Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଗୁଡିଛି କରୋନା ସ୍ଥିତି : ପୁଣି ଥରେ ଏହି ରାଜ୍ୟଗୁଡିକ ଜାରି କଲେ ଲକ୍‌ଡାଉନ୍‌
ଆଜିର ଖବର

ବିଗୁଡିଛି କରୋନା ସ୍ଥିତି : ପୁଣି ଥରେ ଏହି ରାଜ୍ୟଗୁଡିକ ଜାରି କଲେ ଲକ୍‌ଡାଉନ୍‌

July 10, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ :  ଆମେରିକା ଓ ବ୍ରାଜିଲ୍‌ ପରେ ଭାରତ ପ୍ରଭାବିତ ଦେଶ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଆଜି ଦେଶରେ ରେକର୍ଡ ସଂଖ୍ୟକ 26 ହଜାରରୁ ଉର୍ଦ୍ଧ୍ବ କରୋନା ମାମଲା ଚିହ୍ନଟ ହୋଇଛି ।

ଦେଶରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଏପର୍ଯ୍ୟନ୍ତ 21 ହଜାରରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଲାଣି । ସେହିପରି ପ୍ରାୟ ଆଠ ଲକ୍ଷ ଲୋକେ କରୋନା ସଂକ୍ରମିତ ହୋଇଛନ୍ତି । ତେବେ କରୋନାର ପ୍ରକୋପକୁ ଦେଖି କିଛି ରାଜ୍ୟ ନିଜ ପ୍ରଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି ।

ତେବେ ପୁନର୍ବାର ଲକ୍‌ଡାଉନ୍‌ ଜାରି ହୋଇଥିବା ରାଜ୍ୟଗୁଡିକ ମଧ୍ୟରେ ରହିଛି ଉତ୍ତର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ । ତେବେ ଆସନ୍ତୁ ଜାଣିବା ଏହି ରାଜ୍ୟରେ ଲକ୍‌ଡାଉନ୍‌କୁ ନେଇ କ’ଣ ସବୁ ନିୟମ କରାଯାଇଛି ।

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ଜୁଲାଇ 10 ତାରିଖ ରାତ୍ରି 10ଟାରୁ ଜୁଲାଇ 13 ତାରିଖ କାଳ ପାଞ୍ଚ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ କେବଳ ଅତି ଆବଶ୍ୟକୀୟ ସେବା ଉପଲବ୍ଧ ରହିବ ।  ସମସ୍ତ ଅଫିସ୍‌, ବ୍ୟବସାୟିକ ପ୍ରତିଷ୍ଠାନ, ହାଟ, ବଜାର ଆଦି ବନ୍ଦ ରହିବ । ସେହିପରି ଆବଶ୍ୟକୀୟ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ ଯେପରିକି କରୋନା ଯୋଦ୍ଧା, ସ୍ବଚ୍ଛତାକର୍ମୀ ଓ ହୋମ୍‌ ଡେଲଭରୀ କରୁଥିବା ବ୍ୟକ୍ତିମାନେ ଯିବା ଆସିବା କରିପାରିବେ । ସେହିପରି ଏହି ସମୟରେ ରେଳ ସୁବିଧା ବନ୍ଦ ରଖିବାର ନିଷ୍ପତ୍ତି ନିଆଯାଇଛି । ଏହି ସମୟରେ ରେଳରେ ଯିବା ଆସିବା କରୁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ସୁବିଧା କରିବେ । ସେହିପରି ପେଟ୍ରୋଲ୍‌ ପମ୍ପ ଓ ଢାବା ଖୋଲା ରହିବ ।

ପାଟନା : ବିହାରରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଦେଖି ଜିଲ୍ଲା ପ୍ରଶାସନ ରାଜଧାନୀ ପାଟନାକୁ ପୁନର୍ବାର 7 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ପାଟନାରେ ଜୁଲାଇ 10ରୁ ଜୁଲାଇ 16 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଜାରି ରହିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକ ସେବା ଜାରି ରହିବ । ସେହିପରି ଜିଲ୍ଲା ବର୍ଡରରେ ଯାନବାହନ ଚେକିଂକୁ ମଧ୍ୟ କଡାକଡି କରାଯାଇଛି । ସେହିପରି ପାଟନାରେ ଅତ୍ୟାବଶ୍ୟକ ଦୋକାନଗୁଡିକୁ ସକାଳ 6ରୁ ଦିନ 10 ଓ ସନ୍ଧ୍ୟା 4ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ସୂଚନା ରହିଛି ।

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ମମତା ସରକାର ଆଜି ସନ୍ଧ୍ୟା 5 ଘଟିକାଠାରୁ ଲକଡାଉନ୍‌ ଜାରି କରିବା ନେଇ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ରାଜ୍ୟର କଣ୍ଟେନେମେଣ୍ଟ ଜୋନ ଓ ବଫର ଜୋନ୍‌ରେ ଶକ୍ତ ରୂପେ ପାଳନ କରାଯିବ। ପଶ୍ଚିମ ବଙ୍ଗର ସରକାରର ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି ଯେ, ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ଆଦେଶ ଅନୁାଯାୟୀ କଣ୍ଟନେମେଣ୍ଟ ଜୋନ୍‌ରେ ଶକ୍ତ କଟକଣା ଲାଗୁ କରାଯାଇଥିବାବେଳେ ସମସ୍ତ ସରକାରୀ ଏବଂ ଘରୋଇ କାର୍ଯ୍ୟାଳୟ, ସମାରୋହ, ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ବନ୍ଦ ରହିବ । ସେହିପରି ସ୍ଥାନୀୟ ପ୍ରଶାସନ ଅଞ୍ଚଳଗୁଡିକରେ  ଅତ୍ୟାବଶ୍ୟକ ସେବା ପହଞ୍ଚାଇବେ ବୋଲି ସୂଚନା ରହିଛି ।

ସେହିପରି ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ସରକାର ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ଡାଉନ୍‌କୁ ବଢାଇଥିବାବେଳେ, କେରଳ, ମଧ୍ୟପ୍ରଦେଶ ପରି ରାଜ୍ୟଗୁଡିକ ମଧ୍ୟ ଲକ୍‌ଡାଉନ୍‌ କରିଛନ୍ତି । ଓଡ଼ିଶାରେ ମଧ୍ୟ  ସଂକ୍ରମିତ ଜିଲ୍ଲାଗୁଡିକରେ ସପ୍ତାହାନ୍ତ ଲକ୍‌ଡାଉନ୍‌ ଜାରି ରହିଛି । (ଏଜେନ୍ସି)

corona Lockdown
Share. Facebook Twitter LinkedIn Email WhatsApp Copy Link

Related Posts

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026
Latest News

ଗାନ୍ଧିମାର୍ଗରେ ଲଘୁଚାପ ବର୍ଷା ଓ ଚାଇଁ ଚାଇଁ ଖରାରେ ଶିକ୍ଷକ ସମାଜ: ସମନ୍ୱୟ ସମିତି

August 25, 2026

ବିସ୍ତୃତ ରାଶିଫଳ: ଅଗଷ୍ଟ ୨୫ ରେ ଏହି ଛଅଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

August 25, 2026

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.