Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ୍‌ଡାଉନ୍‌ 5.0 : ଜାଣନ୍ତୁ କେଉଁଥିରେ ରହିଛି କୋହଳ ଓ କଟକଣା
ବିଶେଷ ଖବର

ଲକ୍‌ଡାଉନ୍‌ 5.0 : ଜାଣନ୍ତୁ କେଉଁଥିରେ ରହିଛି କୋହଳ ଓ କଟକଣା

May 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଏକ ମାସ ପାଇଁ ବଢାଇ ଦିଆଯାଇଛି । ତେବେ ଏକ ମାସ ପର୍ଯ୍ୟନ୍ତ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ର ଲକ୍‌ଡାଉନ୍‌ ଜାରି ରଖିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ପର୍ଯ୍ୟାୟ କ୍ରମେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍‌ 8 ତାରିଖରୁ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସପିଂ ମଲ୍‌, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ସ୍ଥାନକୁ ଖୋଲିବା ପରେ କିପରି ନିୟମ ପାଳନ କରାଯିବ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ପରବର୍ତ୍ତୀ ସମୟରେ ଜାରି କରାଯିବ ।

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଶାସନ ସହିତ ଆଲୋଚନା ପରେ ସ୍କୁଲ୍‌ କଲେଜ୍‌ ଏବଂ ବିଶ୍ବବିଦ୍ୟାଳୟ ଗୁଡିକ ଖୋଲାଯିବା ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁହାଯାଇଛି । ଜୁଲାଇ 2020ରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ । ସେହିପରି ପରସ୍ଥିତିକୁ ଧ୍ୟାନରେ ରଖାଯାଇ ଅନ୍ତର୍ଜାତୀୟ ବିମାନ ଚଳାଚଳ, ମେଟ୍ରୋ, ସିନେମା ହଲ୍‌, ଜିମ୍ନାସିୟମ୍‌, ସ୍ବିମିଙ୍ଗ ପୁଲ୍‌ ଏବଂ ବାର୍‌ ଖୋଲାହେବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ପୂର୍ବରୁ ସନ୍ଧ୍ୟାରେ ଜାରି କରାଯାଇଥିବା ରାତ୍ରୀକାଳିନ କର୍ଫ୍ୟୁର ସମୟରେ ପରିବର୍ତ୍ତନ କରାଯାଇଛି । ରାତି 9ଟାରୁ ଭୋର୍‌ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ଜୋନ୍‌ ନିର୍ଦ୍ଧାରଣ କରିବ ଏବଂ ଲକ୍‌ଡାଉନ୍‌ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ । ଏହା ସହିତ ପୂର୍ବରୁ ବିଭିନ୍ନ ରାଜ୍ୟ ପକ୍ଷରୁ ପ୍ରଦାନ କରାଯାଉଥିବା ପରିବହନ ଅନୁମତିର ଏଣିକି ଆବଶ୍ୟକ ପଡିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେହିପରି 65 ବର୍ଷ ବୟସରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍‌ ଶିଶୁଙ୍କ ଘରୁ ବାହାରିବା ଉପରେ କଟକଣା ଲଗାଇଛନ୍ତି । (ଏଜେନ୍ସି)

covid19
Share. Facebook Twitter LinkedIn Email WhatsApp Copy Link

Related Posts

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ  

December 29, 2025

ଜିରୋ ନାଇଟ ପାଇଁ ପୋଲିସର କଡା ପଦକ୍ଷେପ, ମଦ ପିଇ ଗାଡି ଚଳେଇଲେ ଥାନାରେ କାଟିବେ ନୂଆବର୍ଷ

December 29, 2025

ଆରାବଳି ପର୍ବତମାଳା ପ୍ରସଂଗ ଉପରେ ନିଜ ରାୟକୁ ନିଜେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ, କହିଲେ…

December 29, 2025
Latest News

ଟାଟା ପାୱାର ଅଫିସରେ ତାଲା ମାରିଲା କଂଗ୍ରେସ, ବେନିୟମ ଟିକସ ବିରୋଧରେ ବିକ୍ଷୋଭ 

December 29, 2025

କୁଦୋପାଲିରେ ଛବିଳ ସାଏ ଓ ୫୭ ଜଣ ଶହୀଦଙ୍କ ସ୍ମୃତିରେ ପଦଯାତ୍ରା କଲେ କେନ୍ଦ୍ରମନ୍ତ୍ରୀ  

December 29, 2025

ସମ୍ବଲପୁରର ବସ୍ ମାଲିକ ସଂଘ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଲେ ସମ୍ବର୍ଦ୍ଧନା

December 29, 2025

ଜିରୋ ନାଇଟ ପାଇଁ ପୋଲିସର କଡା ପଦକ୍ଷେପ, ମଦ ପିଇ ଗାଡି ଚଳେଇଲେ ଥାନାରେ କାଟିବେ ନୂଆବର୍ଷ

December 29, 2025

Australia Tariff Zero: ନୂଆବର୍ଷରୁ ଅଷ୍ଟ୍ରେଲିଆକୁ ଭାରତର କାରବାର ଶୁଳ୍କ ସୀମା ଜିରୋ ହେବ

December 29, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.