ଭାରତରେ ଜଟିଳ ହେଉଛି କରୋନା ସ୍ଥିତି : ଗତ 24 ଘଣ୍ଟାରେ 194 ମୃତ

Published: May 28, 2020, 9:51 am IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ବ୍ୟାପିଥିବା କରୋନା ଆମ ଦେଶରେ ମଧ୍ୟ ଏହା ଦିନକୁ ଦିନ କାୟା ବିସ୍ତାର କରିଛି । ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 4 ହଜାର 531କୁ ବୃଦ୍ଧି ପାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭାରତରେ କରୋନା ଭାଇରସରେ 1 ଲକ୍ଷ 58 ହଜାର 333 ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ଏଥିରୁ 86 ହଜାର 110 ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ସୁସ୍ଥ ହୋଇଛନ୍ତି 67 ହଜାର 691 ଜଣ । ବିଗତ 24 ଘଣ୍ଟା ମଧ୍ୟରେ କେବଳ 6 ହଜାର 566ଜଣ ଜଣ ଆକ୍ରାନ୍ତ ହୋଇଥିବା ବେଳେ 194 ଜଣଙ୍କର ମୃତ୍ୟୁ ଘଟିଛି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଯୋଗଁ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ 56 ହଜାର 948 ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି 1897 ଜଣଙ୍କର ମୃତ୍ୟୁ ହୋଇଛି।  ସେହିପରି ଗୁଜୁରାଟରେ 938, ମଧ୍ୟପ୍ରଦେଶରେ 313, ପଶ୍ଚିମବଙ୍ଗରେ 289  ଜଣ, ରାଜସ୍ଥାନରେ 173, ଦିଲ୍ଲୀରେ 303 ଓ ତାମିଲନାଡୁରେ 133 ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts