ଭୁବନେଶ୍ବର : ଭୁବନେଶ୍ବରରେ କରୋନା ଆକ୍ରାନ୍ତ ସମ୍ପର୍କରେ ବିଏମ୍ସି ସୂଚନା ଦେଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ 13 ଆକ୍ରାନ୍ତ ମଧ୍ୟରୁ ଭୁବନେଶ୍ବରରୁ ଜଣେ ରହିଛନ୍ତି । ଆକ୍ରାନ୍ତ ଜଣକ ଡମଣା ଅଞ୍ଚଳର ହୋଇଥିବାବେଳେ 25 ବର୍ଷର ଯୁବକ ବୋଲି ଜଣାପଡିଛି । ସେ ନିକଟରେ ମୁମ୍ବାଇରୁ ଫେରିଥିବାର ଜଣାପଡିଛି। ଭୁବନେଶ୍ବରରେ ଆକ୍ରାନ୍ତ ସଂଖ୍ୟା 89କୁ ବୃଦ୍ଧି ହୋଇଥିବାବେଳେ 53 ଜଣ ସୁସ୍ଥ ହୋଇଥିବାବେଳେ ତିନିଜଣଙ୍କର ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଖୋର୍ଦ୍ଧାର ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 257ରେ ପହଞ୍ଚିଥିବାବେଳେ 133 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 2,994ରେ ପହଞ୍ଚିଛି। ସେହିପରି 1089 ଟି ଆକ୍ଟିଭ୍ ମାମଲା ରହିଥିବାବେଳେ ସୁସ୍ଥ ହୋଇଛନ୍ତି 1894ଜଣ। ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 9କୁ ବୃଦ୍ଧି ହୋଇଥିବାବେଳେ 2 ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସତ୍ତ୍ବେ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି।
Tags: