ସୁପ୍ରିମ୍‌କୋର୍ଟରେ ଚାଲିଛି ରଥଯାତ୍ରା ମାମଲା ଶୁଣାଣି

Published: Jun 22, 2020, 3:55 pm IST

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟରେ ଜାରି ରହିଛି ରଥଯାତ୍ରା ମାମଲାର ଶୁଣାଣି । ମୁଖ୍ୟ ବିଚାରପତି ଜଷ୍ଟିସ୍‌ ବୋବଡେଙ୍କ ନେତୃତ୍ବାଧୀନ ତିନିଜଣିଆ ଖଣ୍ଡପୀଠରେ ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି ଚାଲିଛି । ଭିଡିଓ କନଫରେନ୍ସିଂରେ ଏହି ଶୁଣାଣି ଚାଲିଛି ।  ରଥ ପାଇଁ ସୁପ୍ରିମ୍‌କୋର୍ଟରେ ବହୁ ବରିଷ୍ଠ ଓକିଲ ଲଢୁଛନ୍ତି । ରଥପାଇଁ ସଲିସିଟର୍‌ ଜେନେରାଲ୍‌ ତୁଷାର ମେହେଟ୍ଟା ଲଢେଇ କରୁଛନ୍ତି । ପୂର୍ବତନ ସଲିସିଟର ଜେନେରାଲ୍‌ ହରିଶ୍‌ ସାଲ୍‌ଭେ ମଧ୍ୟ ଲଢେଇ କରୁଛନ୍ତି ।  ଆଜି ଶୁଣାଣି ସମୟରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରସଙ୍ଗ ମଧ୍ୟ ଉଠିଛି । ତେବେ ଏହି ରଥଯାତ୍ରା ସମୟରେ ଯେପରି  ସଂକ୍ରମଣ ଯେମିତି ନ ବ୍ୟାପିବ ତାହା ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ରାଜ୍ୟ ସରକାର ଏନେଇ ତ୍ବରିତ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସିଜେଆଇ ।

Related posts