ସରପଞ୍ଚଙ୍କ ପ୍ରତିନିଧିଙ୍କୁ କରୋନା: କ୍ୱାରେଣ୍ଟିନରେ ସରପଞ୍ଚ, ସଟଡ଼ାଉନ ହେଲା ଚିଲିକା ବ୍ଲକର ଏହି ପଞ୍ଚାୟତ

Published: Jul 10, 2020, 10:35 pm IST

 ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଏଥିରୁ ବାଦ ପଡିନି ଚିଲିକା ବ୍ଲକ। ଆଜି ଚିଲିକା ବ୍ଲକ ଅନ୍ତର୍ଗତ ଡୁଙ୍ଗମାଳ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି କରୋନା ପଜିଟିଭ ଚି଼ହ୍ନଟ ହେଲାପରେ ସତର୍କତା ପଦକ୍ଷେପ ମୂଳକ ଭାବେ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ସେଠି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ସମ୍ପୂର୍ଣ୍ଣ ପଞ୍ଚାୟତ କୁ ଆଜି (ଶୁକ୍ରବାର) ସଂଧ୍ୟା ୦୭ ଟାରୁ ସୋମବାର ସଂଧ୍ୟା ୦୭ ଘଟିକା ଯାଏଁ ୭୨ ଘଣ୍ଟା ପାଇଁ ସଟ ଡାଉନ୍ ଘୋଷଣା କରିଛନ୍ତି।

ଯେହେତୁ ସରପଞ୍ଚଙ୍କ ପ୍ରତିନିଧି ଆକ୍ରାନ୍ତ ହେବା ସ୍ଥାନୀୟ ସଂକ୍ରମଣ ମାମଲା ତେଣୁ କଡ଼ାକଡ଼ି ଭାବେ କଣ୍ଟାକ୍ଟ ଟ୍ରେସିଂ କରାଯିବ ବୋଲି ସୂଚନା ମିଳିଛି। ସେ ଉକ୍ତ ପଞ୍ଚାୟତରେ କୋଭିଡ ପରିଚାଳନାରେ ପ୍ରମୁଖ ଭୂମିକା ନିଭାଉଥିଲେ ତେଣୁ ବହୁତ ଲୋକଙ୍କ ସଂସ୍ପର୍ଶ ରେ ଆସିଥିବାର ଅନୁମାନ କରାଯାଉଛି। ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ପଞ୍ଚାୟତ କ୍ୱାରେଣ୍ଟିନରେ ରଖାଯାଇଛି।

ଆଜି ସମ୍ପୂର୍ଣ୍ଣ ପଞ୍ଚାୟତରେ ବ୍ୟାରିକେଡ଼ କରାଯାଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ସଟ ଡ଼ାଉନ ପାଇଁ ସୂଚନା ଦିଆଯାଇଛି। ଆସନ୍ତାକାଲି ଠାରୁ ପଞ୍ଚାୟତକୁ ବିଶୋଧନ, କଣ୍ଟାକ୍ଟ ଟ୍ରେସିଂ ଏବଂ ସ୍ୱାବ ସଂଗ୍ରହ କାମ ଆରମ୍ଭ ହେବ। ସରପଞ୍ଚଙ୍କ ପ୍ରତିନିଧି ନିଜେ ସରପଞ୍ଚଙ୍କ ସ୍ୱାମୀ ହେଇଥିବାରୁ ସରପଞ୍ଚ ମଧ୍ୟ ଆଜିଠାରୁ କୱାରେଣ୍ଟିନରେ ରହିଛନ୍ତି। ତାଙ୍କ ଅନୁପସ୍ଥିତି ରେ ଆଗାମୀ କାର୍ଯ୍ୟ ସବୁ ନୋଡାଲ ଅଧିକାରୀ ବାବୁଲା ବେହେରା ଏବଂ ନାଏବ ସରପଞ୍ଚ ଶ୍ରୀ ସମୀର ସାହୁ ପରିଚାଳନା କରିବେ ବୋଲି ସରପଞ୍ଚ ଶ୍ରୀମତୀ ସେଠି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।

 

Related posts