ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା 23 ହଜାର ଡେଇଁଲା

Published: Jul 13, 2020, 10:15 am IST

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇ ଥିବା ମହାମାରୀ କରୋନା ପ୍ରତିଦିନ ଦେଶରେ ନୂଆନୂଆ ରେକର୍ଡ କରି ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, 24ଘଣ୍ଟାରେ ରେକର୍ଡ 28 ହଜାର 701 ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ 500ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 8,78,254କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁସଂଖ୍ୟା 23 ହଜାର 174ରେ ପହଞ୍ଚିଛି । ସେହିପରି ଦେଶରେ  ସୁସ୍ଥ ହୋଇଛନ୍ତି 5 ଲକ୍ଷ 53 ହଜାର 471ଜଣ । ଏ ପର୍ଯ୍ୟନ୍ତ ଦେଶରେ 3 ଲକ୍ଷ 1ହଜାର 609ଜଣ ସକ୍ରିୟ ରହିଛନ୍ତି।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ରହିଥିବାବେଳେ ଏଠାରେ ପ୍ରାଣ ହରାଇଛନ୍ତି 10 ହଜାର 289ଜଣ । ସେହିପରି ତାମିଲନାଡୁରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି 1966 । ସେହିପରି ଦିଲ୍ଲୀରେ 3 ହଜାର 371ଜଣଙ୍କ ମୃତ୍ୟୁ ଘଟିଛି । (ଏଜେନ୍ସି)

Related posts