ଗ୍ୟାଙ୍ଗଷ୍ଟର ବିକାଶର ପତ୍ନୀ ରିଚା ବି ଏବେ ‘ମୋଷ୍ଟ ୱାଣ୍ଡେଡ’

Published: Jul 7, 2020, 4:56 pm IST

କାନପୁର, କେବଳ ଗ୍ୟାଙ୍ଗଷ୍ଟର ବିକାଶ ନୁହେଁ, ତାର ପତ୍ନୀ ରିଚା ଦୁବେକୁ ଖୋଜୁଛି ପୋଲିସ। 8 ଜଣ ପୋଲିସ କର୍ମଚାରୀଙ୍କୁ ହତ୍ୟା ଘଟଣାରେ ରିଚା ବି ଜଣେ ‘ମୋଷ୍ଟ ୱାଣ୍ଡେଡ’। ଗତ ଶୁକ୍ରବାର ଦିନ ପୋଲିସ ସହ ରକ୍ତାକ୍ତ ସଂଘର୍ଷ ଘଟଣା ପରେ ପରେ ପୁଅକୁ ସାଙ୍ଗରେ ଧରି ଘର ଛାଡ଼ି ଫେରାର ହୋଇ ଯାଇଛି ରିଚା ଦୁବେ।

ବିକାଶର ଘର ତଲାସୀ ବେଳେ ପୋଲିସ ଚିଚାର ମୋବଇଲ ଫୋନ ପାଇଥିଲା। ଦୁବେର ଘରେ ଲାଗିଥିବା ସିସିଟିଭି ସହ ଏହି ଫୋନକୁ ସଂଯୋଗ କରା ଯାଇଥିଲା। ଏହି ଫୋନ୍ ଦ୍ବାରା ଗାଁରେ ନଥିବା ବେଳେ ମଧ୍ୟ ସେ ତା ଘରେ କଣ ହେଉଥିଲା ତାହା ରିଚା ଜାଣି ପାରୁଥିଲା। ରିଚାକୁ ଖୋଜିବାକୁ ଯାଇ ପୋଲିସ ତାର ସମସ୍ତ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲା, କିନ୍ତୁ କେଉଁଠି ବି ରିଚାର ଖୋଜ ଖବର ପାଇନାହିଁ।

ସବୁଠାରୁ ବଡ଼ କଥା ହେଲେ ବିକାଶର ସ୍ତ୍ରୀ ରିଚା ପଞ୍ଚାୟତର ସଦସ୍ୟ ଥିଲା। ଜଣେ ସ୍ଥାନୀୟ ଅଧିବାସୀଙ୍କ କହିବା ଅନୁଯାୟୀ ରିଚା ସବୁବେଳେ କାନପୁରରେ ରୁହେ, କିନ୍ତୁ ମୋବାଇଲ ଜରିଆରେ ଗାଁରେ ଥିବା ଘର ଉପରେ ନଜର ରଖିଥାଏ। ଘରେ ଥିବା ସମସ୍ତ କର୍ମଚାରୀଙ୍କର ଦେଖାଶୁଣା କରିବା ସହ ରିଚା ସ୍ବାମୀ ବିକାଶର ସବୁ କାମରେ ସହାୟତା କରିଥାଏ। (ଏଜେନସି) 
————-

Related posts