Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ» ଏନକାଉଣ୍ଟର ନେଇ ଅନେକ ପ୍ରଶ୍ନ, କାର ଓଲଟିଲା ? ନା ଓଲଟାଇ ଦିଆଗଲା ?
ଅପରାଧ

 ଏନକାଉଣ୍ଟର ନେଇ ଅନେକ ପ୍ରଶ୍ନ, କାର ଓଲଟିଲା ? ନା ଓଲଟାଇ ଦିଆଗଲା ?

July 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କାନପୁର:  କୁଖ୍ୟାତ ଅପରାଧୀ ବିକାଶ ଦୁବେ ପ୍ରକୃତରେ ଏନକାଉଣ୍ଟରରେ ମଲା ନା ତାକୁ ମାରି ଦିଆଗଲା, ସେ ନେଇ ଏବେ ଉଠିଲାଣି ଅନେକ ପ୍ରଶ୍ନ। ଉତ୍ତର ପ୍ରଦେଶର ଯୋଗୀ ସରକାର ଏବେ କାଠଗଡ଼ାରେ। ବିରୋଧୀ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ବିଜେପି ସରକାରଙ୍କୁ ଘେରିବା ଆରମ୍ଭ କରିଦେଲେଣି।
STF କମାଣ୍ଡୋଙ୍କ କବଜାରୁ କିପରି ଖସିଗଲା ବିକାଶ ତାହା ସମସ୍ତଙ୍କୁ ବିସ୍ମିତ କରିଛି। ବିକାଶ ଭଳି କୁଖ୍ୟାତ ଅପରାଧୀ ହାତରେ ହାତକଡୀ ଥିଲା କି ନାହିଁ ତାହା ବି ଏବେ ତଦନ୍ତ ସାପେକ୍ଷ। ଯଦି ହାତକଡୀ ଥିଲା ତେବେ ସେ କିପରି କମାଣ୍ଡୋଙ୍କ ବନ୍ଧୁକ ଛଡାଇ ନେଇ ପାରିଲା ? କାରଟି ଓଲଟି ଯିବା ପରେ 3 ଜଣ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ବିକାଶ ଖସିଗଲା କେମିତି?

ବିକାଶକୁ ରାଜନୈତିକ ଆଶ୍ରୟ ଦିଆଯାଉଥିଲା କି? ଏଥିପାଇଁ ପ୍ରମାଣ ନଷ୍ଟ କରିବା ସକାଶେ ତାକୁ ମାରିଦେଇ ଏନକାଉଣ୍ଟରର ରୂପ ଦିଆଗଲା କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଆସିଲେ ସ୍ପଷ୍ଟ ହୋଇଯିବ ବିକାଶ ସତରେ ପାଉଥିଲା କି ରାଜନୈତିକ ଆଶ୍ରୟ।

ଏତେବଡ କୁଖ୍ୟାତ ଅପରାଧୀ ଯେତେବେଳେ 8 ଜଣ ପୋଲିସଙ୍କୁ ମାରିବା ପରେ ବି ସମସ୍ତଙ୍କୁ ଚକମା ଦେଇ କାନପୁରରୁ ଫରିଦବାଦ ଦେଇ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ପହଞ୍ଚି ପାରୁଛି, ସେହି ଅପରାଧୀକୁ ଯେତିକି ସୁରକ୍ଷା ଦେଇ ଆଣିବା କଥା ତାହା ହୋଇଥିଲା କି ନାହିଁ, ତାହା ବି ତଦନ୍ତ ସାପେକ୍ଷ। ଗିରଫ ପରେ ବି ବିକାଶକୁ ଏନକାଉଣ୍ଟର କରାଯିବ ବୋଲି ଗତକାଲି ଠାରୁ ହିଁ ଆଶଙ୍କା ପ୍ରକାଶ ପାଇଥିଲା।

ଏନକାଉଣ୍ଟର ବିକାଶ
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026
Latest News

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.