ଦେଶରେ ଦୁଇ ଲକ୍ଷ ଅତିକ୍ରମ କଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

Published: Jun 2, 2020, 7:54 pm IST

ନୂଆଦିଲ୍ଲୀ : ଦେଶରେ ଦୁଇ ଲକ୍ଷ ଅତିକ୍ରମ କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ନୂତନ ଭାବରେ 2637 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା 2,01,009ରେ ପହଞ୍ଚିଛି । ଏହା ମଧ୍ୟରୁ 96534 ଜଣ ସୁସ୍ଥ ହୋଇଥିବା ବେଳେ ଦେଶରେ ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 98836 ରହିଛି । ଆଜି 20ଟି ନୂତନ ମୃତ୍ୟୁ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 5628ରେ ପହଞ୍ଚିଛି । ମହାରାଷ୍ଟ୍ରରେ ସର୍ବାଧିକ 1091 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 70013ରେ ପହଞ୍ଚିଛି । ସନ୍ଧ୍ୟା 7ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇଥିବା ବେଳେ ସରକାରୀ ଭାବରେ ଏହା ଆସନ୍ତା କାଲି ପ୍ରକାଶ ପାଇବ । (ଏଜେନ୍ସି)

Related posts