ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ 66ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଓ ଦୁଇଟି ସିଫ୍ଟରେ ଖାତା ଦେଖା ହେବ ବୋଲି ଜଣାପଡ଼ିଛି ।
ସକାଳ ସାଢ଼େ 7ଟାରୁ ମଧ୍ୟାହ୍ନ ସାଢ଼େ 12ଟାରେ ପ୍ରଥମ ସିଫ୍ଟ ଓ ଦିନ ସାଢେ ଗୋଟାଏରୁ ସଂଧ୍ୟା 6ଟା 30 ଯାଏ ଦ୍ୱିତୀୟ ସିଫ୍ଟରେ ଖାତା ଦେଖା ହେବ। କରୋନା ମହାମାରୀ ନେଇ ଖାତା ଦେଖା କେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି। ସାମାଜିକ ଦୂରତା ଓ ମାସ୍କ ପିନ୍ଧିବା ନେଇ ବିଶେଷ ଧ୍ୟାନ ଦିଆଯାଇଛି ।
Tags: