ଭୁବନେଶ୍ବର : କରୋନା ସଂକ୍ରମଣରେ ରାଜ୍ୟରେ ଆଉ ତିନିଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ରହିଛି । ଏହି ତିନି ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ଜଣେ ଥିବାବେଳେ ଆଉ ଦୁଇଜଣ କଟକ ଓ ଭୁବନେଶ୍ବରର ବୋଲି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।
ଗଞ୍ଜାମ ଜିଲ୍ଲାର 75 ବର୍ଷୀୟ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ସେ ଡାଇବେଟିସ୍ ଓ ହାଇପର୍ଟେନସନ୍ରେ ପୀଡ଼ିତ ଥିଲେ । ସେହିପରି କଟକ ଜିଲ୍ଲାରୁ ଜଣେ 65 ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସେ ମଧ୍ୟ ଡାଇବେଟିସ୍ ଓ ହାଇପର୍ଟେନସନରେ ପୀଡ଼ିତ ଥିବାବେଳେ ତାଙ୍କର କିଡ୍ନୀ ବେମାରୀ ମଧ୍ୟ ଥିଲା । ଭୁବନେଶ୍ବରରୁ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ବୟସ 75 ବର୍ଷ ହୋଇଥିବାବେଳେ ସେ ମଧ୍ୟ କିଡ୍ନୀ ରୋଗରେ ପୀଡ଼ିତ ଥିବା ସହ ଡାଇବେଟିସ୍ରେ ଆକ୍ରାନ୍ତ ଥିଲେ। ରାଜ୍ୟରେ କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ହୋଇଛି । ଗଞ୍ଜାମରୁ ସର୍ବାଧିକ 10 ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 5 ଜଣ ଓ କଟକରୁ 4 ଜଣଙ୍କର ମୃତ୍ୟୁ ହୋଇଛନ୍ତି । ସେହିପରି ପୁରୀ ଓ ବରଗଡରୁ ଜଣେ ଲେଖାଏଁ କରୋନାରେ ମୃତ୍ୟୁବରଣ କରିଛନ୍ତି।