ନୂଆଦିଲ୍ଲୀ : ଭୟଙ୍କର ରୂପ ନେଉଛି କରୋନା । ବିଗତ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ପ୍ରଭାବରେ 2 ହଜାରରୁ ଅଧିକ ପ୍ରାଣହାନି ଘଟିଥିବା ବେଳେ ସମୁଦାୟ ମୃତ୍ୟୁ ସଂଖ୍ୟା 11 ହଜାର ଅତିକ୍ରମ କରିଛି । ବିଗତ 24 ଘଣ୍ଟା ମଧ୍ୟରେ 2003 ଜଣଙ୍କ ମୁଣ୍ଡ ନେଇଛି କରୋନା । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି । 24 ଘଣ୍ଟା ମଧ୍ୟରେ11135ଟି ନୂତନ ମାମଲା ଆସିଥିବା ବେଳେ 10631 ଜଣ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା 3,54,161 ରହିଥିବା ବେଳେ ଏହା ମଧ୍ୟରୁ 1,87,552 ଜଣ ସୁସ୍ଥ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଦେଶର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା 1,54,688 ରହିଛି । (ଏଜେନ୍ସି)
24 ଘଣ୍ଟାରେ 2003 ଜୀବନ ନେଲା କରୋନା : 11 ହଜାର ଅତିକ୍ରମ କଲା ମୃତ୍ୟୁ ସଂଖ୍ୟା
Published:
Jun 17, 2020, 9:53 am IST