ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରୁ ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ଵସ୍ତି ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ବିରୁଦ୍ଧରେ ଫୌଜଦାରୀ ମାନହାନି ମାମଲା ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏହି ମାମଲା ତାଙ୍କୁ “ଚୋରଙ୍କ ସେନାପତି” ଏବଂ “କମାଣ୍ଡର ଇନ ଚିଫ” ବୋଲି କହିବା ସହିତ ତାଙ୍କର କଥିତ ମନ୍ତବ୍ୟ ସହିତ ଜଡିତ।


