ଯାହାକୁ ରଖିବେ ଅନନ୍ତ….

Published: Jul 3, 2020, 12:29 pm IST

କୋଚି: ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏହା ପ୍ରମାଣିତ ହୋଇ ଯାଇଛି କେରଳ ରାଜଧାନୀ କୋଚିରେ। ଜନ୍ମ କଲା ପିତା ଯେ ଏତେ ନିଷ୍ଠୁର ହୋଇପାରେ ତାହା ଏହି ଖବର ପଢିଲେ ଆପଣ ଜାଣିପାରିବେ। ଗତ ମାସରେ ବାପା ସାଇଜୁ ଥୋମାସ ତାର ୫୪ ଦିନର ଝିଅକୁ ତା ମୁଣ୍ଡରେ ଆଘାତ ଦେଇ ତାକୁ ଖଟ ଉପରୁ ତଳକୁ ଫୋପାଡି ଦେଇଥିଲା। ଫଳରେ କୁନି ଝିଅଟିର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରେ ତାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଜୁନ୍ ୧୭ ତାରିଖରେ ଘଟିଥିଲା ଏହି ଘଟଣା। ଚିକିତ୍ସା ପରେ ଜୀବନ ଫେରି ପାଇଥିବା ଶିଶୁଟିକୁ ପୋଲିସ ଏବେ ଚାଇଲଡ କେୟାର ହୋମକୁ ପଠାଇଦେଇଛି। ଶିଶୁଟି ଏବେ ତା ମାଆ ଠାରୁ ଖିର ଖାଇବା ବି ଆରମ୍ଭ କରିଛି। ଅଭିଯୁକ୍ତ ପିତା ଥୋମାସକୁ ପୋଲିସ ଗିରଫ କରି ନେଇଛି। କାନୁର ବାସିନ୍ଦା ଥୋମାସ ତାଙ୍କର ନେପାଳୀ ପତ୍ନୀଙ୍କ ସହ କୋଚିରେ ରହୁଥିଲେ। କନ୍ୟା ସନ୍ତାନ ଜନ୍ମ କରିଥିବାରୁ ଥୋମାସ ନିଶା ସେବନ କରିବା ସହ ପତ୍ନୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ଦିନେ  କ୍ରୋଧ ନିୟନ୍ତ୍ରଣ କରି ନପାରି ଦୁଇ ମାସର ଝିଅକୁ ମାରିଦେବାକୁ ଯାଇ ଏପରି କରିଥିଲା ଥୋମାସ। ଏବେ ଥୋମାସର ପତ୍ନୀ ତାର ଝିଅକୁ ଧରି ନେପାଳ ଫେରିଯିବାକୁ ଚାହିଁଛନ୍ତି।

 

Related posts