Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନ ମଣ୍ଡଳୀର ଏହି ଗ୍ରାମକୁ ସାତ ଦିନ ପାଇଁ କରାଗଲା ସଟଡ଼ାଉନ

ସୀତାରାମ ଅଗ୍ରୱାଲ 

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମାନସିଂହପୁର ପଞ୍ଚାୟତର ବରୁଣାପଡା ଗ୍ରାମକୁ ୭ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି। ଗତ ତିନି ଦିନ ମଧ୍ୟରେ ଏହି ଗ୍ରାମରୁ ୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିଲିକା ପ୍ରଶାସନ ଏହି ନିଷ୍ପତି ନେଇଛି।

ଏହି ଗ୍ରାମରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବାରୁ ଚିଲିକା ତହସିଲଦାର ପୁନମ ମହାପାତ୍ର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଷମା ବାରିକ, ସିଡିପିଓ ପ୍ରିୟଦର୍ଶିନୀ ମହାନ୍ତି,  ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ, ସରପଞ୍ଚ ସନାତନ ବେହେରା ପ୍ରମୁଖ ଉକ୍ତ ଗ୍ରାମରେ ପହଞ୍ଚି ଏକ ଉଚ୍ଚ ସ୍ତରୀୟ ବୈଠକ କରିବା ସହ ଲୋକମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ସଂକ୍ରମଣ ବ୍ୟକ୍ତି ହୋମ ଆଇସୋଲେସନରେ ରହିବା ସହ ଗ୍ରାମର କୌଣସି ବ୍ୟକ୍ତି ଏକତ୍ରିତ ହୋଇପାରିବେ ନାହିଁ କିମ୍ବା ତାସ ନଖେଳିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଆସନ୍ତାକାଲି(ତା-୨୦.୦୮.୨୦୨୦) ଅପରାହ୍ନ ୨ଟାରୁ ତା-୨୭.୦୮.୨୦୨୦ ରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏହି ଗ୍ରାମକୁ ସଂପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଛି। ଏହି ସମୟ ଭିତରେ ଉକ୍ତ ଗ୍ରାମକୁ କୌଣସି ବ୍ୟକ୍ତି ପ୍ରବେଶ କିମ୍ବା ପ୍ରସ୍ଥାନ କରିବା ଉପରେ କଟକଣା ଲଗାଯାଇଛି।

Categories
ଆଜିର ଖବର ଆଞ୍ଚଳିକ

ଚିଲିକା ଏବଂ ବାଣପୁର ବ୍ଲକର ଚାରି ଗୋଟି ପଞ୍ଚାୟତ ସଟ୍‌ଡାଉନ୍‌, ଜାଣନ୍ତୁ କେଉଁ ସବୁ ପଞ୍ଚାୟତକୁ କରାଯାଇଛି ସଟ୍‌ଡାଉନ୍‌

ସୀତାରାମ ଅଗ୍ରଓ୍ବାଲ

ଚିଲିକା/ବାଣପୁର:  ଦେଶରେ କରୋନା ମହାମାରୀ ଦିନକୁ ଦିନ ଭୟଙ୍କର ରୂପ ନେଉଛି। କରୋନକୁ ପ୍ରତିହତ କରିବା ପାଇଁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଥିଲେ ସୁଦ୍ଧା କରୋନା ମହାମାରୀ କମିବାର ନାଁ ଧରୁନାହିଁ। ଓଡ଼ିଶାରେ ଗତ ଏକ ମାସ ରୁ ଉର୍ଦ୍ଧ୍ବ ସମୟ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି। ଏଥିରୁ ବାଦ ପଡିନି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟ ସଂକ୍ରମଣ ତାଲିକାରେ ଖୋର୍ଦ୍ଧା ଜିଲ୍ଲା ଦୁଇ ନମ୍ବରରେ ଥିବା ବେଳେ ଏହା ଅନ୍ତର୍ଗତ ଚିଲିକା ଏବଂ ବାଣପୁର ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ ଏଠାରେ ଲୋକାଲ୍‌ କେସ୍‌ ପ୍ରଶାସନର ମୁଣ୍ଡବ୍ୟାଥାର କାରଣ ପାଲଟିଛି। ଗତ କାଲି ଉଭୟ ବାଣପୁର ଏବଂ ଚିଲିକା ବ୍ଲକର ଚାରିଗୋଟି ପଞ୍ଚାୟତରୁ ଲୋକାଲ୍‌ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବାରୁ ଆଜି ଚାରିଗୋଟି ପଞ୍ଚାୟତକୁ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସଟ ଡ଼ାଉନ ଘୋଷଣା କରିଛନ୍ତି ସମ୍ପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ।

ବାଣପୁର ଓ ଚିଲିକାର ସଟ୍‌ଡାଉନ୍‌ କରାଯାଇଥିବା ପଞ୍ଚାୟତ ଗୁଡିକ ହେଉଛି ଚିଲିକା ବ୍ଲକର ଅଠର ବାଟିଆ, ହରିପୁର, ସୋରଣ ଏବଂ ବାଣପୁର ବ୍ଲକର ମୋରାମୋରି। ସବୁ ପଞ୍ଚାୟତରେ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସରପଞ୍ଚମାନେ ଏପରି ନିଷ୍ପତ୍ତି ନେଇଛନ୍ତି। ସମସ୍ତ ପଞ୍ଚାୟତକୁ ୭୨ ଘଣ୍ଟା ଯାଏଁ ସଟ୍‌ଡାଉନ୍‌ କରାଯାଇଛି।

ମୋରାମୋରି ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି। ବାଣପୁର ବ୍ଲକ ନାଚୁଣୀ ଓ ମୋରାମୋରି ପଞ୍ଚାୟତରୁ ଜଣେ ଲେଖାଏଁ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋରାମୋରି ପଞ୍ଚାୟତରେ ମୋରାମୋରି ଗ୍ରାମର ଜଣେ ୩୨ ବର୍ଷୀୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନାଚୁଣୀ ପଞ୍ଚାୟତର ଲୋକପୁର ଗାମରୁ ଜଣେ ୨୯ ବର୍ଷ ବୟସ୍କ ସ୍ବାସ୍ଥ୍ୟକର୍ମୀ ରହିଛନ୍ତି। ସଂକ୍ରମଣକୁ ଦୃଷ୍ଟିରେ ରଖି ମୋରାମୋରି ପଞ୍ଚାୟତର ସରପଞ୍ଚ ସବିତା ନାୟକ ଏହି ପଞ୍ଚାୟତର ଦୁଇଟି ଗ୍ରାମ ଯଥାକ୍ରମେ ସଲପଡିହ ଓ ମୋରମୋରୀ ଗ୍ରାମକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ପଞ୍ଚାୟତରେ ଆଜି ଅର୍ଥାତ୍‌ ୧୪ ତାରିଖ ଦିନ ଦୁଇ ଘଟିକାଠାରୁ ଆସନ୍ତା ୧୭ ତାରିଖ ଦିବା ୨ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନିୟମ ବଳବତ୍ତର ରହିବ।

ସେହିପରି ହରିପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ ସ୍ବାଇଁ, ଅଠରବାଟିଆ ପଞ୍ଚାୟତର ସରପଞ୍ଚ ଇନ୍ଦୁମତୀ ଜାଲୀ ଓ ସୋରଣର ସରପଞ୍ଚ ସୁଜାତା ବିଶ୍ବାଳ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପଞ୍ଚାୟତଗୁଡିକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି।

ସୋରଣ ଗ୍ରାମର ପୂଜାରୀ ସାହିକୁ  ଆଜି ସନ୍ଧ୍ୟା ୬ ଘଟିକା  ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟା ୬ ଘଟିକାଠାରୁ ଆସନ୍ତା ୧୭ ତାରିଖ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ସେହିପରି ଅଠର ବାଟିଆ ଗ୍ରାମ ପଞ୍ଚାୟତକୁ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଗ୍ରାମ ପଞ୍ଚାୟତରେ ୧୪ ତାରିଖ ସକାଳ ୧୧ ଘଟିକାଠାରୁ ଆସନ୍ତା ୧୭ ତାରିଖ ସକାଳ ୧୧ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ କଟକଣା ବଳବତ୍ତର ରହିବ।  ହରିପୁର ଗ୍ରାମ ପଞ୍ଚାୟତର ଛୋଟରାୟପୁର ଗ୍ରାମକୁ ମଧ୍ୟ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍‌ କରାଯାଇଛି। ଏହି ଗ୍ର୍ରାମରେ ଆଜି ସନ୍ଧ୍ୟା ଅର୍ଥାତ୍‌ ୧୪ ତାରିଖ ସନ୍ଧ୍ୟା  ୭ ଟାରୁ ୧୭ ତାରିଖ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ।

