Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତିର୍ତ୍ତୋଲରେ ସରକାରୀ କଟକଣାକୁ ବେଖାତିର୍: ସଟଡାଉନରେ ଜେସିବି ଖୋଳୁଛି ପଞ୍ଚାୟତ ପୋଖରୀ
ଆଞ୍ଚଳିକ

ତିର୍ତ୍ତୋଲରେ ସରକାରୀ କଟକଣାକୁ ବେଖାତିର୍: ସଟଡାଉନରେ ଜେସିବି ଖୋଳୁଛି ପଞ୍ଚାୟତ ପୋଖରୀ

June 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଦୃତ ବେଗରେ ସଂକ୍ରମଣ ହେଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସପ୍ତାହର ଶନିବାର ଓ ରବିବାର ୨ଦିନ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଘୋଷଣା ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ଏହି କଟକଣାକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ସଟଡାଉନରେ ଚାଲିଛି ପୋଖରୀ ଖୋଳା କାର୍ଯ୍ୟ। ଜବ୍ କାର୍ଡ ଧାରୀଙ୍କ ବଦଳରେ ଜେସିବିରେ ଖୋଳା ହେଉଛି ପୋଖରୀ।

ସୂଚନାନୁଯାୟୀ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଜାରୀ ହୋଇଥିଲେ ମଧ୍ୟ ଏହାକୁ ବେଖାତିର କରି ଆଜି (ରବିବାର) ସକାଳୁ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତର (ଅପରା) ପଞ୍ଚାୟତ ପୋଖରୀକୁ ଜବ୍ କାର୍ଡଧାରୀଙ୍କ ବଦଳରେ ଜେସିବି ଦ୍ୱାରା ଖୋଳା ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଟଡାଉନରେ ଏହି ପୋଖରୀ ଖନନ କାର୍ଯ୍ୟକୁ ଦେଖି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ମୁଁ ପୋଖରୀ ଖନନ ବିଷୟରେ କିଛି ଜାଣିନାହିଁ ସରପଞ୍ଚଙ୍କ ସହିତ ଯୋଗାଯୋଗ କର ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ବୋଲି ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ନାମ ଗୋପନରଖି ପ୍ରକାଶ କରିଛନ୍ତି। ପରେ ଏହି ଘଟଣା ବାବଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ଆଜି ଜେସିବିରେ ପୋଖରୀ ଖନନ ହେଉଛି କି ନାହିଁ ମୁଁ ଜାଣିନାହିଁ କିନ୍ତୁ ଏହା ଏନ୍.ଆର୍.ଜି.ଏସ୍ କାମନୁହେଁ ସିଏଫ୍ସି କାମ ମେସିନ୍ ଦ୍ୱାରା କାର୍ଯ୍ୟ ହୋଇପାରିବ ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।

ଏଠି ପ୍ରଶ୍ନ ଉଠୁଛି ଯଦି ଏହା ସିଏଫ୍ସି କାମ ତେବେ ଆଜି ସଟ୍ ଡାଉନ୍ କଟକଣା ସତ୍ତ୍ୱେ କିପରି ଜେସିବି ଦ୍ୱାରା ପୋଖରୀ ଖନନ କାର୍ଯ୍ୟ ହେଉଛି। ଅପରପକ୍ଷରେ ଶୁଣିବାକୁ ମିଳୁଛି ଏହା ଏନ୍.ଆର୍.ଜି.ଏସ୍ କାର୍ଯ୍ୟ ସଟ୍ ଡାଉନ୍ କଟକଣା ସତ୍ତ୍ୱେ ଦିନଦ୍ୱିପହରରେ ଜେସିବି ଦ୍ୱାରା ପୋଖରୀ ଖୋଳା କାର୍ଯ୍ୟ ହେଉଥିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାଁନ୍ତି ତ ? ଏପରିକି ଉକ୍ତ ପଞ୍ଚାୟତର ଜନୈକ କୁଜିନେତାଙ୍କ ଚାପରେ ସରକାରଙ୍କ ନିୟମକୁ ଜଳାଞ୍ଜଳି ଦେଇ ଉକ୍ତ କାର୍ଯ୍ୟକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।ତିର୍ତ୍ତୋଲ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ କରାଯିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବୀ ହେଉଛି।

shutdown
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ ଓ କବିତା ପାଠୋତ୍ସବ

January 31, 2026

ଦୁର୍ଗା ଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା ଶୋଭାଯାତ୍ରା

January 31, 2026

ଛତ୍ରପୁର ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ

January 31, 2026

ବାଣପୁର ସାହାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୯୯ ତମ ପ୍ରତିଷ୍ଠା ଦିବସ ଓ ବାର୍ଷିକ ଉତ୍ସବ

January 30, 2026
Latest News

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026

ଫେବୃୟାରୀ ମାସରେ କଣ ରହିଛି ବଡ ପର୍ବପର୍ବାଣୀ, ମହାଶିବ ରାତ୍ରୀ କେବେ

February 1, 2026

‘ଦିବ୍ୟାଙ୍ଗ କୌଶଳ ଯୋଜନା’: ଦିବ୍ୟାଙ୍ଗମାନଙ୍କୁ ପ୍ରଦାନ କରିବ ଆବଶ୍ୟକ ମୁତାବକ ତାଲିମ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.