ଦେଶରେ ଦିନକରେ ରେକର୍ଡ ସଂଖ୍ୟକ ମାମଲା , ମୃତ୍ୟୁ ସଂଖ୍ୟା 15 ହଜାର ଟପିଲା

Published: Jun 26, 2020, 10:49 am IST

ନୂଆଦିଲ୍ଲୀ : ଭାରତରେ କରୋନାସ୍ଥିତି ସଂଘାତିକ ହେଉଛି । ଦେଶରେ  ପ୍ରତିଦିନ ଦେଶରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଦେଶରେ 17 ହଜାରରୁ ଅଧିକ ମାମଲା ଚିହ୍ନଟ।  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୪ ଲକ୍ଷ ୯୦ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୫ ହଜାର ପାର ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ 24 ଘଣ୍ଟାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛି ।  17 ହଜାର 296 ନୂଆ ମାମଲା ସାମନାକୁ ଆସିଛି। ୪୦୭ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ 4 ଲକ୍ଷ 90 ହଜାର 401 ରେ ପହଂଚିଛି।  ଏପର୍ଯ୍ୟନ୍ତ ଭାରତରେ ମୃତ୍ୟୁ ସଂଖ୍ୟା 15 ହଜାର 301କୁ ବୃଦ୍ଧି ହୋଇଛି । ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ 2 ଲକ୍ଷ 85 ହଜାର 437 ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1 ଲକ୍ଷ 89 ହଜାର 463 ସକ୍ରିୟ ଅଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ପ୍ରାୟ 1 ଲକ୍ଷ 50 ହଜାର ନିକଟତର ଆକ୍ରାନ୍ତ ଚିହ୍ନଟ ବେଳେ ପ୍ରାୟ 7 ହଜାର ।

Related posts