ଭୁବନେଶ୍ବରରୁ ଆଉ 6 ପଜିଟିଭ୍‌ ଚିହ୍ନଟ

Published: Jun 28, 2020, 2:11 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ନୂତନ 6 ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ 3 ଜଣ ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ସ୍ଥଳେ,  ତିନୋଟି ଲୋକାଲ୍‌ କଣ୍ଟାକ୍ସ କେସ୍‌ ରହିଛି ବୋଲି ବିଏମ୍‌ସି ସୂଚନା ଦେଇଛି ।

ହୋମ୍‌ କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଥିବା ତିନି ଆକ୍ରାନ୍ତଙ୍କ ମଧ୍ୟରୁ ଡୁମୁଡୁମାର ଫେଜ୍‌ -1ରୁ 24 ବର୍ଷୀୟ ଯୁବକ ରହିଛନ୍ତି । ସେ ନିକଟରେ ବାଙ୍ଗାଲୋରରୁ ଫେରିଥିଲେ । ସେହିପରି ଅନ୍ୟ ଦୁଇଜଣ କଲିକତାରୁ ଫେରିଥିବାବେଳେ ଜଣେ ଆଇଆରସିରୁ ଭିଲେଜରୁ 41ବର୍ଷୀୟ ବ୍ୟକ୍ତି ଥିବାବେଳେ ଅନ୍ୟ ଜଣେ ବାପୁଜୀ ନଗରରୁ ଜଣେ 38 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ।

ସେହିପରି ଅନ୍ୟ ତିନୋଟି ଲୋକାଲ୍‌ କେସ୍‌ ମଧ୍ୟରେ ଜଣେ ଘରୋଇ ହସ୍ପିଟାଲର କର୍ମଚାରୀ ବୋଲି ସୂଚନା ରହିଛି । 24 ବର୍ଷୀୟ ଯୁବତୀ ଜଣକ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନାରହିଛି । ସେହିପରି ଅନ୍ୟ ଜଣେ ଟଙ୍କପାଣି ରୋଡିରୁ 55 ବର୍ଷୀୟ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ସେ ଗତ 15 ତାରିଖରେ ଅନ୍ୟ ଜିଲ୍ଲାକୁ ଯାଇଥିଲେ ।

ସେହିପରି ଅନ୍ୟ ଜଣେ ଫରେଷ୍ଟ ପାର୍କ ରୋଡରୁ ଚିହ୍ନଟ ହୋଇଛନ୍ତି । ତାଙ୍କ ବୟସ 36 ବର୍ଷ ବୋଲି ଜଣା ପଡିଛି ।

Image

ସେହିପରି ଆଜି ଭୁବନେଶ୍ବରରୁ 19ଜଣ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ରହିଛି । ଆଜି ଭୁବନେଶ୍ବରରୁ ଜଣକର ମୃତ୍ୟୁ ହୋଇଥିବାବେଳେ  ଭୁବନେଶ୍ବରରେ ମୃତକଙ୍କ ସଂଖ୍ୟା 4ରେ ପହଞ୍ଚିଛି । ତେବେ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 289ରେ ପହଞ୍ଚିଥିବାବେଳେ 167 ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ସହରରେ 117 ଟି ସକ୍ରିୟ ମାମଲା ରହିଛି ।

Related posts