Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଆସନ୍ତାକାଲି ବିଶ୍ବକପ୍ ଫାଇନାଲ, ବାଲୁକାକଳାରେ ବିରାଟ ଟ୍ରଫି କରି ଟିମ ଇଣ୍ଡିଆକୁ ଉତ୍ସାହିତ କଲେ ସୁଦର୍ଶନ

ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତିକ୍ଷିତ ବିଶ୍ବକପ ଫାଇନାଲ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ହେବ। ସେଥିପାଇଁ ସାରା ଭାରତ ବର୍ତ୍ତମାନ ଉତ୍ସବ ମୁଖର ହୋଇଉଠିଛି। ଟିମ ଇଣ୍ଡିଆ କିପରି ଏଥର ବିଶ୍ବ କପ ଆଣିବ ସେ ନେଇ ସମସ୍ତେ ପ୍ରାର୍ଥନା କରିବାରେ ଲାଗିଛନ୍ତି।

ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଟିମ ଇଣ୍ଡିଆକୁ ଉତ୍ସାହିତ କରିବା ପାଇଁ ନିର୍ମାଣ କରିଛନ୍ତି ବାଲୁକା କଳା। ସେ ବିଶ୍ବକପର ଏକ ପ୍ରତିକୃତି ବାଲି ଏବଂ ଷ୍ଟିଲ ଗିନାରେ ନିର୍ମାଣ କରିଛନ୍ତି।

ପ୍ରାୟ 56 ଫୁଟ ଉଚ୍ଚତା ବିଶିଷ୍ଠ ଏହି ବାଲୁକା କଳାରେ ସେ 300 ଟି ଷ୍ଟିଲ ଗିନା ବ୍ୟବହାର କରିଛନ୍ତି। ଯାହା ବେଶ ଆକର୍ଷଣୀୟ ପାଲଟିଛି। ଏହି କଳାରେ ସେ ଗୁଡ ଲକ ଟିମ ଇଣ୍ଡିଆ ବୋଲି ଉଲ୍ଲେଖ କରିଛନ୍ତି। ବର୍ତ୍ତମାନ କାର୍ତ୍ତିକ ମାସରେ ପୁରୀ ବେଳାଭୂମି ଗହଳଚହଳ ଲାଗିଥିବା ବେଳେ ଏହି ବାଲୁକା କଳା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Categories
ଆଜିର ଖବର ଜାତୀୟ ଖବର

ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ କ୍ରିକେଟ ସାମିଲ ହେବାକୁ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ: ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍‌, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଗତ କରିଛନ୍ତି।

ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ‘ଲସ୍ ଆଞ୍ଜେଲ୍ସ ଅଲମ୍ପିକ୍ ୨୦୨୮ରେ ବେସବଲ-ସଫ୍ଟବଲ୍‌, କ୍ରିକେଟ, ଫ୍ଲାଗ୍ ଫୁଟବଲ, ଲାକ୍ରୋଜ୍ ଏବଂ ସ୍କ୍ୱାସ୍‌କୁ ସାମିଲ କରାଯିବାକୁ ନେଇ ବେଶ୍ ଖୁସି। କ୍ରୀଡ଼ାବିତମାନଙ୍କ ପାଇଁ ଏହା ବଡ଼ ଖବର। କ୍ରିକେଟ ପ୍ରେମୀ ଦେଶ ଭାବେ ଆମେ ବିଶେଷକରି କ୍ରିକେଟ ଏଥିରେ ସାମିଲ ହେବାକୁ ସ୍ୱାଗତ କରୁଛୁ, ଯାହା କି ଏହି ଚମତ୍କାର ଖେଳର ବଢ଼ୁଥିବା ବୈଶ୍ୱିକ ଲୋକପ୍ରିୟତାକୁ ପ୍ରତିଫଳିତ କରୁଛି।’

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ କ୍ରିଡା: ସେମିଫାଇନାଲରେ ବାଂଲାଦେଶକୁ ଭେଟିବ ଭାରତ, ଏହିପରି ହୋଇପାରେ ଉଭୟ ଦଳର ଖେଳାଳି ଏକାଦଶ

