ବିଜେପି ନେତ୍ରୀଙ୍କ ଅଶାଳୀନ ବ୍ୟବହାର : ବଜାର କମିଟି ସମ୍ପାଦକଙ୍କୁ ଚପଲରେ ଆକ୍ରମଣ

Published: Jun 5, 2020, 7:32 pm IST

କର୍ଣ୍ଣାଲ : ହରିୟାଣାରେ ବିଜେପି ନେତ୍ରୀଙ୍କ ଅଶାଳୀନ ବ୍ୟବହାର ସମ୍ମୁଖକୁ ଆସିଛି । ହରିୟାଣାର ବିଜେପି ବିଧାୟକ ପ୍ରାର୍ଥୀ ତଥା ଟିକ୍‌ଟକ୍‌ ଷ୍ଟାର ସୋନାଲି ଫୋଗତ ଜଣେ ବଜାର କମିଟି ସମ୍ପାଦକଙ୍କୁ ଚପଲରେ ମାଡ ମାରିଛନ୍ତି । ହିସାରର ବଲସାମଣ୍ଡ ମଣ୍ଡିରେ ବଜାର କମିଟି ସମ୍ପାଦକ ସୁଲତାନ ସିଂଙ୍କୁ ଚପଲରେ ମାଡ ମାରିଥିଲେ । ତେବେ ଉକ୍ତ ଘଟଣା ଘଟିବା ସମୟରେ ପୋଲିସ୍‌ କର୍ମୀ ଉପସ୍ଥିତ ରହିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ । ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ମିଳିନଥିବା ବେଳେ ପୋଲିସକୁ ସୁଲତାନଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି ସୋନାଲି । ଏହା ସହିତ ତୁମେ ବଞ୍ଚିବା ଅନୁଚିତ ବୋଲି ମଧ୍ୟ ସୋନାଲି କହୁଥିବାର ନଜର ଆସିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ସୋନାଲୀ ଫୋଗତ 2019 ହରିୟାଣା ବିଧାନସଭା ନିର୍ବାଚନରେ ବିଜେପି ଟିକେଟରୁ ନିର୍ବାଚନ ଲଢିଥିଲେ । ମଣ୍ଡି ଆଦମପୁରରୁ ନିର୍ବାଚନ ଲଢିଥିବା ଫୋଗତ୍‌ କୁଲ୍‌ଦନୀପ ବିଷ୍ଣୋଇଙ୍କ ନିକଟରୁ ପରାଜିତ ହୋଇଥିଲେ । (ଏଜେନ୍ସି)

Related posts