Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ଭିଡ ହିଂସା : ଅଧାପୋଡା ଶବକୁ ଧରି ପଳାୟନ କଲେ ପରିଜନ
ଆଜିର ଖବର

କରୋନା ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ଭିଡ ହିଂସା : ଅଧାପୋଡା ଶବକୁ ଧରି ପଳାୟନ କଲେ ପରିଜନ

June 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ : କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ସେମାନେ କେବଳ ପୀଡ଼ିତ ଠାରୁ ଦୂରରେ ରହୁନାହାନ୍ତି ବରଂ ସର୍ବସାଧାରଣ ଶବ ଦାହରେ ସେମାନଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଜମ୍ମୁକାଶ୍ମୀରଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଜମ୍ମୁକାଶ୍ମୀର ଡୋଡାଠାରେ ଏଭଳି ଏକ ଘଟଣା ଘଟିଛି । କରୋନା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ  ଲୋକମାନେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ବିରୋଧ ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ, ବୃଦ୍ଧଙ୍କ ପରିଜନ ଅଧାଜଳା ଶବକୁ ନେଇ ସେଠାରୁ ପଳାୟନ କଲେ ।

ମିଳିଥିବା ସୂଚନା ଅନୁସାରେ 72 ବର୍ଷୀୟ ଜଣେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିଜନ ଅନ୍ତିମ ସଂସ୍କାର ପାଇଁ ଡୋଡାର ଦାମାନଠାରେ ପହଞ୍ଚିଥିଲେ । ପ୍ରଶାସନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ ଯେତେବେଳେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଗଲା ସେତବେଳେ ସ୍ଥାନୀୟ ଲୋକମାନେ ଏହାର ବିରୋଧ କରିବା ଆରମ୍ଭ କଲେ ।

ବିରୋଧ ଏତେ ତୀବ୍ରତର ହେଲା ଯେ, ଶେଷରେ ସେଠାରେ ଗୋଷ୍ଠୀ ଆକ୍ରମଣ ଘଟିଲା । ସ୍ଥାନୀୟ ଲୋକମାନେ ବାଡି ଓ ପଥରରେ ପ୍ରଶାସନ ଓ ମୃତକଙ୍କ ପରିଜନଙ୍କ ଉପରେ ଆକ୍ରମଣ କରିବା କଲେ । ପରିଜନ ଓ ପ୍ରଶାସନ ଅଧା ଜଳା ଶବକୁ ନେଇ ପଳାୟନ କରିବାକୁ ପଡିଥିଲା । କିନ୍ତୁ ଏହି ଘଟଣାକୁ ପ୍ରଶାସନ ଅଧିକାରୀ ପ୍ରତ୍ୟାଖ୍ୟାନ କରିଛନ୍ତି ।

ତେବେ ମୃତକଙ୍କ ପୁଅଙ୍କ କହିବାନୁସାରେ, ଜଣେ ଅଧିକାରୀ ଓ ମେଡ଼ିକାଲ୍‌ ଟିମ ସହିତ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଧାରିତ ସ୍ଥଳରେ ପହଞ୍ଚିଥିଲେ । ଦାମାନ କ୍ଷେତ୍ରର ଏକ ଶଶ୍ମାନ ଘାଟରେ ତାଙ୍କ ଚିତାକୁ ଜଳାଯାଉଥିବା ସମୟରେ ହଠାତ୍‌ ବହୁ ସଂଖ୍ୟାକ ଲୋକ ପହଞ୍ଚି ଅନ୍ତିମ ସଂସ୍କାର କରିବାକୁ ବିରୋଧ କଲେ । ଦାହ ସଂସ୍କାର ସମୟରେ ମୃତକଙ୍କ ନିଜ ସମ୍ପର୍କୀୟ, ପତ୍ନୀ ଓ ଦୁଇ ପୁଅ ସାମିଲ୍‌ ରହିଥିଲେ । ସ୍ଥାନୀୟ ଲୋକଙ୍କ ଆକ୍ରମଣାତ୍ମକ ପ୍ରତିବାଦରେ ଭୟଭୀତ ହୋଇ ସେମାନେ ଅଧା ଜଳା ଶବକୁ ନେଇ ସେଠାରୁ ପଳାଇ ଆସିଲେ । ଏହି ଗୋଷ୍ଠୀ ତାଙ୍କ ଉପରେ ପଥର ଓ ଲାଠି ମାଡ କରିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ପୋଲିସ୍‌ ମଧ୍ୟ ଏହି ଭିଡ ଗୋଷ୍ଠୀଙ୍କୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପୁତ୍ର । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଚଳିତ ବର୍ଷ  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ

December 30, 2025

ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ

December 30, 2025

ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ” ଗ୍ରନ୍ଥ ଉନ୍ମୋଚନ

December 30, 2025

ବାଲୁଗାଁ ଚିଲିକା କୂଳରେ ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

December 30, 2025
Latest News

ଚଳିତ ବର୍ଷ  ନୂଆଦିଲ୍ଲୀ ସାଧାରଣତନ୍ତ୍ର ଦିବସ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିବ ଓଡିଶାର ପ୍ରଜ୍ଞାପନ ମେଢ

December 30, 2025

ଧନୁଯାତ୍ରା ପାଇଁ କମ୍ପୁଛି ବରଗଡ଼ ଓ ଅମ୍ବାପାଲ୍ଲୀ

December 30, 2025

ନାରଦୀୟ ଜ୍ୟୋତିଷ ସଂହିତା ଓ ସାମା ପାଞ୍ଚ ତତ୍ତ୍ୱ ପୂଜା ବିଧାନମ” ଗ୍ରନ୍ଥ ଉନ୍ମୋଚନ

December 30, 2025

ନୂଆବର୍ଷ ପାଇଁ ରାଜଧାନୀ ଭୁବନେଶ୍ୱରରେ ଜାରି ହେଲା କଡ଼ା କଟକଣା

December 30, 2025

ବାଲୁଗାଁ ଚିଲିକା କୂଳରେ ପୋଲିସ ସହାୟତା କେନ୍ଦ୍ରକୁ ଉଦଘାଟନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

December 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.