ସରପଞ୍ଚମାନେ ପଞ୍ଚାୟତକୁ ସଟ୍‌ଡାଉନ୍‌ କରିବା ପୂର୍ବରୁ ନିଜ ନିଜ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଖୋର୍ଦ୍ଧା ଜିଲ୍ଲାପାଳ ସମେତ ତହସିଲଦାର ପ୍ରମୁଖଙ୍କୁ ଏନେଇ ଅବଗତ କରାଇଛନ୍ତି। ସରପଞ୍ଚମାନଙ୍କ ଏଭଳି ପଦକ୍ଷେପକୁ ଗ୍ରାମବାସୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।

Categories
ଆଞ୍ଚଳିକ

ସରପଞ୍ଚଙ୍କ ପ୍ରତିନିଧିଙ୍କୁ କରୋନା: କ୍ୱାରେଣ୍ଟିନରେ ସରପଞ୍ଚ, ସଟଡ଼ାଉନ ହେଲା ଚିଲିକା ବ୍ଲକର ଏହି ପଞ୍ଚାୟତ

 ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏଥିରୁ ବାଦ ପଡିନି ଚିଲିକା ବ୍ଲକ। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନା ପଜିଟିଭ ଚି଼ହ୍ନଟ ହେଲାପରେ ସତର୍କତା ପଦକ୍ଷେପ ମୂଳକ ଭାବେ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସେଠି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସମ୍ପୂର୍ଣ୍ଣ ପଞ୍ଚାୟତ କୁ ଆଜି (ଶୁକ୍ରବାର) ସଂଧ୍ୟା ୦୭ ଟାରୁ ସୋମବାର ସଂଧ୍ୟା ୦୭ ଘଟିକା ଯାଏଁ ୭୨ ଘଣ୍ଟା ପାଇଁ ସଟ ଡାଉନ୍ ଘୋଷଣା କରିଛନ୍ତି।

ଯେହେତୁ ସରପଞ୍ଚଙ୍କ ପ୍ରତିନିଧି ଆକ୍ରାନ୍ତ ହେବା ସ୍ଥାନୀୟ ସଂକ୍ରମଣ ମାମଲା ତେଣୁ କଡ଼ାକଡ଼ି ଭାବେ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ମିଳିଛି। ସେ ଉକ୍ତ ପଞ୍ଚାୟତରେ କୋଭିଡ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଉଥିଲେ ତେଣୁ ବହୁତ ଲୋକଙ୍କ ସଂସ୍ପର୍ଶ ରେ ଆସିଥିବାର ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ପଞ୍ଚାୟତ କ୍ୱାରେଣ୍ଟିନରେ ରଖାଯାଇଛି।

ଆଜି ସମ୍ପୂର୍ଣ୍ଣ ପଞ୍ଚାୟତରେ ବ୍ୟାରିକେଡ଼ କରାଯାଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଟ ଡ଼ାଉନ ପାଇଁ ସୂଚନା ଦିଆଯାଇଛି। ଆସନ୍ତାକାଲି ଠାରୁ ପଞ୍ଚାୟତକୁ ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ ଏବଂ ସ୍ୱାବ ସଂଗ୍ରହ କାମ ଆରମ୍ଭ ହେବ। ସରପଞ୍ଚଙ୍କ ପ୍ରତିନିଧି ନିଜେ ସରପଞ୍ଚଙ୍କ ସ୍ୱାମୀ ହେଇଥିବାରୁ ସରପଞ୍ଚ ମଧ୍ୟ ଆଜିଠାରୁ କୱାରେଣ୍ଟିନରେ ରହିଛନ୍ତି। ତାଙ୍କ ଅନୁପସ୍ଥିତି ରେ ଆଗାମୀ କାର୍ଯ୍ୟ ସବୁ ନୋଡାଲ ଅଧିକାରୀ ବାବୁଲା ବେହେରା ଏବଂ ନାଏବ ସରପଞ୍ଚ ଶ୍ରୀ ସମୀର ସାହୁ ପରିଚାଳନା କରିବେ ବୋଲି ସରପଞ୍ଚ ଶ୍ରୀମତୀ ସେଠି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

 

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ବାଣପୁର ବ୍ଲକ ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ: ଏହି ସବୁ ଗାଁକୁ କଲେ ସଟ୍ ଡ଼ାଉନ୍

