ବିଲ୍‌ଡିଂ କାମ ବନ୍ଦ କଲା ବିଏମ୍‌ସି

Published: Jun 27, 2020, 2:24 pm IST

ଭୁବନେଶ୍ବର : ଭୁବନେଶ୍ବରରର ଶ୍ରୀବିହାର ଅଞ୍ଚଳରେ ଏକ ବିଲ୍‌ଡିଂ କାମ ବନ୍ଦ କଲା ବିଏମ୍‌ସି । ବାହାର ରାଜ୍ୟରୁ ଆସିଥିବା ଶ୍ରମିକ କାମ କରୁଥିବାରୁ କାମ ବନ୍ଦ କଲା ବିଏମ୍‌ସି । ମୁର୍ସିଦାବାଦରୁ ଆସିଥିବା 21 ଶ୍ରମିକ କ୍ବାରେଣ୍ଟିନ୍‌ରେ ନ ରହି କାମ କରୁଥିଲେ । ବିଲ୍‌ଡିଂ କାମ କରିବା ସହ ପାଖ ଦୋକାନକୁ ଯାଇ କିଣାକିଣି କରୁଥିଲେ। ବିଲ୍ଡିଂ କାମ ବନ୍ଦ ସହ ସମସ୍ତଙ୍କୁ କ୍ବାରେଣ୍ଟିନ୍‌ରେ ରହିବାକୁ ନିର୍ଦ୍ଦେଶ ।

ରାଜ୍ୟର ରାଜଧାନୀ ଭୁବନେଶ୍ବରରେ କରୋନା କ୍ରମାଗତ ବଢ଼ୁଥିବାର ଦେଖି ଭୁବନେଶ୍ୱର ମହାନଗର ନିଗମ (ବିଏମସି)କଡା କଟକଣା ଜାରି କରିଛି । ପୂର୍ବରୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଉଥିବାବେଳେ ଏବେ  ହଟସ୍ପଟ ଅଞ୍ଚଳରୁ ଆସିଲେ ସରକାରୀ କ୍ବାରେଣ୍ଟିନ୍‌ରେ ରହିବା ପାଇଁ ନିର୍ଦ୍ଦେଶ ଜାରି କରିଛି । ଏଣିକି 5 ହଟସ୍ପଟ୍ ଜିଲ୍ଲାରୁ ଯଦି କେହି ଭୁବନେଶ୍ୱର ଆସିଲେ, ତାହେଲେ ସେମାନେ ସରକାରୀ କ୍ୱାରେଣ୍ଟିନ୍‌ରେ ରହିବେ। ସେହି 5 ଜିଲ୍ଲା ହେଲା ଗଞ୍ଜାମ, କଟକ, ବାଲେଶ୍ୱର, ଗଜପତି ଓ ଯାଜପୁର।

Related posts