ଭୁବନେଶ୍ବର : ଆସନ୍ତା ଜୁଲାଇ 31 ଭିତରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ମାଟ୍ରିକ ଖାତା ଦେଖା ସରିଥିବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ଖାତା ଦେଖା ସରିଯାଇଥିବାବେଳେ ଟାବୁଲେସନ୍ ଚାଲିଛି ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ସମସ୍ୟା ରହୁଛି । କୋଡିଏଟି ଜିଲ୍ଲାରେ ସଟ୍ଡାଉନ୍ ପାଇଁ ଶିକ୍ଷକ ମୂଲ୍ୟାୟନ କେନ୍ଦ୍ରକୁ ଆସୁ ନାହାନ୍ତି ବୋଲି କହିଛନ୍ତି ଶିକ୍ଷା ମନ୍ତ୍ରୀ ।
ତେବେ ମୁଖ୍ୟ ଶାସନ ସଚିବଙ୍କୁ ଏନେଇ ପତ୍ର ଲେଖାଯିବ, ମୂଲ୍ୟାୟନ କିପରି କରାଯିବ ନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାପାଳମାନଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।
Tags: ମାଟ୍ରିକ୍ ରେଜଲ୍ଟ, ସମୀର ଦାଶ