ଭାସିଗଲା ଚାରି ବର୍ଷର ଝିଅ

Published: Jun 2, 2020, 12:18 pm IST

ରାଉରକେଲା : ବ୍ରାହ୍ମଣୀ ନଦୀରେ ଭାସିଯାଇଛି ଚାରି ବର୍ଷର କୁନିଝିଅ । ରାଉରକେଲାର ଲାଠିକଟା ଥାନା ଅନ୍ତର୍ଗତ ଟିମଜୋର୍‌ ନିକଟରେ ଏପରି ଏକ ଅଭାବନୀୟ ଘଟଣାଘଟିଛି । ଆଈ  ସହ କାଠପୋଲରେ ନଦୀ ପାର୍‌ ବେଳେ ଭାସିଗଲା ଚାରିବର୍ଷର ଝିଅ । ମିଳିଥିବା ସୂଚନା ଅନୁସାରେ ବ୍ରହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ସମରଝୋଲା ଗ୍ରାମରେ ଜଣେ ବୃଦ୍ଧା ତାଙ୍କର ଦୁଇ ନାତି ନାତୁଣୀଙ୍କୁ ଧରି ଟିମଜୋର ଆସିଥିଲେ । ସେମାନେ କାଠ ପୋଲ ଦେଇ ଫେରୁଥିବାବେଳେ ହଠାତ୍‌ ଏକ ସ୍ଥାନରୁ କାଠ ଖସି ପଡିଥିଲା । ଫଳରେ ତିନିଜଣ ଯାକ ନଦୀରେ ପଡି ଯାଇଥିଲେ । ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ବୃଦ୍ଧା ଓ ନାତି ଉଦ୍ଧାର ହୋଇଥିବାବେଳେ କନ୍ୟାଟି ଭାସି ଯାଇଥିବାର ସୂଚନା ରହିଛି ।

Related posts