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ଭେଟେଶ୍ବର ଗ୍ରାମ ପଂଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଓ ପେଣ୍ଡୁରାପଲ୍ଲୀ ଗାଁକୁ ସଟ୍ ଡାଉନ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟା ୫ଟାରୁ ୯ ତାରିଖ (ଗୁରବାର) ସକାଳ ୫ଟା ଯାଏଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ପଂଚାୟତ ସରପଞ୍ଚ। ଜଗନ୍ନାଥପୁର ଗାଁର ୩୫ ବର୍ଷୀୟ ଜଣେ ବ୍ୟକ୍ତି କୋଭିଡ ସଂକ୍ରମିତ ହେବା ଜଣାପଡ଼ିବା ପରେ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହା ସମେତ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା ଘୋଷଣା କରାଯାଇଥିବା ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ପୂର୍ବପରି ବଳବତ୍ତର ରହିବ।

ସଂକ୍ରମିତ ବ୍ୟକ୍ତି ଜଣଙ୍କ ଗତ ମାସ ୧୧ ତାରିଖରେ ବିଦେଶରୁ ଫେରିଥିଲେ ଏବଂ ଭାପୁରସ୍ଥିତ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନ ପାଇଁ  କ୍ବାରେଣ୍ଟାଇନରେ ରହିଥିଲେ। ଏହାପରେ ଘରେ ଆଉ ୧୪ ଦିନ ହୋମ କ୍ବାରେଣ୍ଟାଇନରେ ରହିବା ପାଇଁ ସରପଞ୍ଚଙ୍କ ନିର୍ଦ୍ଦେଶ ରହିଥିଲା। କିନ୍ତୁ ଏହି ସମୟ ମଧ୍ୟରେ ସାଙ୍ଗସାଥୀ ଓ ପରିବାରଙ୍କ ସହିତ ଦୁଇଟି ଭୋଜିରେ ଯୋଗ ଦେଇଥିଲେ। ଏହିସବୁ କାର୍ଯ୍ୟକ୍ରମ ଭିତରେ ସଂକ୍ରମିତ ବ୍ୟକ୍ତି ଜଣଙ୍କ ପ୍ରାୟ ୫୦ ରୁ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ସୂଚନା ଦେଇଛନ୍ତି ସରପଞ୍ଚ ଜିତେନ୍ଦ୍ର କୁମାର।

ଭେଟେଶ୍ବର ପଂଚାୟତରେ କୋଭିଡ ସଂକ୍ରମିତ ହେବା ଏହା ପ୍ରଥମ ଘଟଣା। ଏବେ ସରପଞ୍ଚ ସଂକ୍ରମିତଙ୍କ କଂଟ୍ରାକ୍ଟ ଟ୍ରେସିଂ କରୁଥିବା ବେଳେ ସଂସ୍ପର୍ଶରେ ଆସିଥିବା ୫୦ ଜଣଙ୍କୁ ହୋମ କ୍ବାରେଣ୍ଚାଇନରେ ରହିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ମିଳିଥିବା ଶେଷ ସୂଚନା ଅନୁଯାୟୀ ସଂକ୍ରମିତଙ୍କ ପରିବାର ସଦସ୍ୟଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କର ସ୍ବାବ ନମୁନା ଖୁବଶୀଘ୍ର ସଂଗ୍ରହ କରାଯିବ ବୋଲି ପଂଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ କହିଛନ୍ତି।

Categories
ଆଞ୍ଚଳିକ

ତିର୍ତ୍ତୋଲରେ ସରକାରୀ କଟକଣାକୁ ବେଖାତିର୍: ସଟଡାଉନରେ ଜେସିବି ଖୋଳୁଛି ପଞ୍ଚାୟତ ପୋଖରୀ

ରମେଶ ମହାନ୍ତି

ଜଗତସିଂହପୁର: ଦୃତ ବେଗରେ ସଂକ୍ରମଣ ହେଉଥିବା କରୋନା ମହାମାରୀକୁ ଦୃଷ୍ଟିରେ ରଖି ସପ୍ତାହର ଶନିବାର ଓ ରବିବାର ୨ଦିନ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଘୋଷଣା ହୋଇଥିବା ବେଳେ ତିର୍ତ୍ତୋଲ ବ୍ଲକ୍ ଅଞ୍ଚଳରେ ଏହି କଟକଣାକୁ ବେଖାତିର କରାଯାଉଥିବା ଦେଖିବାକୁ ମିଳିଛି। ସଟଡାଉନରେ ଚାଲିଛି ପୋଖରୀ ଖୋଳା କାର୍ଯ୍ୟ। ଜବ୍ କାର୍ଡ ଧାରୀଙ୍କ ବଦଳରେ ଜେସିବିରେ ଖୋଳା ହେଉଛି ପୋଖରୀ।

