ଗଲଓ୍ବାନ ଘାଟିରୁ ପଛକୁ ହଟିଲା ଚୀନ୍‌

Published: Jul 6, 2020, 1:14 pm IST

ନୂଆଦିଲ୍ଲୀ : ଲଦାଖ ଗଲଓ୍ବାନ ଘାଟିରୁ ପଛକୁ ଘୁଞ୍ଚିଛି ଚୀନ୍‌ ।  ନିୟନ୍ତ୍ରଣ ରେଖା(ଏଲଏସି)ର ବିବାଦୀୟ ଅଞ୍ଚଳରୁ ଚାଇନା ତା’ର ସେନା ଶିବିର ଓ ଗାଡି ମୋଟରକୁ ପ୍ରାୟ 1ରୁ2 କିମି ପଛକୁ ଘୁଞ୍ଚାଇ ନେଇଛି। ଜୁନ୍‌ 15 ତାରିଖରେ ଗଲୱାନ ଉପତ୍ୟକାରେ ଦୁଇ ଦେଶର ସେନ ଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।  ଏହାର ସାମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ବୈଠକ ବସିଥିଲା। ଶେଷରେ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ଚାଇନା ସେନା ପଛକୁ ଘୁଞ୍ଚିଥିବା ଜଣାପଡ଼ିଛି। ଚାଇନା ଭଳି ଭାରତ ମଧ୍ୟ ତା’ର ଟେଣ୍ଟ ଓ ଯବାନଙ୍କୁ ପଛକୁ ଫେରାଇ ଆଣିଛି।

ଚାଇନା ପୁପୁଲ୍ସ ଲିବେରେସନ ଆର୍ମି(ପିଏଲଏ) ପକ୍ଷରୁ ପ୍ୟାଟ୍ରୋଲ ପଏଣ୍ଟ 14 ନିକଟରେ ଅସ୍ଥାୟୀ ଟେଣ୍ଟ ଓ ଆଉ କିଛି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ତେବେ ଆଜି ପିଏଲଏ ସେଗୁଡ଼ିକ ହଟାଉଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ଦୀର୍ଘ 7 ସପ୍ତାହ ହେଲାଣି ଇଷ୍ଟର୍ଣ୍ଣ ଲଦାଖର ବିଭିନ୍ନ ସୀମାରେ ଭାରତ ଓ ଚାଇନା ଯବାନ ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ଜୁନ୍‌ 15ରେ ଗଲୱାନରେ ଉଭୟ ଦେଶର ଯବାନଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ 20ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। (ଏଜେନ୍ସି)

Related posts