Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଜଗତସିଂହପୁର ଚିହ୍ନଟ 17 ଆକ୍ରାନ୍ତ ତଥ୍ୟ ଜାରି
ଆଜିର ଖବର

ଆଜି ଜଗତସିଂହପୁର ଚିହ୍ନଟ 17 ଆକ୍ରାନ୍ତ ତଥ୍ୟ ଜାରି

June 30, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର : ଆଜି ଜଗତସିଂହପୁର ଜିଲ୍ଲାରୁ 17 ଜଣ ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ 15 ଜଣ ପ୍ରବାସ ଫେରନ୍ତା ହୋଇଥିବାବେଳେ ଦୁଇ ଜଣ କ୍ୟାନସର ରୋଗୀ ରହିଛନ୍ତି  ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜଗତସିଂହପୁର ବ୍ଲକରୁ 7 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ତେଲେଙ୍ଗାନାରୁ  5ଜଣ, ମହାରାଷ୍ଟ୍ରରୁ ଜଣେ ଓ ଦିଲ୍ଲୀରୁ ଜଣେ ଫେରିଥିବାର ସୂଚନା ରହିଛି । ଏହି ସମସ୍ତ 7 ଆକ୍ରାନ୍ତ ଟିଏମ୍‌ସିର ଚିହ୍ନଟ ହୋଇଛନ୍ତି ।

ସେହିପରି ତିର୍ତ୍ତୋଲରୁ 9 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଏହି 9 ଆକ୍ରାନ୍ତଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ତିନିଜଣ ଫେରିଥିବାବେଳେ ପଶ୍ଚିମବଙ୍ଗରୁ ଜଣେ, କର୍ଣ୍ଣାଟକରୁ ଜଣେ, ଦିଲ୍ଲୀରୁ ଜଣେ ରହିଛନ୍ତି । ଏହି ଛଅ ଜଣ ଯାକ ଟିଏମ୍‌ସିରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଦୁଇଜଣ ହୋମ୍‌କ୍ବାରେଣ୍ଟିନ୍‌ରୁ ଚିହ୍ନଟ ହୋଇଛନ୍ତି । ଏହି ଦୁଇ ଜଣଙ୍କ ମଧ୍ୟରୁ ଜଣେ କର୍ଣ୍ଣାଟକରୁ ଫେରିଥିବାବେଳେ ଗୁଜୁରାଟରୁ ଜଣେ ଫେରିଛନ୍ତି । ସେହିପରି ତିର୍ତ୍ତୋଲ ବ୍ଲକରୁ ଚିହ୍ନଟ ଅନ୍ୟ ଜଣେ ଆକ୍ରାନ୍ତ ଜଣକ କଟକସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସାଧୀନ ବୋଲି ସୂଚନା ରହିଛି । ସେହିପରି ଏରସମାରୁ ଚିହ୍ନଟ ଆକ୍ରାନ୍ତ ଜଣକ ମଧ୍ୟ କ୍ୟାନସର ହସ୍ପିଟାଲର ଚିକିତ୍ସାଧୀନ ରୋଗୀ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ,  ତିର୍ତ୍ତୋଲ ବ୍ଲକ ଅଞ୍ଚଳରୁ ବାହାରିଥିବା 9ଜଣ ଆକ୍ରାନ୍ତଙ୍କ ମଧ୍ୟରୁ କୃଷ୍ଣାନନ୍ଦପୁର ପଞ୍ଚାୟତରୁ 4,ସାମନ୍ତରାପୁର ପଞ୍ଚାୟତରୁ 1,ଆମ୍ବେରି ପଞ୍ଚାୟତରୁ 1,କୋଲର ପଞ୍ଚାୟତରୁ 2ଜଣ ବୋଲି ଜଣାପଡିଥିବା ବେଳେ ଜଣେ କଟକ ସ୍ଥିତ ଆଚାର୍ଯ୍ୟ ହରିହର କ୍ୟାନସର ହସପିଟାଲରେ ଚିକିତ୍ସାଧିନ ବୋଲି ଜଣାପଡିଛି ।

ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 298ରେ ପହଞ୍ଚିଥିବାବେଳେ ସୁସ୍ଥଙ୍କ ସଂଖ୍ୟା 171ରେ ପହଞ୍ଚିଛି । ଏବେ ସୁଦ୍ଧା ଜିଲ୍ଲାରେ 127ଟି ସକ୍ରିୟ ମାମଲା ରହିଛି ।

 

କରୋନା ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026
Latest News

ଭାରତ-ସେଶେଲ୍ସ ଭାଗିଦାରୀ: ଦ୍ୱିପାକ୍ଷିକ ସହଭାଗୀତାକୁ ମଜବୁତ କରିବା ଉପରେ ଗୁରୁତ୍ଵ

February 10, 2026

ଜାଣନ୍ତୁ ୧୦ ଫେବୃୟାରୀର ରାଶିଫଳ, ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

February 10, 2026

ମୁଖ୍ୟମନ୍ତ୍ରୀଙ୍କ ୧୭ତମ ଅଭିଯୋଗ ଶୁଣାଣି, ଯୋଗଦେଲେ ୫ ଜଣ ମନ୍ତ୍ରୀ

February 9, 2026

RSS କାର୍ଯ୍ୟକ୍ରମରେ ଯୋଗ ଦେଲେ ରୂପାଲି ଗାଙ୍ଗୁଲି: ଫଟୋ ସେୟାର କରି ବ୍ୟକ୍ତ କଲେ ଖୁସି

February 9, 2026

ବଡ଼ମାଳ ମହୋତ୍ସବ ଦହନା: ଦର୍ଶକଙ୍କୁ ବାନ୍ଧି ରଖିଲା ହସ୍ୟକବିଙ୍କ ବ୍ୟଙ୍ଗ, ନାଚ ଗୀତରେ ଦୁଲୁକିଲା ମଞ୍ଚ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.