ସୂଚନାନୁଯାୟୀ ସରକାରଙ୍କ ପକ୍ଷରୁ ସଟଡାଉନ୍ କଟକଣା ଜାରୀ ହୋଇଥିଲେ ମଧ୍ୟ ଏହାକୁ ବେଖାତିର କରି ଆଜି (ରବିବାର) ସକାଳୁ ତିର୍ତ୍ତୋଲ ବ୍ଲକ୍ ଅନ୍ତର୍ଗତ ପିପ୍ପଳମାଧବ ପଞ୍ଚାୟତର (ଅପରା) ପଞ୍ଚାୟତ ପୋଖରୀକୁ ଜବ୍ କାର୍ଡଧାରୀଙ୍କ ବଦଳରେ ଜେସିବି ଦ୍ୱାରା ଖୋଳା ହେଉଥିବା ଦେଖିବାକୁ ମିଳିଛି। ଉକ୍ତ ଗ୍ରାମର କିଛି ବ୍ୟକ୍ତି ସଟଡାଉନରେ ଏହି ପୋଖରୀ ଖନନ କାର୍ଯ୍ୟକୁ ଦେଖି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାରୁ ମୁଁ ପୋଖରୀ ଖନନ ବିଷୟରେ କିଛି ଜାଣିନାହିଁ ସରପଞ୍ଚଙ୍କ ସହିତ ଯୋଗାଯୋଗ କର ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ ବୋଲି ଉକ୍ତ ଗ୍ରାମର ଜନୈକ ବ୍ୟକ୍ତି ନାମ ଗୋପନରଖି ପ୍ରକାଶ କରିଛନ୍ତି। ପରେ ଏହି ଘଟଣା ବାବଦରେ ଗଣମାଧ୍ୟମ ପ୍ରତିନିଧିଙ୍କ ପକ୍ଷରୁ ଉକ୍ତ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ୍ ରେ ଯୋଗାଯୋଗ କରିବାରୁ ଆଜି ଜେସିବିରେ ପୋଖରୀ ଖନନ ହେଉଛି କି ନାହିଁ ମୁଁ ଜାଣିନାହିଁ କିନ୍ତୁ ଏହା ଏନ୍.ଆର୍.ଜି.ଏସ୍ କାମନୁହେଁ ସିଏଫ୍ସି କାମ ମେସିନ୍ ଦ୍ୱାରା କାର୍ଯ୍ୟ ହୋଇପାରିବ ବୋଲି ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଥିଲେ।

ଏଠି ପ୍ରଶ୍ନ ଉଠୁଛି ଯଦି ଏହା ସିଏଫ୍ସି କାମ ତେବେ ଆଜି ସଟ୍ ଡାଉନ୍ କଟକଣା ସତ୍ତ୍ୱେ କିପରି ଜେସିବି ଦ୍ୱାରା ପୋଖରୀ ଖନନ କାର୍ଯ୍ୟ ହେଉଛି। ଅପରପକ୍ଷରେ ଶୁଣିବାକୁ ମିଳୁଛି ଏହା ଏନ୍.ଆର୍.ଜି.ଏସ୍ କାର୍ଯ୍ୟ ସଟ୍ ଡାଉନ୍ କଟକଣା ସତ୍ତ୍ୱେ ଦିନଦ୍ୱିପହରରେ ଜେସିବି ଦ୍ୱାରା ପୋଖରୀ ଖୋଳା କାର୍ଯ୍ୟ ହେଉଥିବାରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଏହାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁନାହାଁନ୍ତି ତ ? ଏପରିକି ଉକ୍ତ ପଞ୍ଚାୟତର ଜନୈକ କୁଜିନେତାଙ୍କ ଚାପରେ ସରକାରଙ୍କ ନିୟମକୁ ଜଳାଞ୍ଜଳି ଦେଇ ଉକ୍ତ କାର୍ଯ୍ୟକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶୁଣିବାକୁ ମିଳୁଛି।ତିର୍ତ୍ତୋଲ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଘଟଣାର ତଦନ୍ତ କରାଯିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବୀ ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଶନି ଓ ରବିବାର ବନ୍ଦ ରହିବ ମୋ ବସ୍‌

