ଭେଣ୍ଟିଲେଟରରେ କଂଗ୍ରେସ ନେତା ସୋଲାଙ୍କି, କରୋନାରେ ଆକ୍ରାନ୍ତ ପୂର୍ବତନ କେନ୍ଦ୍ର ମନ୍ତ୍ରୀଙ୍କୁ ଦୁଇଥର ଦିଆଗଲା ପ୍ଲାଜମା ଥେରାପି

Published: Jul 7, 2020, 3:40 pm IST

ଗାନ୍ଧିନଗର, ଭେଣ୍ଟିଲେଟରରେ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭରତସିଂହ ସୋଲାଙ୍କି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସୋଲାଙ୍କିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଚିଲେଟର ସପୋର୍ଟରେ ରଖିବା ସହିତ ଦୁଇ ଥର ପ୍ଲାଜମା ଥେରାପି ଚିକିତ୍ସା କରାଯାଇଛି।
67 ବର୍ଷ ବୟସ୍କ ସୋଲାଙ୍କି କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ତାଙ୍କୁ ଅହମ୍ମଦାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

ସୋଲାଙ୍କି କେନ୍ଦ୍ରରେ ୟୁପିଏ-2 ସରକାରରେ କେନ୍ଦ୍ର ମନ୍ତ୍ରୀ ଥିଲେ। ଜୁନ୍ 19ରେ ଗୁଜରାଟରେ 4ଟି ଆସନ ପାଇଁ ହୋଇଥିବା ରାଜ୍ୟସଭା ନିର୍ବାଚନରେ ସେ କଂଗ୍ରେସର ଦ୍ବିତୀୟ ନୋମିନି ଥିଲେ। ନିର୍ବାଚନର ଦୁଇ ଦିନ ପରେ ସେ କରୋନା ପଜିଟିଭ ଜଣାପଡିଥିଲା। ସୋଲାଙ୍କି ଜଣେ ଆଜମା ରୋଗୀ ହୋଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। (ଏଜେନସି)

Related posts