କାନପୁର ଘଟଣାରେ ପୋଲିସ ଅଧିକାରୀ ସସ୍‌ପେଣ୍ଡ, ଅପରାଧୀ ବିକାଶକୁ ଦେଉଥିଲେ ଖବର

Published: Jul 4, 2020, 4:37 pm IST

କାନପୁର : କାନପୁର ଗୁଳିମାଡ଼ ଘଟଣାରେ ପୋଲିସ ଚୌବେପୁର ଥାନା ଅଧିକାରୀ ବିନୟ ତିୱାରୀଙ୍କୁ ନିଲମ୍ବିତ କରିଛି । ଅପରାଧୀ ବିକାଶ ଦୁବେର କିଛି ସହଯୋଗୀଙ୍କ ଉପରେ ହୋଇଥିବା ଚଢଉ ନେଇ କିଛି ପୋଲିସ ଅଧିକାରୀ ପୂର୍ବରୁ ଦୁବେକୁ ଜଣାଇଥିବା ପୋଲିସ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି । ଏ ନେଇ କାନପୁର ଆଇଜି ମୋହିତ ଅଗ୍ରୱାଲ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଘଟଣାର ଯାଞ୍ଚ କରୁଛନ୍ତି। ବିକାଶ ଦୁବେ ଘର ଉପରେ ପୋଲିସ ଚଢଉ ନେଇ ତିୱାରି ତାଙ୍କୁ ପୂର୍ବରୁ ସୂଚନା ଦେଇଥିଲେ । ଆଜି କାନପୁର ବିଥୁରସ୍ଥିତ ଦୁବେ ଘରକୁ ପୋଲିସ ଜେସିବି ଲଗାଇ ଭାଙ୍ଗି ଦେଇଛି । ଗତକାଲି ପୋଲିସ ଚଢଉ କରିବାକୁ ଯାଉଥିବା ବେଳେ ଅପରାଧୀଙ୍କ ଆକ୍ରମଣରେ 8 ଜଣ ପୋଲିସ କର୍ମୀ ସହିଦ ହୋଇଥିଲେ । (ଏଜେନ୍ସି)

Related posts