ଭୁବନେଶ୍ବର : ବସ୍ ଯାତ୍ରୀଙ୍କ ପାଇଁ ଦୁଃସମ୍ବାଦ । ଶନି ଓ ରବିବାର ସମ୍ପୂର୍ଣ୍ଣ ସଟ୍‌ଡାଉନ୍‌ ଘୋଷଣା କରାଯାଇଥିବା ବେଳେ ଏହି ସମୟରେ ମୋ ବସ୍‌ ଚଳାଚଳ ବନ୍ଦ ରହିବ । ଜୁନ୍‌ ମାସର ସମସ୍ତ ଶନିବାର ଏବଂ ରବିବାର ବସ୍‌ ଚଳାଚଳ ବନ୍ଦ ରହିବା ନେଇ ସିଆରୟୁଟି ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ଓଲା, ଉବର ଏବଂ ଅଟୋ ସ୍ବତନ୍ତ୍ର ଅନୁମତିରେ ଚାଲିବା ନେଇ ଘୋଷଣା କରାଯାଇଥିଲା । ଉଲ୍ଲେଖଯୋଗ୍ୟ ଯେ, ଜୁନ୍‌ ମାସରେ 11ଟି ଜିଲ୍ଲାରେ ସପ୍ତାହକୁ ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି ସରକାର ।

Categories
ଆଞ୍ଚଳିକ

ତିନି ଦିନ ପାଇଁ ଗମ୍ଭାରୀମୁଣ୍ଡାକୁ ସଟ୍‌ଡାଉନ୍‌ କଲେ ସରପଞ୍ଚ

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଆସନ୍ତା ୩୧ ତାରିଖରୁ ଗମ୍ଭାରୀମୁଣ୍ଡା ବଜାରକୁ ତିନି ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଗମ୍ଭାରୀମୁଣ୍ଡାରେ ରହିଥିବା କ୍ବାରେଣ୍ଟିନ୍‌ ସେଣ୍ଟରରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା କାରଣରୁ ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥାଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗମ୍ଭାରୀମୁଣ୍ଡା ବଜାର ଉପରେ 5ଖଣ୍ଡ ପଞ୍ଚାୟତ ନିର୍ଭର କରୁଥିବାରୁ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସରପଞ୍ଚ ଏହି ଘୋଷଣା କରିଛନ୍ତି। ଫଳସ୍ବରୂପ ୩୧.୦୫.୨୦୨୦ ସକାଳ ୭ଟା ସମୟରୁ ୩ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଜାରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। କେବଳ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ଏବଂ ସାଧାରଣ ଲୋକଙ୍କ ଚଳାଚଳ ଏହି ସମୟରେ ବନ୍ଦ ରହିବ। ଏହା ସହିତ ତିନି ଦିନ ମଧ୍ୟରେ ଏହି ବଜାରଟିକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରାଯିବ ବୋଲି ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ମହାରଥା ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ କୁମାରାଙ୍ଗ ସରପଞ୍ଚ: ୭୨ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା

