Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି
ବିଶେଷ ଖବର

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
NSAP tenure extended by 5 years
NSAP tenure extended by 5 years

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ(ଏନ୍‌ଏସ୍‌ଏପି)ର ଅବଧି ଅତିରିକ୍ତ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛି। ଏ ସଂକ୍ରାନ୍ତରେ ଗ୍ରାମୀଣ ବିକାଶ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରସ୍ତାବ ଅନୁଯାୟୀ ୨୦୨୬-୨୭ ରୁ ୨୦୩୦-୩୧ ପର୍ଯ୍ୟନ୍ତ ପାଞ୍ଚ ବର୍ଷ ପାଇଁ ଏନ୍‌ଏସ୍‌ଏପିକୁ ଜାରିରଖାଯିବ। ଏଥିପାଇଁ ମୋଟ୍ ୫୩,୪୨୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଥିରେ ଯୋଜନା ଓ ଉପ-ଯୋଜନାଗୁଡ଼ିକର ନାମ ପରିବର୍ତ୍ତନ, ଦିବ୍ୟାଙ୍ଗଜନ ଭତ୍ତା ପାଇଁ ଯୋଗ୍ୟତା ମାନଦଣ୍ଡ, ପରିସର ଓ ସହାୟତା ରାଶିରେ ସଂଶୋଧନ ଏବଂ ବୃଦ୍ଧବୃଦ୍ଧା ଓ ବିଧବାଙ୍କ ପାଇଁ ଭତ୍ତା ଯୋଜନା ତଥା ପାରିବାରିକ ଲାଭ ଯୋଜନାକୁ ସେମାନଙ୍କର ବର୍ତ୍ତମାନର ସ୍ୱରୂପରେ ଜାରି ରଖିବା ଭଳି ବ୍ୟବସ୍ଥା ସାମିଲ ରହିଛି।
ପ୍ରକାଶ ଯେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନଏସଏପି)ର ଅନୁମୋଦିତ ନାମ ପ୍ରଧାନମନ୍ତ୍ରୀ ସାମାଜିକ ସହାୟତା ଯୋଜନା କରାଯାଇଛି। ସେହିପରି ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ପେନସନ ଯୋଜନା (ଆଇଜିଏନ୍‌ଓଏପିଏସ୍‌)ର ଅନୁମୋଦିତ ନାମ ରହିଛି ପ୍ରଧାନମନ୍ତ୍ରୀ ବାର୍ଦ୍ଧକ୍ୟ ପେନସନ ଯୋଜନା। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଭତ୍ତା ଯୋଜନା (ଆଇଜିଏନ୍‌ଡବ୍ଲ୍ୟୁପିଏସ)ର ଅନୁମୋଦିତ ନାମ ହେଉଛି ପ୍ରଧାନମନ୍ତ୍ରୀ ବିଧବା ପେନ୍‌ସନ୍ ଯୋଜନା। ଇନ୍ଦିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ପେନ୍‌ସନ୍ ଯୋଜନା (ଆଇଜିଏନଡିପିଏସ୍‌)ର ଅନୁମୋଦିତ ନାମ ହେଉଛି ପ୍ରଧାନମନ୍ତ୍ରୀ ଦିବ୍ୟାଙ୍ଗପେନସନ ଯୋଜନା। ସେହିପରି ଜାତୀୟ ପରିବାର ଲାଭ ଯୋଜନାର ଅନୁମୋଦିତ ନାମ ହେଉଛି ପ୍ରଧାନମନ୍ତ୍ରୀ ପରିବାର ଲାଭ ଯୋଜନା। ଅନ୍ୟପକ୍ଷରେ ଦିବ୍ୟାଙ୍ଗଜନ ଭତ୍ତା ଯୋଜନା ଅଧୀନରେ ସହାୟତା ରାଶି ବର୍ତ୍ତମାନ ଜନ୍ମରୁ ୭୯ ବର୍ଷ ବୟସ ବର୍ଗ ପାଇଁ ୩୭୫ ଟଙ୍କା ଏବଂ ୮୦ ବର୍ଷ ଏବଂ ତଦୁର୍ଦ୍ଧ୍ୱ ବୟସ ବର୍ଗ ପାଇଁ ୬୨୫ ଟଙ୍କା ହେବ। ଏହି ଯୋଜନା ଅଧୀନରେ ବେଞ୍ଚମାର୍କ ଭିନ୍ନକ୍ଷମତାର ମାନଦଣ୍ଡ ବର୍ତ୍ତମାନର ୮୦% ପରିବର୍ତ୍ତେ ୪୦% ରହିବ। ସେହିପରି ଦିବ୍ୟାଙ୍ଗଜନ ଭତ୍ତାପାଇଁ ସର୍ବନିମ୍ନ ବୟସ ମାନଦଣ୍ଡ ଏବେ ଜନ୍ମରୁ ଗ୍ରହଣକରାଯିବ। ବୃଦ୍ଧ ଓ ବିଧବାମାନଙ୍କ ପାଇଁ ପେନ୍‌ସନ୍ ଯୋଜନା ଏବଂ ପାରିବାରିକ ଲାଭ ଯୋଜନା ସେଗୁଡ଼ିକର ବର୍ତ୍ତମାନର ସ୍ୱରୂପରେ ଜାରି ରହିବ। ଏହି ଅନୁମୋଦନ ଦ୍ୱାରା ସମସ୍ତ ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୩.୨୦ କୋଟି ହିତାଧିକାରୀ ଉପକୃତ ହେବେ। ଭାରତୀୟ ସମ୍ବିଧାନର ଧାରା ୪୧ ଅନ୍ତର୍ଗତ “ରାଷ୍ଟ୍ର ପରିଚାଳନା ସମ୍ବନ୍ଧୀୟ ନିର୍ଦ୍ଦେଶାତ୍ମକ ନୀତି’ ଅନୁଯାୟୀ କେନ୍ଦ୍ର ସରକାରଙ୍କ ଦାୟିତ୍ୱ ପୂରଣକରିବା ଏବଂ ଗରିବ ପରିବାରଗୁଡ଼ିକୁ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ୧୫ ଅଗଷ୍ଟ ୧୯୯୫ରେ “ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ’ (ଏନ୍‌ଏସ୍‌ଏପି) ଆରମ୍ଭ କରାଯାଇଥିଲା। ଏଥିରେ ଶତ ପ୍ରତିଶତ କେନ୍ଦ୍ରୀୟ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ହେଉଛି ଦେଶର ସବୁ ସ୍ଥାନରେ ହିତାଧିକାରୀମାନଙ୍କୁ ସମାନ ଭାବରେ ସହାୟତା ଉପଲବ୍ଧ କରାଇବା।

କେନ୍ଦ୍ର କ୍ୟାବିନେଟ ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026

ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ

October 14, 2026
Latest News

ଏନ୍‌ଏସ୍‌ଏପି ଅବଧି ୫ ବର୍ଷ ବୃଦ୍ଧି

October 14, 2026

Netflixରେ ଛଟେଇ ଝଡ଼! ୧୦୦୦ କର୍ମଚାରୀଙ୍କ ଚାକିରି ଉପରେ ବିପଦ

October 14, 2026

ସାମ୍ବାଦିକ ଅଧିକୃତୀକରଣ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍‌ର ନିର୍ଦ୍ଦେଶ

October 14, 2026

ଓଡ଼ିଶା ପୋଲିସ ଚାକିରି ଆଶାୟୀଙ୍କ ପାଇଁ ଖବର, ୨୯ ତାରିଖ ସୁଦ୍ଧା ଶେଷ କରନ୍ତୁ ଏହି କାମ

October 14, 2026

ଜ୍ଞାନେଶ କୁମାରଙ୍କୁ ଟାର୍ଗେଟ୍ କଲେ ପ୍ରଶାନ୍ତ କିଶୋର, ନିର୍ବାଚନ କମିଶନଙ୍କ ଭୂମିକା ଉପରେ ପ୍ରଶ୍ନ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.