ରାୟପୁର : ଛତିଶଗଡର ପୂର୍ବତନ ତଥା ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀଙ୍କ 74 ବର୍ଷ ବୟସରେ ପରଲୋକ ହୋଇଛି । ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ତାଙ୍କ ପୁତ୍ର ଅମିତ୍ ଯୋଗୀ । 20 ଦିନ ଧରି ଅଜିତ୍ ଯୋଗୀ ରାୟପୁରର ନାରାୟଣା ହସ୍ପିଟାଲରେରେ ଚିକିତ୍ସାଧୀନ ରହିଥିଲେ । କିଛି ଦିନ ଧରି କୋମାରେ ରହିଥିଲେ ଅଜିତ୍ ଯୋଗୀ । ଆଜି ସକାଳୁ ତାଙ୍କୁ ଦୁଇ ଥର ହାର୍ଟ ଆଟାର୍କ ହୋଇଥିବାର ସୂଚନା ରହିଛି । ମେ 9ରେ ହୃଦଘାତ ଯୋଗୁଁ ସେ ଭେଣ୍ଟିଲେଟରରେ ଥିଲେ । ଆସନ୍ତାକାଲି ତାଙ୍କ ଜନ୍ମମାଟି ଗୌରେଲାରେ ଅନ୍ତିମ ସଂସ୍କାର ହେବ ବୋଲି ସୂଚନା ରହିଛି।
ଛତିଶଗଡର ପ୍ରଥମ ମୁଖ୍ୟମନ୍ତୀ ଥିଲେ ଅଜିତ୍ ଯୋଗୀ । ମଧ୍ୟପ୍ରଦେଶରୁ ଛତିଶଗଡ ବିଭାଜନ ହେବା ପରେ ନଭେମ୍ବର 2000ରୁ 2003 ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳି ଥିଲେ ଅଜିତ୍ ଯୋଗୀ । ଯୋଗୀ 2016 ମସିହାରେ କଂଗ୍ରେସ ଛାଡି ନିଜର ଦଳ ଜନତା କଂଗ୍ରେସ ଛତିଶଗଡର ସ୍ଥାପନା କରିଥିଲେ ।
Tags: ଅଜିତ୍ ଯୋଗୀ, ଛତିଶଗଡ