ନୂଆଦିଲ୍ଲୀ: ଏସୀୟ କ୍ରିଡା ପୁରୁଷ କ୍ରିକେଟର ସେମିଫାଇନାଲରେ ଟିମ୍ ଇଣ୍ଡିଆ ବାଂଲାଦେଶର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଶୁକ୍ରବାର ଦିନ ଖେଳାଯିବ। ଏଥି ସହିତ, ଏହି ମ୍ୟାଚ୍ ଭାରତୀୟ ସମୟ ସକାଳ ୬.୩୦ ରେ ଆରମ୍ଭ ହେବ। ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ଉଦ୍ଦେଶ୍ୟରେ ରୁତୁରାଜ ଗାଇକ୍ଵାଡଙ୍କ ନେତୃତ୍ୱରେ ଭାରତୀୟ ଦଳ ପଡ଼ିଆରେ ପ୍ରବେଶ କରିବ। ଏହାପୂର୍ବରୁ ଭାରତ କ୍ୱାର୍ଟର ଫାଇନାଲରେ ନେପାଳକୁ ପରାସ୍ତ କରିଥିଲା। ତେବେ ବର୍ତ୍ତମାନ ସେମିଫାଇନାଲରେ ଭାରତ ଏବଂ ବାଂଲାଦେଶର ଦଳ ମୁହାଁମୁହିଁ ହେବେ।

ନେପାଳକୁ ପରାସ୍ତ କରିବା ପରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି …

ନେପାଳ ବିପକ୍ଷ କ୍ୱାର୍ଟର ଫାଇନାଲରେ ଭାରତର ଓପନର୍ ଯଶସ୍ୱୀ ଜୟସ୍ଵାଲ ଏକ ଶତକ ହାସଲ କରିଥିଲେ। ଏହି ଖେଳାଳି ୪୯ ବଲରେ ୧୦୦ ରନର ଇନିଂସ ଖେଳିଥିଲେ। ସେ ଏହି ଶତକୀୟ ଇନିଂସରେ ୮ ଚୌକା ଓ ୭ ଛକା ମାରିଥିଲେ। ଏହା ବ୍ୟତୀତ ରିଙ୍କୁ ସିଂ ୧୫ ଟି ବଲରେ ଅପରାଜିତ ୩୭ ରନ୍ କରିଥିଲେ। ଏହିପରି ଭାରତୀୟ ଦଳ ୨୦ ଓଭରରେ ୪ ୱିକେଟ୍ ହରାଇ ୨୦୨ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା।

ଏହାର ଜବାବରେ ବ୍ୟାଟିଂ କରିବାକୁ ଆସିଥିବା ନେପାଳ ଦଳ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୭୯ ରନ୍ ସ୍କୋର କରିପାରିଥିଲା। ଏହିପରି ଭାରତ ୨୩ ରନରେ ମ୍ୟାଚ ଜିତିଥିଲା। ଆଭେଶ ଖାନ ଏବଂ ରବି ବିଷ୍ନୋଇ ଭାରତ ପାଇଁ ୩-୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଅର୍ଶଦୀପ ସିଂ ୨ ଟି ୱିକେଟ୍ ନେଇଥିଲେ। ତେବେ ବାଂଲାଦେଶ ବିପକ୍ଷ ସେମିଫାଇନାଲ ମ୍ୟାଚରେ ଏବେ ଭାରତୀୟ ପ୍ରଶଂସକଙ୍କ ନଜର ରହିଛି।

ଭାରତୀୟ ଦଳର ସମ୍ଭାବ୍ୟ ଖେଳାଳି ଏକାଦଶ:

ଯଶସ୍ୱୀ ଜୟସ୍ଵାଲ, ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ତିଲକ ବର୍ମା, ଜିତେଶ ଶର୍ମା (ୱିକେଟ୍ କିପର), ଶିବମ୍ ଦୁବେ, ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ରବିଶ୍ରୀନିବାସନ୍ ସାଇ କିଶୋର, ରବି ବିଷ୍ନୋଇ, ଆବେଶ ଖାନ୍, ଅର୍ଶଦୀପ ସିଂ।

ବାଂଲାଦେଶର ସମ୍ଭାବ୍ୟ ଖେଳାଳି:

