Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ
ଖେଳ

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଗାମୀ ଡିସେମ୍ବର ୧୩ ତାରିଖରେ ଦିଲ୍ଲୀରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆ ମ୍ୟାଚ୍‌ର ସ୍ଥାନ ପରିବର୍ତ୍ତନ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟକୁ ନେଇ କିଛି ଭେନ୍ୟୁ ବଦଳିବା ନେଇ ଚର୍ଚ୍ଚା ହେଉଥିବାବେଳେ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହାକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ ନିର୍ଦ୍ଧାରିତ କାର୍ଯ୍ୟୂଚୀ ଅନୁଯାୟୀ ଏହି ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ହିଁ ଅନୁଷ୍ଠିତ ହେବ।

ବୋର୍ଡ ସମ୍ପାଦକ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ମ୍ୟାଚ୍‌କୁ ଦିଲ୍ଲୀରୁ ଅହମଦାବାଦ ସ୍ଥାନାନ୍ତରିତ କରିବାର କୌଣସି ନିଷ୍ପତ୍ତି ହୋଇନାହିଁ। ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଭେନ୍ୟୁର ପ୍ରସ୍ତୁତି ଉପରେ ପ୍ରଶ୍ନ ଉଠିଥିବାରୁ ମ୍ୟାଚ୍ ଅହମଦାବାଦରେ କରାଯିବାର କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ସାଇକିଆ ସୋମବାର କହିଛନ୍ତି, ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ମ୍ୟାଚ୍ ଖେଳାଯିବ। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବିସିସିଆଇ ଦ୍ୱିପାକ୍ଷିକ ସିରିଜ୍‌ର ମ୍ୟାଚ୍ ଭେନ୍ୟୁ ସ୍ଥିର କରିବା ପାଇଁ ନିଜର ମାନକ ନୀତିର ପାଳନ କରିଥାଏ।

ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ଆଶଙ୍କା କରାଯାଇଥିଲା ଯେ ଡିସେମ୍ବର ୧୩ରେ ହେବାକୁ ଥିବା ଅନ୍ତର୍ଜାତୀୟ ମ୍ୟାଚ୍‌ର ଆୟୋଜନ ପାଇଁ ଷ୍ଟାଡିୟମ୍ ସମୟ ପୂର୍ବରୁ ପ୍ରସ୍ତୁତ ହେବ କି ନାହିଁ। ଏହି ଆଧାରରେ ରିପୋର୍ଟରେ ଦାବି କରାଯାଇଛି ଯେ ପ୍ରଥମ ଦିନିକିଆ ଅହମଦାବାଦରେ କରାଯାଇପାରେ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ହ୍ୱାଇଟ୍‌-ବଲ୍ ସିରିଜ୍ ଡିସେମ୍ବର ୧୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୩ ଦିନିକିଆ ଓ ୩ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ସାମିଲ। ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍ (ଡିସେମ୍ବର ୧୩) ଦିଲ୍ଲୀ, ଦ୍ୱିତୀୟ ମ୍ୟାଚ୍ (ଡିସେମ୍ବର ୧୬) ବେଙ୍ଗାଲୁରୁ ଏବଂ ତୃତୀୟ ମ୍ୟାଚ୍ (ଡିସେମ୍ବର ୧୯) ଅହମଦାବାଦରେ ଖେଳାଯିବା କାର୍ଯକ୍ରମ ରହିଛି।

କ୍ରିକେଟ ବିସିସିଆଇ ଭାରତ-ଶ୍ରୀଲଙ୍କା ସିରିଜ
Share. Facebook Twitter LinkedIn Email WhatsApp Copy Link

Related Posts

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ରାଜ୍ୟପାଳ ନିଯୁକ୍ତିରେ ବଡ଼ ଅଦଳବଦଳ:୬ ରାଜ୍ୟରେ ନୂଆ ରାଜ୍ୟପାଳ

October 13, 2026

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

October 13, 2026

ଚାଷୀଙ୍କ ଜୀବନରେ ସାର୍ଥକ ପରିବର୍ତ୍ତନ ହିଁ ପିଏମ୍ଡିଡିକେୱାଇର ସଫଳତାର ମାପକାଠି: କେନ୍ଦ୍ର କୃଷିମନ୍ତ୍ରୀ

October 13, 2026
Latest News

ବିସିସିଆଇର ସ୍ପଷ୍ଟୀକରଣ: ଦିଲ୍ଲୀରେ ହିଁ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ

October 13, 2026

ନବରାତ୍ରୀରେ ଗ୍ରହଣ କରନ୍ତୁ ଏହି ଉପାୟ: ହଟିବ ନକାରାତ୍ମକ ଶକ୍ତି, ଦାମ୍ପତ୍ୟ ଜୀବନରେ ମିଳିବ ସୁଖ

October 13, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ ଗଣ୍ଠିବାତ ଦିବସ ପାଳିତ

October 13, 2026

ରାଜ୍ୟପାଳ ନିଯୁକ୍ତିରେ ବଡ଼ ଅଦଳବଦଳ:୬ ରାଜ୍ୟରେ ନୂଆ ରାଜ୍ୟପାଳ

October 13, 2026

ଯେଉଁ ଝିଅମାନଙ୍କର ନାମ ଏହି ଅକ୍ଷରରୁ ଆରମ୍ଭ, ସେମାନେ ଅଟନ୍ତି ଭାଗ୍ୟଶାଳୀ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.