ହାଇଦ୍ରାବାଦ : ତେଲେଙ୍ଗାନାର ଜଣେ ବିଧାୟକ କରୋନା ଦ୍ବାର ଆକ୍ରାନ୍ତ ହୋଇଥିବା ବେଳେ ଅର୍ଥମନ୍ତ୍ରୀ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଶାସକ ଦଳ ଟିଆର୍ଏସ୍ର ଓ୍ବାରାଙ୍ଗଲ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଅର୍ଥମନ୍ତ୍ରୀ ଟି ହରିଶ୍ ରାଓ ହୋମ୍ କ୍ବାରେଣ୍ଟିନ୍ରେ ରହିଛନ୍ତି । ଟି ହରିଶ ରାଓଙ୍କ ପିଏ କରୋନା ପଜିଟିଭ୍ ସାବ୍ୟସ୍ତ ହେବା ପରେ ନିଜ ପରିବାର ସମେତ ହୋମ କ୍ବାରେଣ୍ଟିନ୍ରେ ରହିଛନ୍ତି । ସେହିପରି ଓ୍ବାରାଙ୍ଗଲ ବିଧାୟକଙ୍କ ପରିବାର ବର୍ଗ ଏବଂ କର୍ମଚାରୀଙ୍କୁ ମଧ୍ୟ କ୍ବାରେଣ୍ଟିନ୍ରେ ରଖାଯାଇଛି । (ଏଜେନ୍ସି)
ତେଲେଙ୍ଗାନା ବିଧାୟକଙ୍କୁ କରୋନା : ହୋମ୍ କ୍ବାରେଣ୍ଟିନ୍ରେ ଅର୍ଥମନ୍ତ୍ରୀ
Published:
Jun 13, 2020, 4:12 pm IST