ପରଭେଜ ହୁସେନ୍ ଇମନ୍, ମହମୁଦୁଲ ହସନ ଜୟ, ଜାକିର ହାସନ, ସୈଫ ହସନ (ଅଧିନାୟକ), ଅଫିଫ ହୁସେନ୍, ଶାହାଦତ ହୁସେନ୍, ଜକର ଅଲି (ୱିକେଟ୍ କିପର), ରିଷଦ ହୁସେନ୍, ସୁମନ୍ ଖାନ୍, ରକିବୁଲ ହସନ, ରିପନ୍ ମୋଣ୍ଡୋଳ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଖେଳ ଜାତୀୟ ଖବର

ଏସୀୟ ଗେମ୍ସ: ଭାରତକୁ ଏପର୍ଯ୍ୟନ୍ତ ୫ ଟି ପଦକ, ହକିରେ ଭାରତ ପାଇଁ ବଡ଼ ବିଜୟ

ନୂଆଦିଲ୍ଲୀ: ଏସୀୟ ଗେମ୍ସରେ ଭାରତ ପାଇଁ ପଦକ ଖାତା ଖୋଲାଯାଇଛି। ଭାରତୀୟ ଖେଳାଳିମାନେ ଶୁଟିଂ, ରୋଇଂ ଏବଂ ସୁଟିଂରେ ପଦକ ଜିତିବାରେ ସଫଳତା ହାସଲ କରିଛନ୍ତି। ଏଥି ସହିତ କ୍ରିକେଟ୍ ରେ ଭାରତୀୟ ମହିଳା ଦଳ ବାଂଲାଦେଶକୁ ପରାସ୍ତ କରି ଅତି କମରେ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି। ଭାରତୀୟ ପୁରୁଷ ହକି ଦଳ ଉଜବେକିସ୍ତାନକୁ ୧୬-୦ ରେ ପରାସ୍ତ କରି ଏହାର ଅଭିଯାନରେ ଏକ ବଡ଼ ଆରମ୍ଭ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୫ ଟି ପଦକ ଜିତିଛି।

Image

Categories
ଆଜିର ଖବର ଖେଳ ରାଜ୍ୟ ଖବର

ସ୍ପୋର୍ଟ୍ସ ଫେଷ୍ଟ ଉଦ୍‌ଯାପିତ: କ୍ରିକେଟ ଓ ଟେନିସ୍‌ରେ ସୋଆ ବିଜୟୀ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଚାଲିଥିବା ୪ ଦିନିଆ ସ୍ପୋର୍ଟ୍ସ ଫେଷ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଥିବା ବେଳେ କ୍ରିକେଟ ଏବଂ ଟେନିସ୍‌ରେ ସୋଆ ବିଶ୍ୱବିଦ୍ୟାଳୟ ବିଜୟୀ ହୋଇଛି। ସେହିପରି ଭଲିବଲ୍ ଏବଂ ବାସ୍କେଟବଲ୍‌ରେ ରନର ଅପ୍ ଟାଇଟଲ୍ ହାସଲ କରିଛି ସୋଆ।

କ୍ରିକେଟ ଫାଇନାଲ୍‌ରେ ସୋଆ ସହିତ ସି.ଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଖେଳ ହୋଇଥିବା ବେଳେ ଏହା ଏକ ଉତ୍କଣ୍ଠାମୂଳକ ସ୍ଥିତିରେ ଟାଏ ହୋଇଯାଇଥିଲା। ପ୍ରଥମେ ବ୍ୟାଟିଂ କରି ସୋଆ ୧୨ ଓଭରରେ ୮ ଟି ୱିକେଟ୍ ହରାଇ ୯୧ ରନ୍ ହାସଲ କରିଥିବା ବେଳେ ସି.ଭି ରମଣ ୫ ୱିକେଟ୍‌ରେ ୯୧ ରନ୍ ହାସଲ କରିଥିଲା। ତେବେ ଟାଏ ବ୍ରେକର୍‌ରେ ସୋଆ ବିଜୟୀ ହୋଇଥିଲା।

