ନୂଆଦିଲ୍ଲୀ : କରୋନା ମହାମାରୀ ସହ ଲଢେଇ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ଲକ୍ଡାଉନ କୁ କୋହଳ କରିଛନ୍ତି । ଏବେ ଦେଶରେ ଅନ୍ଲକ୍ 2.0 ଜାରି ହୋଇଛି । ଆଜି ଦେଶବାସୀଙ୍କ ଷଷ୍ଠଥର ପାଇଁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚାଷୀ ଓ ଗରିବ ଲୋକଙ୍କୁ ଆଗାମୀ ପାଞ୍ଚ ମାସ ପର୍ଯ୍ୟନ୍ତ ମାଗଣା ରାସନ ସାମଗ୍ରୀ ମିଳିବ ବୋଲି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜରିଆରେ 80କୋଟିର ଅଧିକ ଲୋକଙ୍କୁ ମାଗଣା ରାସନ ପାଇବେ। ପରିବାରର ପ୍ରତି ମୁଣ୍ଡ ପିଛା ପାଞ୍ଚ କେଜି ଚାଉଳ କିମ୍ବା ଗହମ ଓ 1 କେଜି ଡାଲି ମିଳିବ । ଏଥିପାଇଁ 90 ହଜାର କୋଟି ଖର୍ଚ୍ଚ ହେବ ବୋଲି କହିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନଭେମ୍ବର ମାସ ଯାଏଁ କାର୍ଯ୍ୟ କରିବ ବୋଲି କହିଛନ୍ତି ମୋଦି ।
Tags: