Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ପ୍ରଥମ ଥର ପାଇଁ ଭାରତୀୟ ରେଳ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ, ଗଲା ଶୁଖିଲା ଲଙ୍କା
ଅନ୍ତରାଷ୍ଟ୍ରୀୟ

ପ୍ରଥମ ଥର ପାଇଁ ଭାରତୀୟ ରେଳ ବାଂଲାଦେଶକୁ ପଠାଇଲା ସ୍ୱତନ୍ତ୍ର ପାର୍ସଲ ଟ୍ରେନ, ଗଲା ଶୁଖିଲା ଲଙ୍କା

July 12, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link
ମାଲ ପରିବହନ
ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

ନୂଆଦିଲ୍ଲୀ: ପ୍ରଥମ ଥର ନିମନ୍ତେ ଭାରତୀୟ ରେଳବାଇ ବାଂଲାଦେଶର ବେନାପୋଲକୁ ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ରେଡ୍ଡୀପାଲମରୁ ଶୁଖିଲା ଲଙ୍କା ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପଠାଇଛି। ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଓ ଏହାର ଆଖପାଖ ଅଞ୍ଚଳ ଲଙ୍କା ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଛି। ଗୁଣବତ୍ତା ଓ ସ୍ଵାଦ ଦୃଷ୍ଟିରୁ ଏହି ଲଙ୍କାର ଆନ୍ତର୍ଜାତିକ ସ୍ତରରେ ଖ୍ୟାତି ରହିଛି।

ଆଗରୁ ଗୁଣ୍ଟୁର ଅଞ୍ଚଳର ବ୍ୟବସାୟୀ ଓ ଚାଷୀମାନେ ସଡକ ପଥରେ ବାଂଲାଦେଶକୁ ଲଙ୍କା ରପ୍ତାନି କରୁଥିଲେ। ଟନ ପିଛା ଏଥିପାଇଁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିଲା। ଲକଡାଉନ ଯୋଗୁଁ ସେମାନେ ସଡକ ପଥରେ ଲଙ୍କା ପଠାଇବା ସମ୍ଭବ ହେଲା ନାହିଁ। ରେଳ କର୍ତ୍ତୃପକ୍ଷ ସେମାନଙ୍କ ସହ କଥାବାର୍ତ୍ତା କରି ରେଳ ଦ୍ଵାରା ଏହା ପଠାଯାଇପାରିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦେଲେ। ମାଲବାହୀ ଟ୍ରେନ ଯୋଗେ ଏହି ଲଙ୍କା ପଠାଯିବା ପାଇଁ ବ୍ୟବସ୍ଥା କରାଗଲା।

ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ଗୁଣ୍ଟୁର ମଣ୍ଡଳ ପକ୍ଷରୁ ଥରକେ ସର୍ବାଧିକ ୫୦୦ ଟନ ପଯ୍ୟନ୍ତ ଲଙ୍କା ପଠାଇବାକୁ ନିଷ୍ପତ୍ତି ହେବା ପରେ ୧୬ଟି ଡବା ବିଶିଷ୍ଟ ଏକ ସ୍ଵତନ୍ତ୍ର ପାର୍ସଲ ଏକ୍ସପ୍ରେସ ଟ୍ରେନ ବାଂଲାଦେଶର ବେନାପୋଲ ଅଭିମୁଖେ ଯାତ୍ରା କରିଥିଲା। ପ୍ରତ୍ୟେକ ଡବାରେ ୪୬୬ଟି ବସ୍ତା ଲେଖାଏଁ ଶୁଖିଲା ଲଙ୍କା ବୋଝେଇ ହୋଇଥିଲା। ବସ୍ତା ପିଛା ୧୯.୯ ଟନ ଶୁଖିଲା ଲଙ୍କା ଏହିପରି ମୋଟ ୩୮୪ ଟନ ସ୍ଵତନ୍ତ୍ର ପାର୍ସଲ ଟ୍ରେନ ଯୋଗେ ପରିବହନ ପରିବନ କରାଯାଇଛି । ପାର୍ସଲ ଟ୍ରେନରେ ଟନ ପିଛା ୪୬୦୮ ଟଙ୍କା ଦେୟ ଦେବାକୁ ପଡୁଥିବା ବେଳେ ସଡକ ପଥରେ ଟନ ପିଛା ୭ ହଜାର ଟଙ୍କା ଭଡା ବାବଦକୁ ଖର୍ଚ୍ଚ ହେଉଥିଲା।

କୋଭିଡ-୧୯ ଲକଡାଉନ କାଳରେ ଭାରତୀୟ ରେଳବାଇ ଅଧିକରୁ ଅଧିକ ପାର୍ସଲ ଟ୍ରେନ ଚଳାଇବା ପାଇଁ ଅନେକ ପଦକ୍ଷେପ ନେଇଛି। ମେଡିକାଲ ଯନ୍ତ୍ରପାତି, ଖାଦ୍ୟ ପଦାର୍ଥ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାର୍ସଲ ଟ୍ରେନ ଯୋଗେ ପରିବହନ କରାଯାଉଛି। ଗତ ମାର୍ଚ୍ଚ ୨୨ରୁ ଚଳିତ ମାସ ୧୧ ମଧ୍ୟରେ ରେଳବାଇ ପକ୍ଷରୁ ୪୪୩୪ଟି ପାର୍ସଲ ଟ୍ରେନ ଚଳାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Latest News

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ବିହାର ରାଜ୍ୟସଭା ନିର୍ବାଚନ: ସମସ୍ତ ପାଞ୍ଚ ଆସନ ଜିତିଲେ ଏନଡିଏ ପ୍ରାର୍ଥୀ

March 16, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ରାଜ୍ୟସଭା ନିର୍ବାଚନରେ ନଅ ବିଧାୟକ କଲେ କ୍ରସ ଭୋଟିଂ, ରାଜ୍ୟ ରାଜନୀତିରେ ହଲଚଲ

March 16, 2026

ପଶ୍ଚିମବଙ୍ଗରେ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା ବିଜେପି: ପୁଣି ମମତା-ଶୁଭେନ୍ଦୁ ମୁହାଁମୁହିଁ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.