Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କରୋନା ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ଭିଡ ହିଂସା : ଅଧାପୋଡା ଶବକୁ ଧରି ପଳାୟନ କଲେ ପରିଜନ
ଆଜିର ଖବର

କରୋନା ମୃତକଙ୍କ ଅନ୍ତିମ ସଂସ୍କାର ସମୟରେ ଭିଡ ହିଂସା : ଅଧାପୋଡା ଶବକୁ ଧରି ପଳାୟନ କଲେ ପରିଜନ

June 3, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଜମ୍ମୁ : କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଭୟ ସୃଷ୍ଟି ହୋଇଛି ଯେ, ସେମାନେ କେବଳ ପୀଡ଼ିତ ଠାରୁ ଦୂରରେ ରହୁନାହାନ୍ତି ବରଂ ସର୍ବସାଧାରଣ ଶବ ଦାହରେ ସେମାନଙ୍କ ଅନ୍ତିମ ସଂସ୍କାରକୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଜମ୍ମୁକାଶ୍ମୀରଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ଜମ୍ମୁକାଶ୍ମୀର ଡୋଡାଠାରେ ଏଭଳି ଏକ ଘଟଣା ଘଟିଛି । କରୋନା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ପରେ  ଲୋକମାନେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ବିରୋଧ ଆରମ୍ଭ କରିଥିଲେ। ପରିସ୍ଥିତି ଏପରି ହେଲା ଯେ, ବୃଦ୍ଧଙ୍କ ପରିଜନ ଅଧାଜଳା ଶବକୁ ନେଇ ସେଠାରୁ ପଳାୟନ କଲେ ।

ମିଳିଥିବା ସୂଚନା ଅନୁସାରେ 72 ବର୍ଷୀୟ ଜଣେ କରୋନା ସଂକ୍ରମିତ ବୃଦ୍ଧଙ୍କ ମୃତ୍ୟୁ ହେବା ପରେ ତାଙ୍କ ପରିଜନ ଅନ୍ତିମ ସଂସ୍କାର ପାଇଁ ଡୋଡାର ଦାମାନଠାରେ ପହଞ୍ଚିଥିଲେ । ପ୍ରଶାସନ ଅଧିକାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । କିନ୍ତୁ ଯେତେବେଳେ ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ କରାଗଲା ସେତବେଳେ ସ୍ଥାନୀୟ ଲୋକମାନେ ଏହାର ବିରୋଧ କରିବା ଆରମ୍ଭ କଲେ ।

ବିରୋଧ ଏତେ ତୀବ୍ରତର ହେଲା ଯେ, ଶେଷରେ ସେଠାରେ ଗୋଷ୍ଠୀ ଆକ୍ରମଣ ଘଟିଲା । ସ୍ଥାନୀୟ ଲୋକମାନେ ବାଡି ଓ ପଥରରେ ପ୍ରଶାସନ ଓ ମୃତକଙ୍କ ପରିଜନଙ୍କ ଉପରେ ଆକ୍ରମଣ କରିବା କଲେ । ପରିଜନ ଓ ପ୍ରଶାସନ ଅଧା ଜଳା ଶବକୁ ନେଇ ପଳାୟନ କରିବାକୁ ପଡିଥିଲା । କିନ୍ତୁ ଏହି ଘଟଣାକୁ ପ୍ରଶାସନ ଅଧିକାରୀ ପ୍ରତ୍ୟାଖ୍ୟାନ କରିଛନ୍ତି ।

ତେବେ ମୃତକଙ୍କ ପୁଅଙ୍କ କହିବାନୁସାରେ, ଜଣେ ଅଧିକାରୀ ଓ ମେଡ଼ିକାଲ୍‌ ଟିମ ସହିତ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଧାରିତ ସ୍ଥଳରେ ପହଞ୍ଚିଥିଲେ । ଦାମାନ କ୍ଷେତ୍ରର ଏକ ଶଶ୍ମାନ ଘାଟରେ ତାଙ୍କ ଚିତାକୁ ଜଳାଯାଉଥିବା ସମୟରେ ହଠାତ୍‌ ବହୁ ସଂଖ୍ୟାକ ଲୋକ ପହଞ୍ଚି ଅନ୍ତିମ ସଂସ୍କାର କରିବାକୁ ବିରୋଧ କଲେ । ଦାହ ସଂସ୍କାର ସମୟରେ ମୃତକଙ୍କ ନିଜ ସମ୍ପର୍କୀୟ, ପତ୍ନୀ ଓ ଦୁଇ ପୁଅ ସାମିଲ୍‌ ରହିଥିଲେ । ସ୍ଥାନୀୟ ଲୋକଙ୍କ ଆକ୍ରମଣାତ୍ମକ ପ୍ରତିବାଦରେ ଭୟଭୀତ ହୋଇ ସେମାନେ ଅଧା ଜଳା ଶବକୁ ନେଇ ସେଠାରୁ ପଳାଇ ଆସିଲେ । ଏହି ଗୋଷ୍ଠୀ ତାଙ୍କ ଉପରେ ପଥର ଓ ଲାଠି ମାଡ କରିଥିବାର ଅଭିଯୋଗ କରିଛନ୍ତି ମୃତକଙ୍କ ପୁଅ । ପୋଲିସ୍‌ ମଧ୍ୟ ଏହି ଭିଡ ଗୋଷ୍ଠୀଙ୍କୁ ପ୍ରତିରୋଧ କରିବାରେ ବିଫଳ ହୋଇଥିଲେ ବୋଲି ଅଭିଯୋଗ କରିଛନ୍ତି ମୃତକଙ୍କ ପୁତ୍ର । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Latest News

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଆଜି ମଙ୍ଗଳବାର ମେ ୫ ତାରିଖରେ ଏହି ପାଞ୍ଚଟି ରାଶିର ଲୋକେ ହେବେ ମାଲେମାଲ୍

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.