ଟେନିସ୍‌ରେ ସି. ଭି ରମଣକୁ ହରାଇ ସୋଆର ଖେଳାଳୀମାନେ ବିଜୟୀ ହୋଇଥିଲେ। ଅମିତୋଜ ସିଂହ ଏବଂ ଜୟଦୀଶ ଦୁଇଟି ପୁରୁଷ ସିଙ୍ଗଲ୍ସ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ମହିଳା ସିଙ୍ଗଲ୍‌ସରେ ନିଲାଞ୍ଜନା ଶାହା ବିଜୟୀ ହୋଇଥିଲେ। ଅମିତୋଜ ସେଂଚୁରିଆନ୍ ୟୁନିଭର୍ସିଟର ମହମ୍ମଦ ଅସିଫ ରାଜାଙ୍କୁ ୮-୦ରେ ହରାଇଥିବା ବେଳେ ଜୟଦୀଶ ୮-୪ରେ ପ୍ରୀତମଙ୍କୁ ହରାଇଥିଲେ। ସେହିପରି ଶାହା ୮-୧ରେ ସାଲୋନୀ କୁମାରୀଙ୍କୁ ହରାଇଥିବା ବେଳେ ଅମିତୋଜ ଏବଂ ଜୟଦୀଶ ଡବଲ୍‌ସ ଏନ୍‌କାଉଂଟରରେ ରାହୁଲ କୁମାର ଓ ଉପୁନିତ ଚୌଧୁରୀଙ୍କୁ ୮-୦ରେ ବିଜୟୀ ହୋଇଥିଲେ।

ବାସ୍କେଟବଲ୍ ପୁରୁଷ ଫାଇନାଲ୍‌ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆୟୋଜକ ସୋଆକୁ ୫୪-୪୦ରେ ହରାଇ ବିଜୟୀ ହୋଇଥିବା ବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସୋଆକୁ ୩୧-୨୫ରେ ହରାଇ ମହିଳା ବର୍ଗରେ ବିଜୟୀ ହୋଇଥିଲା।

ସେହିପରି ଭଲିବଲ୍ ପୁରୁଷ ଫାଇନାଲ୍‌ରେ ସି.ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ସୋଆକୁ ୨୫-୧୭, ୨୬-୨୪ରେ ହରାଇ ବିଜୟୀ ହୋଇଥିଲା।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ସିଓଡିଏମ୍ ଏବଂ ଭାଲୋରାଂଟ ଭଳି ଇ-ସ୍ପୋର୍ଟ୍ସ ଖେଳରେ ବିଜୟୀ ହୋଇଛି। ଏସ୍‌ବିଏମ୍ ବିଶ୍ୱବିଦ୍ୟାଳୟ ସିଓଡିଏମ୍ ଖେଳରେ ରନରଅପ୍ ହୋଇଥିବା ବେଳେ ସିଲିକନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭାଲୋରାଂଟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି।

ସୋଆ ସମେତ ୧୬ଟି ବିଶ୍ୱବିଦ୍ୟାଳୟ ଏହି ସ୍ପୋର୍ଟ୍ସ ଫେଷ୍ଟରେ ଭାଗ ନେଇଥିଲେ।
ଫେଷ୍ଟର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ବିଜେତା ଖେଳାଳୀମାନଙ୍କୁ ପୁରସ୍କାର ରାଶି, ସାର୍ଟିଫିକେଟ ଏବଂ ଟ୍ରଫି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ବିଜୟ କୁମାର ସାହୁ, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର, ଏସ୍‌ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି, ଆଇବିସିଏସ୍ ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ, ଛାତ୍ରମଙ୍ଗଳ ଡିନ୍ ପ୍ରପେସର ଜ୍ୟୋତି ରଞ୍ଜନ ଦାସ ଏବଂ ସ୍ପୋର୍ଟ୍ସ ଅଫିସର ଶ୍ରୀମତି ସୁନିତା ବର୍ମା, ବିଭିନ୍ନ ଅନୁଷ୍ଠାନର ସ୍ପୋର୍ଟ୍ସ ଇନ୍‌ଚାର୍ଜ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ଆସନ୍ତାକାଲି ଠାରୁ ଦୀନବନ୍ଧୁଙ୍କ ସ୍ମୃତିରେ କ୍ରିକେଟ ଓ ଭଲିବଲ ଟୁର୍ଣ୍ଣାମେଣ୍ଟ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆସନ୍ତାକାଲି (୨୭ ତାରିଖ, ମଙ୍ଗଳବାର) ଠାରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଗୋପୀନାଥପୁର ଗ୍ରାମରେ ଏକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି। ଗୋପୀନାଥପୁର ଗ୍ରାମର ଯୁବକ ମାନଙ୍କ ଦ୍ଵାରା ଏହି ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ସ୍ଵର୍ଗତ ଦୀନବନ୍ଧୁ ପ୍ରଧାନଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି। ଦୀନବନ୍ଧୁ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଥିଲେ। ସେ ବାଲୁଗାଁ ମହାବିଦ୍ୟାଳୟର ଜଣେ କର୍ମଚାରୀ ଥିଲେ। ତାଙ୍କର ଗତ ୧୮ ତାରିଖରେ ଦେହାନ୍ତ ହୋଇଥିଲା। ତେଣୁ ଦୀନବନ୍ଧୁଙ୍କ ସ୍ମୃତିରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଉଛି।

