ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ : 24ଟି ପ୍ରସ୍ତାବ ଉପରେ ବାଜିପାରେ ମୋହର

Published: May 29, 2020, 11:47 am IST
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହେବ। ପଞ୍ଚମ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଦିନ ରାଜ୍ୟ ସରକାର ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି। କ୍ୟାବିନେଟରେ 24ଟି ପ୍ରସ୍ତାବ ଉପରେ ମୋହର ବାଜିବାର ସମ୍ଭାବନା ରହିଛି। କରୋନା ଯୋଗୁଁ ପ୍ରଭାବିତ ହୋଇଥିବା ରାଜ୍ୟ ଅର୍ଥନୀତିର ସୁଧାର ପାଇଁ ନିଷ୍ପତ୍ତି ନିଆଯିବ।

ଆଜିର ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି ବୋଲି ସମ୍ଭାବନା  ରହିଛି। କାରଣ ରାଜ୍ୟରେ ବର୍ତ୍ତମାନ କରୋନା ମୁକାବିଲା ସହ ଫେରିଥିବା ପ୍ରବାସୀଙ୍କୁ କାମ ଦେବା ରାଜ୍ୟ  ସରକାରଙ୍କ ପାଇଁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟକୁ ପ୍ରାୟ ସାଢେ ତିନି ଲକ୍ଷ ପ୍ରବାସୀ ଫେରିଲେଣି ଓ ଆହୁରି ଅନେକ ପ୍ରବାସୀ ଆଗକୁ ଫେରିବେ । ତେଣୁ ଏମାନଙ୍କ ଥଇଥାନ ସହ ରାଜ୍ୟର ବିକାଶମୂଳକ କାର୍ଯ୍ୟ ଏବେ ରାଜ୍ୟ ସରକାରଙ୍କ ପାଇଁ ଆହ୍ବାନ ସୃଷ୍ଟି କରିଛି ।

କ୍ୟାବିନେଟ୍ ବୈଠକ ପରେ ଆଜି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିବ । ବିଭିନ୍ନ ଅର୍ଡିନାଂସ୍‌କୁ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିପାରେ ବୋଲି ସୂଚନା ରହିଛି । ଏହାସହ ଅର୍ଥ, ପୂର୍ତ୍ତ, ଶକ୍ତି, ସ୍ୱାସ୍ଥ୍ୟ, କୃଷି, ରାଜସ୍ୱ ଭଳି ବିଭାଗର କିଛି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ ବୋଲି ସୂଚନା ରହିଛି ।

Related posts