ସୀତାରାମ ଅଗ୍ରଓ୍ବାଲ
ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁରରୁ ଦୁଇ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ନିଜ ଜିଲ୍ଲାପାଳ କ୍ଷମତାର ପ୍ରୟୋଗ କରିଛନ୍ତି ସରପଞ୍ଚ। ଉକ୍ତ ଅଞ୍ଚଳକୁ ଜିଲ୍ଲାପାଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଥିବା ବେଳେ ସରପଞ୍ଚ ୪ଟି ଗ୍ରାମକୁ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ସରପଞ୍ଚ ମନୋଜ କୁମାର ପ୍ରଧାନ କୁମାରାଙ୍ଗ ପଞ୍ଚାୟତ ଅଧୀନସ୍ଥ କେଶପୁର, ବୀରକେଶପୁର, କନ୍ଧଦୁଲ୍ଲଣୀ ଏବଂ ଖୁଣ୍ଟପଲ୍ଲୀ ଗ୍ରାମରେ ସଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ୭୨ ଘଣ୍ଟା ପାଇଁ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାର ସୁପରିଚାଳନା ପାଇଁ ୧ ପ୍ଲାଟୁନୁ ପୋଲିସ୍‌ ମୁତୟନ ହୋଇଛନ୍ତି। ୧୬ ତାରିଖ ସନ୍ଧ୍ୟା ୬ଟାରୁ ୧୯ ତାରିଖ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହା ସହିତ ଉକ୍ତ ଅଞ୍ଚଳର ସାନିଟାଇଜେସନ୍‌ ପାଇଁ ସରପଞ୍ଚ ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲାରେ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତା ମଧ୍ୟରେ ବାଣପୁରର ବୋରେଇସାହିର ଜଣେ ୮ ବର୍ଷୀୟ ବାଳକ କରୋନା ପଜିଟିଭ୍‌ ସାବ୍ୟସ୍ତ ହୋଇଥିଲେ। ରାଜ୍ୟ ବାହାରୁ ଫେରିଥିବା ନିଜ ସମ୍ପର୍କୀୟଙ୍କ ସଂସ୍ପର୍ଶରେ ଆସି ବାଳକ ଜଣକ ସଂକ୍ରମିତ ହୋଇଥିବା ଜଣାପଡିଛି। ବାଳକଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, ବୋରେଇସାହିକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଥିବା ବେଳେ ଏହାର ଚତୁଃପାର୍ଶ୍ବରେ ରହିଥିବା ଗ୍ରାମ ଗୁଡିକୁ ସଟ୍‌ଡାଉନ୍‌ କରାଯାଇଛି। କୁମରାଙ୍ଗ କ୍ବାରେଣ୍ଟିନ୍‌ ସେଣ୍ଟରରେ ୩୪ ଜଣ ପ୍ରବାସୀ ରହିଥିବା ବେଳେ ଗୋଦାବରୀଶ ବିଦ୍ୟାପୀଠରେ ୧୨ ଏବଂ ନାଚୁଣୀ ମହାବିଦ୍ୟାଳୟରେ ୯ ଜଣ ପ୍ରବାସୀ ଓଡିଆ ଅବସ୍ଥାନ କରୁଥିବା ନେଇ ସରପଞ୍ଚ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ଗୁଗୁଲ୍‌ ବନ୍ଦ କରିବ ପ୍ଲେ ମ୍ୟୁଜିକ୍‌

ଗୁଗୁଲ ପ୍ଲସ୍ ଏବଂ ଇନ ବକ୍ସ ବାଇ ଜିମେଲ ବନ୍ଦ କରିବା ପରେ ଗୁଗୁଲ ନିଜର ଆଉ ଏକ ସର୍ଭିସକୁ ସଟ୍‌ଡାଉନ କରିବାକୁ ଯାଉଛି। ଅପ୍ରେଲ ୩୦ରୁ ଗୁଗୁଲ ପ୍ଲେ ଆର୍ଟିଷ୍ଟ ହବ୍ ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯିବ ବୋଲି କମ୍ପାନୀ ଘୋଷଣା କରିଛି। ଏହି ସର୍ଭିସ୍ ୨୦୧୨ରେ ଲଞ୍ଚ୍‌ କରାଯାଇଥିଲା। ଏହାଦ୍ୱାରା ଭାରତୀୟ କଳାକାର ନିଜ ମ୍ୟୁଜିକ ଅପଲୋଡ କରି ଗୁଗୁଲ ପ୍ଲେ ଷ୍ଟୋର ଏବଂ ଗୁଗୁଲ ପ୍ଲେ ମ୍ୟୁଜିକ ଜରିଆରେ ବିକ୍ରି କରୁଥିଲେ। ତେବେ ୩୦ ଅପ୍ରେଲ ପରେ  ୟୁଜରମାନେ ଏହାକୁ ସାଇନ ଇନ କରି ପାରିବେ ନାହିଁ। ତେବେ ଗୁଗୁଲର ଲ୍ୟାଟେଷ୍ଟ ୟୁଟ୍ୟୁବ୍‌ ମ୍ୟୁଜିକ ଆସିବା ନେଇ ଏହାକୁ ବନ୍ଦ କରାଯାଉଛି ବୋଲି ସୂଚନା ମିଳିଛି। ଖୁବ୍ ଶୀଘ୍ର ଗୁଗୁଲ ନିଜ ପ୍ଲେ ମ୍ୟୁଜିକକୁ ୟୁଟ୍ୟୁବ ମ୍ୟୁଜିକରେ ରିପ୍ଲେସ କରିବ ବୋଲି ସୂଚନା ରହିଛି।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )