ପୁରୀ ଜିଲ୍ଲାରେ କର୍ଫ୍ୟୁ କୋହଳ

Published: Jun 23, 2020, 6:37 pm IST

ପୁରୀ: ରଥଯାତ୍ରା ପାଇଁ ପୁରୀ ସହରରେ ଲାଗିଥିବା କର୍ଫ୍ୟୁ କୋହଳ କରାଯାଇଛି। ତିନି ରଥ ଗୁଣ୍ଡିଚା ମନ୍ଦିର ନିକଟକୁ ଆସିଯାଇଥିବାରୁ ପ୍ରଶାସନ ପକ୍ଷେପ ନେଇଛି। କେବଳ କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିବ। ଆଜି ସନ୍ଧ୍ୟା 7ଟାରୁ କର୍ଫ୍ୟୁ ଉଠାଯିବା ନେଇ ଜିଲ୍‌ଲାପାଳ ସୂଚନା ଦେଇଛନ୍ତି। ବଡଶଙ୍ଖଠାରୁ ମାଟିଆପଡା ବସଷ୍ଟାଣ୍ଡ ଗାେଲେଇ ଅଞ୍ଚଳରେ କର୍ଫ୍ୟୁ ରହିବ।

ସୂଚନାଯୋଗ୍ୟ, ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ବିନା ଭକ୍ତରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୁତାବକ କୋଭିଡ୍‌କୁ ଦୃଷ୍ଟିରେ ରଖି କେବଳ ସେବାୟତମାନଙ୍କ ଦ୍ବାରା ରଥଟଣା ହୋଇଥିଲା। ଏଥିପାଇଁ ଗତକାଲି ରାତି 9ଟାରୁ ପୁରୀ ସହରକୁ ସଟ୍‌ଡାଉନ୍‌ କରାଯାଇଥିଲା। ଏହା ବୁଧବାର ଦିନ 2ଟା ପର୍ଯ୍ୟନ୍ତ କରାଯାଇଥିବାବେଳେ ଆଜି ଏଥିରେ କୋହଳ କରାଯାଇଛି।

 

Related posts