କରୋନା ଅପଡେଟ୍‌ : ଦେଶରେ ଗତ 24 ଘଣ୍ଟାରେ 442ଙ୍କ ଜୀବନ ନେଲାଣି କରୋନା

Published: Jul 4, 2020, 10:13 am IST

ନୂଆଦିଲ୍ଲୀ : ଦେଶରେ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 6 ଲକ୍ଷ 48 ହଜାର 315କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 18 ହଜାର 655କୁ ବୃଦ୍ଧି ହୋଇଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ମିଳିଥିବା ସୂଚନା ଅନୁସାରେ  24 ଘଣ୍ଟାରେ ସର୍ବାଧିକ 22 ହଜାର 771 ଜଣ ଆକ୍ରାନ୍ତ ହୋଇଥିବାବେଳେ 442ଜଣ ମୃତବରଣ କରିଛନ୍ତି ।

ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 2 ଲକ୍ଷ 35 ହଜାର 433 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 3 ଲକ୍ଷ 94 ହଜାର 226ଜଣ।  ମହାରାଷ୍ଟ୍ରରେ ସର୍ବାଧିକ 1 ଲକ୍ଷ 92 ହଜାର 990ଜଣ ଆକ୍ରାନ୍ତ ରହିଥିବାବେଳେ ମୃତ୍ୟୁସଂଖ୍ୟା 8376କୁ ବୃଦ୍ଧି ହୋଇଛି । ସେହିପରି ଦିଲ୍ଲୀରେ 2ହଜାର 923ଜଣ, ଗୁଜୁରାଟରେ 1 ହଜାର 904ଜଣ, ତାମିଲନାଡୁରେ 1 ହଜାର 385ଜଣଙ୍କର ମୃତ୍ୟୁ ହୋଇଛି । (ଏଜେନ୍ସି)

Related posts