କଟକ : ରାଣୀହାଟ ମାଳିସାହିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ସିଏମ୍ସି । କରୋନା ଆକ୍ରାନ୍ତ ଚିହ୍ନଟ ପରେ କଟକ ମହାନଗର ନିଗମ ଏନେଇ ପଦକ୍ଷେପ ନେଇଛି । କଣ୍ଟେନମେଣ୍ଟ ଜୋନ୍ରେ ଗାଡି ଆତଯାତ ମନା । ସେହିପରି ଏହି ଅଞ୍ଚଳରୁ ଘରୁ କେହି ବାହାରିବେନି ବୋଲି ସୂଚନା ରହିଛି । କଟକ ସହରରୁ 100ରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ।
ସେହିପରି ଭୁବନେଶ୍ୱର ଉପକଣ୍ଠ ନୂଆଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। କରୋନା ଆକ୍ରାନ୍ତ ଚିହ୍ନଟ ପରେ ଏହାକୁ କଣ୍ଟେନମେଣ୍ଟ କରାଯାଇଛି। ଗୋଟିଏ ପରିବାରରୁ5 ଜଣ ଆକ୍ରାନ୍ତ ଚିହ୍ନଟ ପରେ ବିଏମ୍ସି ଏହି ପଦକ୍ଷେପ ନେଇଛି।
Tags: କଟକ ମହାନଗର ନିଗମ, କଟକ ମାହିସାହି