Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚୀନ୍ କେତେ ସତ, କେତେ ମିଛ: ସୀମାରେ ଗତିବିଧି ଉପରେ ଭାରତ ରଖିଛି ତୀକ୍ଷଣ ନଜର
ଜାତୀୟ ଖବର

ଚୀନ୍ କେତେ ସତ, କେତେ ମିଛ: ସୀମାରେ ଗତିବିଧି ଉପରେ ଭାରତ ରଖିଛି ତୀକ୍ଷଣ ନଜର

July 7, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଘୋଷଣା ହେଲା ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାର ବିବାଦୀୟ ସ୍ଥଳରୁ ଚୀନ୍ ସେନା ଅପସାରଣ କରିବ। ଭାରତ ସହ ଶାନ୍ତିପୂର୍ଣ୍ଣ ଆଲୋଚନା ଜରିଆରେ ସୀମା ବୀବାଦର ସମାଧାନ କରାଯିବ। କିନ୍ତୁ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ପୂର୍ବ ଲଦାଖର ପଂଗଙ୍ଗ ହ୍ରଦ ଓ ଦେପସାଙ୍ଗରୁ ଚୀନର ପିପୁଲସ ଲିବରେସନ ଆର୍ମି ଆଜି ସୁଦ୍ଧା ବିବାଦୀୟ ଅଞ୍ଚଳରୁ ହଟିବା ଆରମ୍ଭ କରିନାହିଁ।

ଭାରତୀୟ ଓ ଚୀନ ସେନା ଗତକାଲି ଗଲୱାନ ଭ୍ୟାଲି, ହଟ ସ୍ପ୍ରିଙ୍ଗସ ଓ ଗୋଗ୍ରା ପୋଷ୍ଟରୁ ଦୁଇ କିଲୋମିଟର ପଛକୁ ହଟିଥିବା ଖବର ଆସିଥିଲା। ତେବେ ଗ୍ରାଉଣ୍ଡ ଜିରୋରେ ଏହା କେତେଦୂର ସତ ତାହା ଯାଞ୍ଚ କରାଯାଇନ ନାହିଁ। ଦୁଇ ମାସ ଧରି ସାମରିକ ଉତ୍ତେଜନା ରହିବା ପରେ ଉଭୟ ପକ୍ଷ କମାଣ୍ଡରସ୍ତରୀୟ ଆଲୋଚନା ପରେ ସେନା ଅପସାରଣ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଗଲୱାନ ଭ୍ୟାଲିର ପଏଣ୍ଟ 14ରେ ଚୀନ ସେନା ଟେଣ୍ଟ ହଟାଉଥିବା ଦେଖା ଯାଇଛି। ଏଠାରେ ହିଁ ଜୁନ୍ 15 ତାରିଖ ଦିନ ଭାରତ ଓ ପିଏଲଏ ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। 20 ଜଣ ଭାରତୀୟ ଯବାନ ଓ ଚୀନର ଅନେକ ଯବାନଙ୍କ ମୃତ୍ୟୁ ହୋଇଥିଲା। ବିଗତ ଦୁଇ ଦଶନ୍ଧି ଭିତରେ ଏପରି ରକ୍ତାକ୍ତ ସଂଘର୍ଷ ପୂର୍ବରୁ କେବେ ବି ଘଟିନଥିଲା। ଦୁଇ ସେନାର କମାଣ୍ଡରଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ପ୍ରକୃତ ନିୟନ୍ତ୍ରଣ ରେଖାର ଦୁଇ ପଟେ ଅତି କମରେ ଦେଢ କିଲୋମିଟର ଯାଏଁ ଅଞ୍ଚଳକୁ ବଫର ଜୋନ୍ କରିବାକୁ ସ୍ଥିର ହୋଇଛି।