ତେବେ ଆୟୋଜକ ତରଫରୁ ଏହି ଟୁର୍ଣ୍ଣାମେଣ୍ଟରେ ୮ ଟି ଦଳ ଭାଗ ନେଉଛନ୍ତି। ଗୋପୀନାଥପୁର, ସିଙ୍ଗେଶ୍ଵର, ଭୀମପୁର, ବାଲୁଗାଁ ଇଲେଭେନ ଷ୍ଟାର, ପଦନପୁର, ସାମାନ୍ତରାୟ ପୁର, ଏମଡି ସ୍ପୋର୍ଟସ୍ ଓ ତୋରସିଂହ ଭଳି କ୍ରିକେଟ ଟିମ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି।

ସେହିଭଳି କ୍ରିକେଟ ଟୁର୍ଣ୍ଣାମେଣ୍ଟ ପରେ ପରେ ଦୀନବନ୍ଧୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଭଲି ବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରାଯାଉଛି। ଏଥିରେ ମଧ୍ୟ ୮ ଟି ଦଳ ଭାଗ ନେଉଛନ୍ତି। ସେହି ଦଳ ଗୁଡିକ ହେଲେ…ଭୀମପୁର, ବିଷରପାଟଣା, ଇଞ୍ଜନପୁର, ଗୋପୀନାଥପୁର, ଏଆରସି ବାଲୁଗାଁ, ଗମ୍ଭାରିମୁଣ୍ଡା, ଦୀକ୍ଷିତିପଡା ଏବଂ ପୁଞ୍ଜିଆମାର ଭଲି ବଲ ଟିମ ଅଂଶଗ୍ରହଣ କରୁଛନ୍ତି।

Categories
ଆଜିର ଖବର ଖେଳ ଜାତୀୟ ଖବର

କ୍ରିକେଟର ତିନୋଟି ଫର୍ମାଟ ପାଇଁ ର଼୍ୟାଙ୍କିଙ୍ଗ ଜାରି କଲା ଆଇସିସି, କେଉଁ ସ୍ଥାନରେ ଅଛନ୍ତି ଭାରତୀୟ ଖେଳାଳି

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପୂର୍ବରୁ ଆଇସିସି ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ଷତି ଘଟିଛି। ସେ ଗୋଟିଏ ସ୍ଥାନ ତଳକୁ ଖସି ସପ୍ତମ ସ୍ଥାନକୁ ଖସିଯାଇଛନ୍ତି। ଯେତେବେଳେ କି ରୋହିତ ଶର୍ମା ଟେଷ୍ଟ ବ୍ୟାଟ୍ସମ୍ୟାନ୍ ମାନ୍ୟତାର ପଞ୍ଚମ ସ୍ଥାନରେ ସ୍ଥିର ରହିଛନ୍ତି। ବୋଲରଙ୍କ ମାନ୍ୟତାରେ ରବିଚନ୍ଦ୍ରନ୍ ଅଶ୍ୱିନ୍ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏଥି ସହିତ ଜାଡେଜା ଅଲରାଉଣ୍ଡର ମାନ୍ୟତାର ଶ୍ରେଷ୍ଠ ଖେଳାଳି ତାଲିକାରେ ଅନ୍ତର୍ଭୁକ୍ତ। ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ ମଧ୍ୟ ପ୍ରକାଶ କରିଛି।

