ଭୁବନେଶ୍ବର : ଶନି ଓ ରବି ସଟ୍ ଡାଉନ୍ ନେଇ କମିଶନରେଟ୍ ପୋଲିସର ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଜରୁରୀ କାର୍ଯ୍ୟ ବ୍ୟତୀତ ଏହି ଦୁଇ ଦିନ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଏହି ସମୟରେ କେଉଁମାନେ ଆଇଡି କାର୍ଡ ଦେଖାଇ ଯାଇପାରିବେ ସେନେଇ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ମେଡିକାଲ୍, ନର୍ସିଂହୋମ୍ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାଇପାରିବେ। ପୋଲିସ୍ ଦେଇଥିବା ପୁରୁଣା ପାସ୍ ଦେଖାଇପାରିବେ ମେଡିସିନ୍ ଷ୍ଟୋର ଷ୍ଟାଫ୍। ସେହିପରି କେନ୍ଦ୍ର ଓ ରାଜ୍ୟ ସରକାର କର୍ମଚାରୀ ଆଇଡି କାର୍ଡ ଦେଖାଇ ଯାଇପାରିବେ। ଟେଲିକମ୍, ମିଡିଆ, ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ଆଇଡି କାର୍ଡ ଦେଖାଇବେ ବୋଲି ସୂଚନା ରହିଛି ।
ହୋମ୍ ଡେଲିଭରି, ପାନୀୟ ଜଳ, ପରିମଳ, ବିଦ୍ୟୁତ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ ବୋଲି ସୂଚନା ରହିଛି। ସେହିପରି କଳ କାରଖାନା, ହୋଟେଲ୍ କର୍ମଚାରୀ ମଧ୍ୟ ଆଇଡି କାର୍ଡ ଦେଖାଇ ଯାଇପାରିବେ। ଷ୍ଟେସନ୍, ବସ୍ଷ୍ଟାଣ୍ଡ୍, ଏୟାରପୋର୍ଟ ପାଇଁ ଗାଡିକୁ ପୋଲିସ୍ ପାସ୍ ଦରକାର। ପୋଲିସ୍ ପାସ୍ ଦେଖାଇ ଟ୍ୟାକ୍ସି, ଅଟୋ, ଓଲା, ଉବେର ଆଦି ଯାଇପାରିବେ। ସେହିପରି ସଟ୍ଡାଉନ୍ ଦିନ ବାହାଘରେ ଥିଲେ ପୋଲିସ୍ଠାରୁ ପାସ୍ ନେବା ଜରୁରୀ ବୋଲି ସୂଚନା ରହିଛି। ସେହିପରି ଟ୍ବିନ୍ ସିଟିରୁ ବାହାରକୁ ଯିବାକୁ ଚାହୁଥିବା ଘରୋଇ ଗାଡିକୁ 100ରୁ ଅନୁମତି ନେବାକୁ ପଡିବ। ମାଲ୍ ପରିବହନ କରୁଥିବା ଖାଲି ଓ ମାଲ୍ ଭର୍ତ୍ତିଗଡି ପାଇଁ ପାସ୍ ଅନାବଶ୍ୟକ ରହିଥିବାବେଳେ ଅନ୍ୟ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ପାଇଁ ଏସ୍ଏମ୍ଏସ୍ ବା 100କୁ ଡାଏଲ୍ କରି ପାସ୍ ନେଇପାରିବେ ବୋଲି ସୂଚନା ରହିଛି।