ଗଞ୍ଜାମ : କରୋନା ପରିଚାଳନା ପାଇଁ ଗଞ୍ଜାମ ଯିବେ ଦୁଇ ଆଇଏଏସ୍ । ଗଞ୍ଜାମ ଜିଲ୍ଲା ପାଇଁ 2 ସ୍ପେଶାଲ୍ ଏଡିଏମ୍ ନିଯୁକ୍ତି କରିଛନ୍ତି ସରକାର । ଆଇଏଏସ୍ ପାରୁଲ୍ ପଟାଓ୍ବାରୀ ଓ ବିଶାଲ୍ ସିଂହ ହେଲେ ସ୍ପେଶାଲ୍ ଏଡିଏମ୍ । ପାରୁଲ୍ ପଟାଓ୍ବାରୀଙ୍କୁ ଛତ୍ରପୁର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ବ ଦିଆଯାଇଥିବାବେଳେ ବିଶାଲ୍ ସିଂହଙ୍କୁ ଭଞ୍ଜନଗର ଉପଖଣ୍ଡ କରୋନା ପରିଚାଳନା ଦାୟିତ୍ବ ଦିଆଯାଇଛି ।
2 ଆଇଏଏସ୍ଙ୍କ ଭଳି ଗଞ୍ଜାମ ପାଇଁ 6 ଓଏଏସ୍ ନିଯୁକ୍ତ ହୋଇଛନ୍ତି । ଓଏଏସ୍ମାନେ କରୋନା ପରିଚାଳନା ନେଇ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ କାମ କରିବେ । ଗଞ୍ଜାମ ଯାଇଥିବା 6 ଓଏଏସ୍ଙ୍କ ମଧ୍ୟରେ ରହିଛନ୍ତି ଓଏଏସ୍ ସୁଧାକର ନାୟକ, ଲୋକନାଥ ଦଳବେହେରା, ଓଏଏସ୍ ପଦ୍ମନାଭ ବେହେରା, ଶକ୍ତକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ, ଶୁଭେନ୍ଦ୍ର କୁମାର ସାମଲ୍ ପ୍ରମୁଖ ।
ସୂଚନାଯୋଗ୍ୟ, ଗଞ୍ଜାମରେ କରୋନା ସ୍ଥିତି ଏବେ ସରକାରଙ୍କ ପାଇଁ ମୁଣ୍ଡ ବ୍ୟାଥାର କାରଣ ପାଲଟିଛି । ଏଠାରେ ଦୁଇ ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ରହିଥିବାବେଳେ ସର୍ବାଧିକ 20 ଜଣଙ୍କର ମୃତ୍ୟୁ ହୋଇଛି ।