Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଲକ୍‌ଡାଉନ୍‌ 5.0 : ଜାଣନ୍ତୁ କେଉଁଥିରେ ରହିଛି କୋହଳ ଓ କଟକଣା
ବିଶେଷ ଖବର

ଲକ୍‌ଡାଉନ୍‌ 5.0 : ଜାଣନ୍ତୁ କେଉଁଥିରେ ରହିଛି କୋହଳ ଓ କଟକଣା

May 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଅବଧିକୁ ଏକ ମାସ ପାଇଁ ବଢାଇ ଦିଆଯାଇଛି । ତେବେ ଏକ ମାସ ପର୍ଯ୍ୟନ୍ତ କେବଳ କଣ୍ଟେନ୍‌ମେଣ୍ଟ ଜୋନ୍‌ର ଲକ୍‌ଡାଉନ୍‌ ଜାରି ରଖିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତେବେ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ରହିଥିବା ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକୁ ପର୍ଯ୍ୟାୟ କ୍ରମେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଜୁନ୍‌ 8 ତାରିଖରୁ ସମସ୍ତ ଧାର୍ମିକ ସ୍ଥଳ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ସପିଂ ମଲ୍‌, ହୋଟେଲ ଏବଂ ରେଷ୍ଟୁରାଣ୍ଟ ଖୋଲିବା ନେଇ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏସବୁ ସ୍ଥାନକୁ ଖୋଲିବା ପରେ କିପରି ନିୟମ ପାଳନ କରାଯିବ ସେ ସମ୍ପର୍କରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ପରବର୍ତ୍ତୀ ସମୟରେ ଜାରି କରାଯିବ ।

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଶାସନ ସହିତ ଆଲୋଚନା ପରେ ସ୍କୁଲ୍‌ କଲେଜ୍‌ ଏବଂ ବିଶ୍ବବିଦ୍ୟାଳୟ ଗୁଡିକ ଖୋଲାଯିବା ନିଷ୍ପତ୍ତି ଉପରେ ବିଚାର କରାଯିବ ବୋଲି କୁହାଯାଇଛି । ଜୁଲାଇ 2020ରେ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ । ସେହିପରି ପରସ୍ଥିତିକୁ ଧ୍ୟାନରେ ରଖାଯାଇ ଅନ୍ତର୍ଜାତୀୟ ବିମାନ ଚଳାଚଳ, ମେଟ୍ରୋ, ସିନେମା ହଲ୍‌, ଜିମ୍ନାସିୟମ୍‌, ସ୍ବିମିଙ୍ଗ ପୁଲ୍‌ ଏବଂ ବାର୍‌ ଖୋଲାହେବା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ।

ପୂର୍ବରୁ ସନ୍ଧ୍ୟାରେ ଜାରି କରାଯାଇଥିବା ରାତ୍ରୀକାଳିନ କର୍ଫ୍ୟୁର ସମୟରେ ପରିବର୍ତ୍ତନ କରାଯାଇଛି । ରାତି 9ଟାରୁ ଭୋର୍‌ 5ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ସେହିପରି ଜିଲ୍ଲା ପ୍ରଶାସନ ବା ସ୍ଥାନୀୟ ପ୍ରଶାସନ ଜୋନ୍‌ ନିର୍ଦ୍ଧାରଣ କରିବ ଏବଂ ଲକ୍‌ଡାଉନ୍‌ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରିବେ । ଏହା ସହିତ ପୂର୍ବରୁ ବିଭିନ୍ନ ରାଜ୍ୟ ପକ୍ଷରୁ ପ୍ରଦାନ କରାଯାଉଥିବା ପରିବହନ ଅନୁମତିର ଏଣିକି ଆବଶ୍ୟକ ପଡିବ ନାହିଁ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସେହିପରି 65 ବର୍ଷ ବୟସରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଏବଂ 10 ବର୍ଷରୁ କମ୍‌ ଶିଶୁଙ୍କ ଘରୁ ବାହାରିବା ଉପରେ କଟକଣା ଲଗାଇଛନ୍ତି । (ଏଜେନ୍ସି)

covid19
Share. Facebook Twitter LinkedIn Email WhatsApp Copy Link

Related Posts

୧୨ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ, ପୁଣି ଡରାଇଲାଣି ଅକ୍ଟାେବର

October 2, 2026

BJD Media Cell Announcement: ଘୋଷଣା ହେଲା ବିଜେଡି ମିଡିଆ ସେଲର ନୂଆ କର୍ମକର୍ତ୍ତା, ଦେଖନ୍ତୁ ପୁରା ଲିଷ୍ଟ

October 2, 2026

ମହାପ୍ରଭୁଙ୍କ ଜମି ଉପରେ ଲୋଲୁପ ଦୃଷ୍ଟି ପକାଇଲେ ନାହିଁ ନିସ୍ତାର: ମୁଖ୍ୟ ପ୍ରଶାସକ

October 2, 2026

ଇତିହାସ ରଚିଲା ଭାରତର ମହିଳା ହକି ଦଳ: ୪୪ ବର୍ଷ ପରେ ଏସୀୟ କ୍ରୀଡ଼ାରେ ଜିତିଲା ସ୍ୱର୍ଣ୍ଣ ପଦକ

October 2, 2026
Latest News

ନରସିଂହପୁର କ୍ଲଷ୍ଟରରେ ସୁରଭି-୨୦୨୬ ଧୁମଧାମରେ ସମ୍ପନ୍ନ

October 3, 2026

ବାଲୁଗାଁ ଏଲ୍‌ଆଇସି ଶାଖାରେ ଲିଆଫି ୬୨ତମ ପ୍ରତିଷ୍ଠା ଦିବସ

October 3, 2026

ମା’ ଭଗବତୀଙ୍କ ପୀଠରେ ବାଜିଲା ଶୁଭାରମ୍ଭ ଶଙ୍ଖ କାହାଳୀ: ରାଜାଙ୍କ ନଅରକୁ ଗଲା ପର୍ବ ଅନୁକୂଳ ଗୁଆ ପଇତା

October 3, 2026

ଆଜି ଅକ୍ବୋବର ତିନି ତାରିଖରେ ଏହି ସାତଟି ରାଶିର ଲୋକ ରୁହନ୍ତୁ ସାବଧାନ

October 3, 2026

RBIରେ ବଡ଼ ନିଯୁକ୍ତି: ସୁଧାକର ମଲ୍ଲୀ ହେଲେ ନୂଆ Executive Director, ଜାଣନ୍ତୁ କ’ଣ ରହିବ ଦାୟିତ୍ୱ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.