ଆଇସିସି ପୁରୁଷ ଟେଷ୍ଟ ର଼୍ୟାଙ୍କିଙ୍ଗରେ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ମାର୍ନସ୍ ଲାବୁସାଗେନ୍ ଶୀର୍ଷରେ ଅଛନ୍ତି। ଯେତେବେଳେ କି ଜୋ ରୁଟ୍ ଦୁଇ ନମ୍ବରରେ ଅଛନ୍ତି। ତାଙ୍କୁ ଗୋଟିଏ ସ୍ଥାନ ହରାଇବାକୁ ପଡିଛି। ଭାରତୀୟ ଖେଳାଳି ରୋହିତ ଶର୍ମା ପଞ୍ଚମ ସ୍ଥାନରେ ଏବଂ ବିରାଟ କୋହଲି ସପ୍ତମ ସ୍ଥାନରେ ଅଛନ୍ତି। ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗରେ କେବଳ ଦୁଇଜଣ ଭାରତୀୟ ଶ୍ରେଷ୍ଠ ୧୦ରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ସହିତ ଅଶ୍ୱିନ୍ ବୋଲର ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଯେତେବେଳେ ପ୍ୟାଟ୍ କମିନ୍ସ ପ୍ରଥମ ସ୍ଥାନରେ ଅଛନ୍ତି। ତୃତୀୟ ସ୍ଥାନରେ ପାକିସ୍ତାନର ଶାହିନ୍ ଆଫ୍ରିଦି ଅଛନ୍ତି।

ଯଦି ଆମେ ଟେଷ୍ଟ ଅଲରାଉଣ୍ଡର ମାନ୍ୟତାକୁ ଦେଖିବା, ଦୁଇଜଣ ଭାରତୀୟ ଖେଳାଳି ଶ୍ରେଷ୍ଠ ୧୦ରେ ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଏବଂ ରବିନ୍ଦ୍ର ଜାଡେଜା ତୃତୀୟ ସ୍ଥାନରେ ଅଛନ୍ତି। ୱେଷ୍ଟଇଣ୍ଡିଜର ଜେସନ ହୋଲ୍ଡର ଏହି ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି। ଚତୁର୍ଥ ସ୍ଥାନରେ ବାଂଲାଦେଶର ଶାକିବ ଅଲ ହାସନ ଅଛନ୍ତି।

ଆଇସିସି ଟି-୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ ମଧ୍ୟ ପ୍ରକାଶ କରିଛି। ଏଥିରେ ପାକିସ୍ତାନର ବାବର ଆଜମ ଶୀର୍ଷରେ ଅଛନ୍ତି। ବାବର ଦୁଇଟି ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଯେତେବେଳେ ଡେଭିଡ ମାଲାନ ଗୋଟିଏ ସ୍ଥାନକୁ ଖସି ଦ୍ୱିତୀୟ ନମ୍ବରକୁ ଆସିଛନ୍ତି। ଏହି ତାଲିକାରେ ଟିମ୍ ଇଣ୍ଡିଆର ପ୍ରତିଭା ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ପଞ୍ଚମ ସ୍ଥାନରେ ଅଛନ୍ତି। ଏମାନଙ୍କ ବ୍ୟତୀତ କୌଣସି ଭାରତୀୟ ଶ୍ରେଷ୍ଠ ୧୦ରେ ସାମିଲ ହୋଇପାରିନାହାନ୍ତି।

Categories
ଆଜିର ଖବର ଖେଳ

ସୋବର୍ସ, ବୋଥାମ, ଶାସ୍ତ୍ରୀ, କାଲିସଙ୍କ ପରେ ବେନ୍ ଷ୍କୋକସ

ମାଞ୍ଚେଷ୍ଟର, ଓଲଡ ଟ୍ରାଫୋର୍ଡଠାରେ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ଚାଲିଥିବା ଦ୍ବିତୀୟ ଟେଷ୍ଟରେ ଇଂଲଣ୍ଡ ଅଲ ରାଉଣ୍ଡର ବେକ ଷ୍ଟୋକସ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛନ୍ତି। ଏହି ଟେଷ୍ଟରେ ସେ ଦଶମ ଟେଷ୍ଟ ଶତକ ହାସଲ କରିବା ସହିତ ଦେଢଶହ ୱିକେଟ ହାସଲ କରିବାର ଗୌରବ ଅର୍ଜନ କରିଛନ୍ତି।

