ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ କରୋନା

Published: Jun 13, 2020, 7:35 pm IST

କରାଚୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଶନିବାର ଗିଲାନୀ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଛନ୍ତି । 67 ବର୍ଷୀୟ ଗିଲାନୀ ଏକ ଦୁର୍ନୀତି ମାମଲାରେ ଏନଏବି ସମ୍ମୁଖରେ ହାଜର ହେବା ପରେ ପଜିଟିଭ୍‌ ହୋଇଛନ୍ତି । ଏହା ସହିତ ଅନ୍ୟ ଏକ ଦୁର୍ନୀତି ମାମଲାରେ ଏନ୍‌ଏବି ସମ୍ମୁଖରେ ହାଜର ହୋଇଥିବା ବିରୋଧୀ ଦଳ ମୁଖ୍ୟ ଏବଂ ପିଏମ୍‌ଏଲ୍‌ଏନ୍‌ ନେତା ଶାହବାଜ ଶରିଫ୍‌ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଗିଲାନୀଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ଗିଲାନୀଙ୍କ ପୁଅ କାସୀମ୍‌ ଗିଲାନୀ ସରକାରଙ୍କୁ ଦୋଷାରୋପ କରିଛନ୍ତି । ତଦନ୍ତ ନାମରେ ମୋ ପିତାଙ୍କ ଜୀବନକୁ ବିପନ୍ନ କରିଥିବାରୁ ଧନ୍ୟବାଦ ବୋଲି କାସିମ୍‌ ଟ୍ବିଟ୍‌ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ପ୍ରଭାବରେ 1 ଲକ୍ଷ 32 ହଜାର 405 ଜଣ ଆକ୍ରାନ୍ତ ହୋଇଥିବା ବେଳେ 2551 ଜଣ ପ୍ରାଣ ହରାଇଛନ୍ତି ।

Related posts