ଗଞ୍ଜାମରୁ 57 କରୋନା ପଜିଟିଭ୍‌ ଚିହ୍ନଟ

Published: Jun 20, 2020, 10:39 am IST

ଗଂଜାମ : ଗଂଜାମ ଜିଲ୍ଲାରୁ ଆଜି ପୁଣି 57 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି ।

ନୂଆ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି। ଏମାନଙ୍କ ମଧ୍ୟରୁ ବ୍ରହ୍ମପୁର ମହାନଗର ନିଗମରୁ 3 ଜଣ, ସାନଖେମୁଣ୍ଡି ଓ ଶେରଗଡ଼ରୁ ଜଣେ ଲେଖାଏଁ ରହିଛନ୍ତି । କରୋନା ପଜିଟିଭ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି 31 ଜଣ ସଂକ୍ରମିତ ହୋଇଛନ୍ତି । ଏମାନେ ବେଲଗୁଣ୍ଠାରୁ 2 ଜଣ, ବିଏମସିରୁ 2 ଜଣ, ଭଂଜନଗରରୁ 3 ଜଣ, ଚିକିଟିରୁ ଜଣେ, ଧରାକୋଟରୁ ଜଣେ, କବିସୂର୍ଯ୍ୟନଗରରୁ 6 ଜଣ, ଖଲିକୋଟରୁ ଜଣେ, କୁକୁଡାଖଣ୍ଡିରୁ ଜଣେ, ପାତ୍ରପୁରରୁ 6 ଜଣ, ପୁରୁଷୋତ୍ତମପୁରରୁ 5 ଜଣ, ଶେରଗଡ଼ରୁ 2 ଜଣ ଓ ସୋରଡାରୁ ଜଣେ ରହିଛନ୍ତି । ଅପରପକ୍ଷରେ ଆଜି ଚିହ୍ନଟ 57 ଜଣଙ୍କ ମଧ୍ୟରେ 20 ଜଣ ପଜିଟିଭ ବ୍ୟକ୍ତିଙ୍କର ଯାତ୍ରା ଇତିହାସ ଅଛି । ଏହି 20 ଆକ୍ରାନ୍ତଙ୍କ ମଧ୍ୟରେ ଆସିକାରୁ 2 ଜଣ, ବେଲଗୁଣ୍ଠାରୁ 2 ଜଣ, ବ୍ରହ୍ମପୁର ନଗର ନିଗମରୁ ଜଣେ, ଭଂଜନଗରରୁ 2 ଜଣ, ଗଂଜାମରୁ ଜଣେ, ଜଗନ୍ନାଥ ପ୍ରସାଦରୁ 2 ଜଣ, କବିସୂର୍ଯ୍ୟନଗରରୁ 2 ଜଣ, ପୋଲସରାରୁ ଜଣେ, ସାନଖେମୁଣ୍ଡିରୁ ଜଣେ, ସୋରଡାରୁ 4 ଜଣ ଓ ଖଲିକୋଟରୁ ଜଣେ ରହିଛନ୍ତି ।

Image

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 853ରେ ପହଞ୍ଚିଛି । ମୋଟ 641 ଜଣ ସୁସ୍ଥ ହୋଇଥିବା ବେଳେ 6 ଜଣଙ୍କର ମୃତ୍ୟୁ ହୋଇଛି ।

Related posts