ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 6ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଏହି 6 ଆକ୍ରାନ୍ତଙ୍କ ମଧ୍ୟରୁ 5ଜଣ ଲୋକାଲ୍ କଣ୍ଟାକ୍ଟ କେସ୍ ଥିବାବେଳେ ଜଣେ ହୋମ୍ କ୍ବାରେଣ୍ଟିନ୍ ଥିବାର ସୂଚନା ରହିଛି ।
ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ଆକ୍ରାନ୍ତ ଜଣକ ରେଲ୍ଓ୍ବେ କର୍ମଚାରୀ ବୋଲି ସୂଚନା ରହିଛି । ସେ ନିକଟରେ ନୂଆଦିଲ୍ଲୀରୁ ଫେରିଥିଲେ । ସେହିପରି ଅନ୍ୟ 5 ଜଣ ଲୋକାଲ୍ ଆକ୍ରାନ୍ତଙ୍କ ମଧ୍ୟରୁ ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ 3 ଜଣ ରହିଛନ୍ତି । ଏହି ତିନି ଜଣଙ୍କ ମଧ୍ୟରେ ଜଣେ 60 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳିକା ଥିବାବେଳେ ଅନ୍ୟ ଜଣେ 15 ବର୍ଷୀୟା ବାଳକ ରହିଛନ୍ତି । ଏହି ତିନି ଜଣ ପୂର୍ବ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବାର ସୂଚନା ରହିଛି ।
ସେହିପରି ବମିଖାଲ କେନାଲ୍ ରୋଡ୍ଣୁ ଜଣେ 13 ବର୍ଷୀୟ ବାଳକ ଚିହ୍ନଟ ହୋଇଥିବାବେଳେ ଚନ୍ଦ୍ରଶେଖରପୁର ବିଡିଏ କଲୋନୀରୁ ଜଣେ 32 ବର୍ଷୀୟ ପୁରୁଷ ଚିହ୍ନଟ ହୋଇଛନ୍ତି ।
ସେହିପରି ଆଜି ଭୁବନେଶ୍ବରର ସହରରରୁ 11 ଜଣ ସୁସ୍ଥ ହୋଇଛନ୍ତି । ତେବେ ଆଜି 6 ନୂତନ ଆକାନ୍ତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 320ରେ ପହଞ୍ଚିଲାଣି । 4 ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି 185 ଜଣ । ଏବେ ସୁଦ୍ଧା ସହରରେ 130ଟି ଆକ୍ଟିଭ୍ କେସ୍ ରହିଛି ।