ଟେଷ୍ଟ କ୍ରିକେଟରେ ଏହି ଗୌରବ ହାସଲ କରିବାରେ ଷ୍ଟୋକସ ହେଉଛନ୍ତି ପଞ୍ଚମ ଅଲରାଉଣ୍ଡର। ଦୁଇଟି ଛକା ଓ 17ଟି ଚୌକା ସହାୟତାରେ ସେ 176 କରି ଏକ ଲମ୍ବା ଇନିଂସ ଖେଳିଥିଲେ।

ଷ୍ଟୋକସଙ୍କ ପୂର୍ବରୁ ୱେଷ୍ଟ ଇଣ୍ଡିଜ ଅଲରାଉଣ୍ଡର ଗ୍ୟାରୀ ସୋବର୍ସ, ପୂର୍ବତନ ଇଂଲଣ୍ଡ କ୍ରିକେଟର ଇଆନ ବୋଥାମ, ପୂର୍ବତନ ଭାରତୀୟ ଅଲରାଉଣ୍ଡର ରବି ଶାସ୍ତ୍ରୀ ଏବଂ ଦକ୍ଷିଣ ଆଫ୍ରିକାର ଜ୍ୟାକ କାଲିସ ଏହି ଗୌରବ ହାସଲ କରିଛନ୍ତି।

ବେନ୍ ଷ୍ଟୋକ୍ସ ଏବଂ ଡୋମିନିକ୍ ଶିବଲେଙ୍କ ଦ୍ବିଶତକ ଭାଗୀଦାରି ବଳରେ ଘରୋଇ ଇଂଲଣ୍ଡ ନିଜ ପ୍ରଥମ ପାଳିକୁ ଦୃଢ଼ ସ୍ଥିତିରେ ପହଞ୍ଚାଇଦେଇଛି। ଦ୍ବିତୀୟ ଦିବସରେ ଇଂଲଣ୍ଡ ୯ ୱିକେଟ୍‌ ବିନିମୟରେ ୪୬୯ ରନ୍‌ ସଂଗ୍ରହ କରି ପାଳି ଘୋଷଣା କରିଦେଇଛି।

Categories
ଆଜିର ଖବର ରାଜ୍ୟ ଖବର

କ୍ରିକେଟ୍‌ ପାଇଁ ଗଲା ଜୀବନ: ବ୍ୟାଟ୍‌ରେ ପିଟି ନାବାଳକର ଜୀବନ ନେଲା ଆଉ ଜଣେ ନାବାଳକ

ବ୍ରହ୍ମପୁର: ଖେଳକୁ ନେଇ ଜଣେ ନାବାଳକ ଆଉ ଜଣେ ନାବାଳକର ହତ୍ୟା କରିଛି। ବ୍ୟାଟ୍‌ରେ ପିଟି ଜଣେ ନାବାଳକୁ ଆଉ ଜଣେ ନାବାଳାକ ପିଟି ମାରିଦେଇଥିବାର ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। କ୍ରିକେଟ୍‌ ଖେଳିବା ବେଳେ ଦୁଇ ନାବାଳାକ ମଧ୍ୟରେ ଗଣ୍ଡଗୋଳ ହେବାରୁ ଏପରି ଅଘଟଣ ଘଟିଥିବାର ସୂଚନା ମିଳିଛି। ହିଞ୍ଜିଳି ଥାନା ଖରିଡା ଗ୍ରାମରେ କ୍ରିକେଟ୍‌ ଖେଳ ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ ବାଳକ ଜଣକ ହେଉଛନ୍ତି କେଶବ ସେଠୀଙ୍କର ୧୩ ବର୍ଷୀୟ ପୁତ୍ର। ଆକ୍ରମଣକାରୀ ନାବାଳକକୁ ଥାନାରେ ପୋଲିସ ଅଟକ ରଖିଛି।