ପ୍ରକୃତରେ ଚୀନ୍ ସେନା ବିବାଦୀୟ ସ୍ଥାନରୁ ହଟିଛନ୍ତି କି ନାହିଁ ତାହା ଭାରତର ଡ୍ରୋନ୍ ଯୋଗେ ନିୟମିତ ନଜର ରଖିଛି। ହେଲେ ଗଲୱାନ ନଦୀରେ ଅଧିକ ବରଫ ତରଳିବାରୁ ଭ୍ୟାଲିରେ ଜଳସ୍ତର ଅଚାନକ ବଢିଯିବାରୁ ଚୀନ୍ ସେନା ଅପସାରଣ କରିବାକୁ ବାଧ୍ୟ ହୋଇଛି ବୋଲି ଅନୁମାନ କରାଯାଉଛି। କିନ୍ତୁ ସବୁଠାରୁ ଅଧିକ ବିବାଦର କେନ୍ଦ୍ର ସାଜିଥିବା ପଂଗଙ୍ଗ ହ୍ରଦର ଫିଙ୍ଗର 4 ଅଞ୍ଚଳୁ ଚୀନ ସେନା ପ୍ରତ୍ୟାହାର ଅତ୍ୟନ୍ତ ନଗଣ୍ୟ ବୋଲି ଜଣାପଡିଛି। ଦେପସାଙ୍ଗରେ ବି ସମାନ ସ୍ଥିତି ରହିଛି। ଏହି ଦୁଇ ଘାଟୀରେ ଚୀନ ସେନା କ୍ୟାମ୍ପ ତିଆରି କରିବା ସହ ସାମରିକ ଗାଡ଼ି ଓ ବୋଟ୍ ମୁତୟନ କରିଛି। ଯାହାକୁ ଭାରତ ଦୃଢ ବିରୋଧ କରି ଆସିଛି।

ପଂଗଙ୍ଗ ହ୍ରଦକୁ 8ଟି ଫିଙ୍ଗରରେ ଭାଗ କରାଯାଇଛି। ଭାରତ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରୁଛି। ଫିଙ୍ଗର 4 ନିକଟରେ ଭାରତ ଏକ ଘାଟୀ ମଧ୍ୟ ସ୍ଥାପନ କରିଛି। କିନ୍ତୁ ଫିଙ୍ଗର 5ରୁ 8 ଯାଏଁ ଅଞ୍ଚଳକୁ ଚୀନ ମଧ୍ୟ ତାର ବୋଲି ଦାବି କରୁଥିବାରୁ ଦୁଇ ଦେଶ ମଧ୍ୟରେ ଏହାକୁ ନେଇ ବିବାଦ ଲାଗି ରହିଛି। ଚୀନ୍ ଅତିକ୍ରମଣ କରିବା ସହିତ ଏହି ଅଞ୍ଚଳରେ ସେନା ଶିବିର ସ୍ଥାପନ କରି ସ୍ଥିତାବସ୍ଥା ବଦଳାଇବାକୁ ଉଦ୍ୟମ କରୁଛି। ଏବେ ସୁଦ୍ଧା ଏ ଅଞ୍ଚଳ ଭାରତ ନିୟନ୍ତ୍ରଣରେ ରହିଛି।

ଏହାର ସମାଧାନ ପାଇଁ ଉଭୟ ଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। ତେବେ ଭାରତ ଅତ୍ୟନ୍ତ ସତର୍କତାର ସହ ଆଲୋଚନା ଜାରି ରଖିଥିବା ବେଳେ ଦେଶର ପଦାତିକ ଓ ବାୟୁ ସେନା ସ୍ଥିତି ଉପରେ ତୀକ୍ଷଣ ନଜର ରଖିଛି। (ଏଜେନସି)

Share. Facebook Twitter LinkedIn Email WhatsApp Copy Link

Related Posts

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ଆଜି ଗଣେଶ ପୂଜାରେ ମୁଖ୍ୟମନ୍ତ୍ରୀ ଓଡିଶା ଚାଷୀଙ୍କୁ ଦେବେ ୨୦୦୦ ଟଙ୍କା

August 27, 2025

ଓଡିଶା ଆସିବେ ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ

August 27, 2025

ମାରୁତି ସୁଜୁକିର ପ୍ରଥମ ଭାରତ ନିର୍ମିତ ଇଲେକ୍ଟ୍ରିକ୍ ଯାନ ‘ଇ-ଭିଟାରା’କୁ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

August 27, 2025
Latest News

ବୈଷ୍ଣୋ ଦେବୀ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୩୨ କୁ ବୃଦ୍ଧି

August 27, 2025

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ଆହାର କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମ

August 27, 2025

ପ୍ୟାକ୍ସ ଗୁଡ଼ିକ ଗୋଟିଏ ଗୋଟିଏ ୱାନ୍-ଷ୍ଟପ୍ ସପ୍ ଭଳି କାର୍ଯ୍ୟ କରିବ: ରାଜେଶ ପ୍ରଭାକର ପାଟିଲ

August 27, 2025

ପୂର୍ବତଟ ରେଳପଥ ପକ୍ଷରୁ ପୋସ୍ ଆଇନ ଅନୁପାଳନ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

August 27, 2025

ପୁରାତନ ମନ୍ଦିରଗୁଡ଼ିକର ସଂରକ୍ଷଣ ଏବଂ ବିକାଶ କାର୍ଯ୍ୟ ଉପରେ ରାଜ୍ୟ ସରକାରଙ୍କ ୩ ବିଭାଗର ଆଲୋଚନା

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.