍ବରୁ ସାଇଟାଇଜ କରାଯାଇଥିଲା। ଏହା ପରେ ଏଥିରେ 15 ଜଣ ଯାତ୍ରୀ ବସିଥିଲେ।

ଭୁବନେଶ୍ୱରରୁ ଯଦିଓ ବସ ସେବା ବାହାର ଜିଲ୍ଲାକୁ ଆରମ୍ଭ ହୋଇଛି, ଅନ୍ୟ ଜିଲ୍ଲାରେ ଏହା ଏବେ ଅସୁବିଧା ରହିଛି। କଟକସ୍ଥିତ ବାଦାମବାଡ଼ି ବସଷ୍ଟାଣ୍ଡରେ ଯାତ୍ରୀ ଅଛନ୍ତି କିନ୍ତୁ ବସ ନଥିବାବେଳେ ବାଲେଶ୍ୱର ବସଷ୍ଟାଣ୍ଡରେ ମଧ୍ୟ ବସ ଥିଲେ ବି ଏଠାରେ ଯାତ୍ରୀ ନାହାନ୍ତି।  ସେହିପରି ଜୟପୁର ଓ ରାଉରକେଲାରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ଏଠାରେ ବସ କର୍ମଚାରୀ ନାହାନ୍ତି ବୋଲି ସୂଚନା ମିଳିଛି।

Related posts